Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୋଲକାତା ଲଜ୍ଜା, ସିବିଆଇକୁ ଭେଟି ଡାକ୍ତର ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି

National

କୋଲକାତା ଲଜ୍ଜା, ସିବିଆଇକୁ ଭେଟି ଡାକ୍ତର ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଲକାତା ଲଜ୍ଜା, ସିବିଆଇକୁ ଭେଟି ଡାକ୍ତର ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି

ଅର୍ଗସ ବ୍ୟୁରୋ:  କୋଲକାତା ଲଜ୍ଜା । ସାରା ଦେଶରେ ବଢୁଛି ବିରୋଧ । ସିବିଆଇକୁ ଭେଟି ଡାକ୍ତର ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ସେପଟେ କୋଲକାତା ସିଆଲଦାର ସ୍ବତନ୍ତ୍ର ଅଦାଲତ, ଅଭିଯୁକ୍ତ ସଂଜୟ ରାୟକୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶୁକ୍ରବାର ସଞ୍ଜୟକୁ କଡ଼ା ସୁରକ୍ଷା ବଳୟ ଭିତରେ ସିଆଲଦା ସିଭିଲ ଓ କ୍ରିମିନାଲ କୋର୍ଟରେ ହାଜର କରିଥିଲା ସିବିଆଇ । କୋର୍ଟ ନିକଟରେ ପହଞ୍ଚି ବିକ୍ଷୋଭ କରିଥିଲେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀ। ଏପଟେ ଆକ୍ସନ ମୋଡରେ ଥିବା ସିବିଆଇ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଅଭିଯୁକ୍ତ ସନ୍ଦୀପ ଘୋଷଙ୍କ ସହ ଅନ୍ୟ 4 ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିବ ।

ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ସହ ଡାକ୍ତରଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଆନ୍ଦୋଳନ ଜାରି ରଖିଥିବା ଡାକ୍ତର ସଂଘର 10 ଜଣିଆ ପ୍ରତିନିଧି ସିବିଆଇକୁ ଏନେଇ ଭେଟି ଦାବିପତ୍ର ଦେଇଛନ୍ତି ।  ଏପରି ସମୟରେ ସଂଜୟଙ୍କ ଶାଶୁଙ୍କୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୋଷୀକୁ ଉଚିତ ଦଣ୍ଡ ମିଳୁ ବୋଲି କହିଛନ୍ତି ସଂଜୟଙ୍କ ଶାଶୁ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Kolkata doctor rape-murder case | Argus News