Videos
|
National

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା, ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା, ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ:  କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା । ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବ ଶୁଣାଣି । ସେପଟେ ସିବିଆଇ ଆଜି କୋର୍ଟରେ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ। ଦୀର୍ଘ ଦିନ ହେବ ନ୍ୟାୟ ଅପେକ୍ଷାରେ ମୃତ ଡାକ୍ତରଙ୍କ ପରିବାର ଏବଂ ଆନ୍ଦୋଳନକାରୀ। ଏବେବି ଦୋଷୀ ବିନା ବୁଲୁଛି। 

ଅନ୍ୟପଟେ ଜେଲ୍‌ରେ ପାଟି କରି ମୁଁ ନିର୍ଦ୍ଦୋଶ ନିର୍ଦ୍ଦୋଶ କହୁଛି ସଂଜୟ । ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ। ସେମିନାର ରୁମ୍‌ରେ ଡାକ୍ତରଙ୍କ ମୃତଦେହ ଦେଖି ମୁଁ ଦୌଡି ପଳାଇ ଆସିଥିଲି । ପଲିଗ୍ରାଫ୍‌ ଟେଷ୍ଟରେ ସବୁ ସତ ଜଣାଯାଇଛି ବୋଲି ସଂଜୟ ଚିତ୍କାର କରିବା ସହିତ ମୁଁ ନିର୍ଦ୍ଦୋଶ ବୋଲି କହୁଛି ସଂଜୟ । କଥା ହେଲା ଯେତେବେଳେ ୧୦ ଅଗଷ୍ଟରେ ସଞ୍ଜୟ ରାୟକୁ କୋଲକାତା ପୋଲିସ ଗିରଫ କରିଥିଲା ସେତେବେଳେ  ସଞ୍ଜୟ ତାର ଦୋଷ ସ୍ୱୀକାର କରିଥିଲା, ଆଉ କହିଥିଲା  ମୋତେ ଫାସୀ ଦେଇଦିଅ । କିନ୍ତୁ  ସଞ୍ଜୟ ଏବେ ୟୁ-ଟର୍ନ ନେଇ ଦାବି କରି କହୁଛି   ମୋତେ ଫସାଇ ଦିଆଯାଇଛି.. ସେ ନିର୍ଦ୍ଦୋଶ ବୋଲି କହୁଛି ସଞ୍ଜୟ । ତେବେ କିଏ ସତ କହୁଛି କିଏ ମିଛ କହୁଛି ତାହା ଖୁବଶୀଘ୍ର ଜଣାପଡିଯିବ।

ଅଧିକ ପଢ଼ନ୍ତୁ: ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ କହିଲା ସଞ୍ଜୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: