କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା, ଚାଲିଛି ୩ ଜଣିଆ ଖଣ୍ଡପୀଠଙ୍କ ଶୁଣାଣି

ଅର୍ଗସ ବ୍ୟୁରୋ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ୩ ଜଣିଆ ଖଣ୍ଡପୀଠଙ୍କ ଶୁଣାଣି ଚାଲିଛି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଶୁଣାଣି କରୁଛନ୍ତି । ଘଟଣାର ତଦନ୍ତ କରୁଥିବା ସିବିଆଇ ଦାଖଲ କରିଛି ଷ୍ଟାଟସ ରିପୋର୍ଟ । ଏହାସହ ପଶ୍ଚିମବଙ୍ଗ ସରକାର ମଧ୍ୟ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । CBI ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରିଛି କି, ମାମଲାକୁ ଲିପାପୋତି କରିବାକୁ ଉଦ୍ୟମ କରାଯାଇଛି । ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ପରେ ଥାନାରେ FIR ହେଲା । ମାମଲାରେ ଥିବା ପ୍ରମାଣ ନଷ୍ଟ କରିବାକୁ ବି ଉଦ୍ୟମ କରାଯାଇଛି । ଘଟଣାକୁ ନେଇ ପଶ୍ଚିମବଙ୍ଗ ପୋଲିସ ଓ ଆର୍ଜି କର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ଥିବା ନିଜ ଷ୍ଟାଟସ ରିପୋର୍ଟରେ ଦର୍ଶାଇଛି CBI ।
ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଳମ୍ବରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ତେବେ ପରିବାର ଲୋକଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ପୀଡ଼ିତାଙ୍କୁ ଦେଖିବାକୁ ତାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ପରିବାର ଲୋକଙ୍କୁ ଠିକ୍ ସମୟରେ ଖବର ଦିଆଯାଇନଥିଲା ବୋଲି CBI ତାର ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରିଛି । ସେପଟେ କାମରେ ଯୋଗ ଦେବାକୁ ଡାକ୍ତରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଲୋକେ ଅପେକ୍ଷା କରିଛନ୍ତି, କାମରେ ଯୋଗ ଦେଇ ରୋଗୀସେବା କରିବାକୁ କୋର୍ଟ ଆନ୍ଦୋଳନକାରୀ ଡାକ୍ତରଙ୍କୁ କହିଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ କୋର୍ଟ କମିଟି ଗଠନ କରିଛନ୍ତି । ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନକୁ ଡାକ୍ତରଙ୍କ ସୁରକ୍ଷା ପାଇଁ କୁହାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: