Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ କହିଲା ସଞ୍ଜୟ 

Manini Pattanayak
Browse all articles by Manini Pattanayak
·1 year ago·1 min read
ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ କହିଲା ସଞ୍ଜୟ 

ନୂଆଦିଲ୍ଲୀ:  ଜେଲ୍‌ରେ ପାଟି କରି ମୁଁ ନିର୍ଦ୍ଦୋଶ ନିର୍ଦ୍ଦୋଶ କହୁଛି ସଂଜୟ । ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ। ସେମିନାର ରୁମ୍‌ରେ ଡାକ୍ତରଙ୍କ ମୃତଦେହ ଦେଖି ମୁଁ ଦୌଡି ପଳାଇ ଆସିଥିଲି । ପଲିଗ୍ରାଫ୍‌ ଟେଷ୍ଟରେ ସବୁ ସତ ଜଣାଯାଇଛି ବୋଲି ସଂଜୟ ଚିତ୍କାର କରିବା ସହିତ ମୁଁ ନିର୍ଦ୍ଦୋଶ ବୋଲି କହୁଛି ସଂଜୟ । କଥା ହେଲା ଯେତେବେଳେ ୧୦ ଅଗଷ୍ଟରେ ସଞ୍ଜୟ ରାୟକୁ କୋଲକାତା ପୋଲିସ ଗିରଫ କରିଥିଲା ସେତେବେଳେ  ସଞ୍ଜୟ ତାର ଦୋଷ ସ୍ୱୀକାର କରିଥିଲା, ଆଉ କହିଥିଲା  ମୋତେ ଫାସୀ ଦେଇଦିଅ । କିନ୍ତୁ  ସଞ୍ଜୟ ଏବେ ୟୁ-ଟର୍ନ ନେଇ ଦାବି କରି କହୁଛି   ମୋତେ ଫସାଇ ଦିଆଯାଇଛି.. ସେ ନିର୍ଦ୍ଦୋଶ ବୋଲି କହୁଛି ସଞ୍ଜୟ ।  ଏବେ ସଞ୍ଜୟ  କୋଲକାତା ର ପ୍ରେସିଡେନ୍ସୀ ଜେଲ୍‌ ରେ ବନ୍ଦ  ଅଛି। ସେଠାରେ ତାର  ପଲିଗ୍ରାଫ ଟେଷ୍ଟି ହୋଇଥିଲା।  ପଲିଗ୍ରାଫ ଟେଷ୍ଟ ସମୟରେ ସଞ୍ଜୟକୁ ସିବିଆଇ ୧୦ ଟି ପ୍ରଶ୍ନ କରିଥିଲା । 
 ଅନେକ  ଥର  ବୟାନ ବଦଳାଇ ସାରିଲାଣି ସଞ୍ଜୟ  

 ରିପୋର୍ଟ ଅନୁସାରେ  ତଦନ୍ତ ସମୟରେ  ସିବଆଇକୁ ସଞ୍ଜୟ କାହିଛି ମୁଁ ହତ୍ୟା କରିନି.  କିନ୍ତୁ ସିସିଟିଭି ଫୁଟେଜରେ  ସଞ୍ଜୟ ରାୟ ସେମିନାର ହଲ୍‌ରେ ପ୍ରବେଶ କରୁଥଇବାର ଦେଖିବାକୁ ମିଳିଥିଲା।  ଖାଲି ଏତିକି ନୁହେଁ ଲେଡି ଡାକ୍ତର ଶବ ପାଖରେ ସଞ୍ଜୟ ରାୟର  ବ୍ଲୁ ଟୁଥ୍‌  ଡିଭାଇସ୍‌ ମଧ୍ୟ ମିଳିଥିଲା।   ଏତେ ସବୁ ପ୍ରମାଣ ଥାଇ ମଧ୍ୟ ନିଜ ମତ ପରିବର୍ତ୍ତନ କରି ମିଛ କହିବାରେ ଲାଗିଛି ସଞ୍ଜୟ। 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata doctor's rape: CBI asked Sanjay Roy 10 questions in polygraph test. His U-turn when grilled for RG Kar murder | Argus News