Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Earthquake / କୋଲକାତାରେ ଭୂମିକମ୍ପର ଝଟକା, ଓଡ଼ିଶାରେ ମଧ୍ୟ ଥରିଲା ଭୋଗରାଇ

Banajyotshna Ray
Browse all articles by Banajyotshna Ray
·4 months ago·2 min read
କୋଲକାତାରେ ଭୂମିକମ୍ପର ଝଟକା, ଓଡ଼ିଶାରେ ମଧ୍ୟ ଥରିଲା ଭୋଗରାଇ
Earthquake

Key Points

କୋଲକାତାରେ ଭୂମିକମ୍ପର ଝଟକା
ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରୁ ୫.୨ ମଧ୍ୟରେ

ଭୂମିକମ୍ପରେ ଥରିଲା କୋଲକାତା...ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୪.୮ ରୁ ୫.୨ ମଧ୍ୟରେ ଥିବା ପ୍ରାଥମିକ ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ କିମ୍ବା ମିଆଁମାର ସୀମାନ୍ତରେ ଥିବା ଅନୁମାନ କରାଯାଉଛି। ପ୍ରାୟ ୫ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଘରର ଆସବାବପତ୍ର ହଲିବା ସହ ଲୋକମାନେ ଭୟଭୀତ ହୋଇ ବହୁତଳ ବିଲଡିଂ ରୁ ରାସ୍ତାକୁ ଓହ୍ଲାଇ ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ, କିନ୍ତୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

ଏକ ରକିଂ ଚେୟାରରେ ବସିଥିବା ଜଣେ 63 ବର୍ଷୀୟା ମହିଳା କହିଛନ୍ତି ଯେ ସେ ଚେୟାରଟି ଆପେ ଆପେ ଦୋଳାୟମାନ ହେଉଥିବାର ଦେଖିଥିଲେ। ସେ କହିଛନ୍ତି ଯେ ପଙ୍ଖା ବନ୍ଦ ଥିବା ସତ୍ତ୍ୱେ ମଧ୍ୟ ସେ ହଲିଥିଲା। "ଏହା ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଲା," ସେ NDTVକୁ କହିଥିଲେ। ତଥାପି, ଭୂମିକମ୍ପ କିଛି ସେକେଣ୍ଡ ପାଇଁ ରହିଥିଲା। ଭୂମିକମ୍ପ ବନ୍ଦ ହେବା ପରେ ବୟସ୍କା ମହିଳା ସମ୍ଭବତଃ ବସ୍ତୁଗୁଡ଼ିକୁ ନିଜ ଗତିରେ ଗତି କରୁଥିବା ଦେଖିଥିଲେ।

ସେପଟେ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ। ଆଜି ଅପରାହ୍ନ ପ୍ରାୟ ୧ଟା ୨୩ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲୋକେ ଅନୁଭବ କରିଥିଲେ। ପ୍ରାୟ ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ଭୂମି କମ୍ପିଥିବା କୁହାଯାଉଛି। ହଠାତ୍ ଘରଦୁଆର ଥରିଉଠିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଭୟରେ କିଛି ଲୋକ ଘର ଛାଡ଼ି ବାହାରକୁ ଆସିଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ କୌଣସି କ୍ଷତିର ଖବର ମିଳିନାହିଁ। ୨ଥର ଝଟକା ମାରିଥିଲା ଭୂମିକମ୍ପ l ନାଚିନ୍ଦl,ଡେଉଁର ,ଜଳଧା ,କୁସୁଡା ଗ୍ରାମରେ ଅନୁଭୂତ l

ଅଧିକ ପଢ଼ନ୍ତୁ ଦେଶ ଖବର: ମଙ୍ଗଳବାର ରାତିରେ ଥରିଲା କୋଲକାତା, ଘରୁ ବାହାରି ଆସିଲେ ଲୋକେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earthquake | Earthquake Tremors Felt in Kolkata, Shaking Also Reported in Bhograi | Argus News | Argus News