Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kolkata Rain / ପୂଜା ପୂର୍ବରୁ ବଡ଼ ଅଘଟଣ

Priyanka Panda
Browse all articles by Priyanka Panda
·9 months ago·2 min read
ପୂଜା ପୂର୍ବରୁ ବଡ଼ ଅଘଟଣ

Key Points

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା

୭ ମୃତ, ଯାତାୟାତ ବାଧାପ୍ରାପ୍ତ

ଘରେ ଓ ପୂଜା ପାଣ୍ଡାଲରେ ପଶିଲା ବର୍ଷା ପାଣି

ପାର୍ବଣ ଋତୁରେ ଭାସୁଛି କୋଲକାତା। ପ୍ରବଳ ବର୍ଷାରେ ଗଲାଣି ୭ଜଣଙ୍କ ଜୀବନ। ରାସ୍ତାରେ ଓ ଘରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ, ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ। ଗତକାଲିଠାରୁ ଲଗାଣ ବର୍ଷାରେ ବେହାଲ ହୋଇଛି ପଶ୍ଚିମବଙ୍ଗ ସ୍ଥିତି। ବିଭିନ୍ନ ସ୍ଥାନରେ ବର୍ଷା ଜଳ ପଶିଛି। ଏହାମଧ୍ୟରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବି ସୂଚନା ରହିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।


ତେବେ ଆଗକୁ ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଆସୁଥିବା କୋଲକାତାରେ ବର୍ଷା ବିତ୍ପାତ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି। ଦୂର୍ଗାପୂଜା ସମୟରେ କୋଲକାତାକୁ ବୁଲିବାକୁ ଆସୁଥିବା ଲୋକମାନେ ମଧ୍ୟ ଅନେକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ବର୍ଷା ପାଇଁ ସିଆଲଦାର ଦକ୍ଷିଣ ସେକ୍ସନରେ ଟ୍ରେନ ସେବା ବନ୍ଦ କରାଯାଇଛି। ସେହିପରି ହାଓଡ଼ା ଏବଂ କୋଲକାତା ମଧ୍ୟରେ କିଛି ଟର୍ମିନାଲ ଷ୍ଟେସନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସେହିପରି ପ୍ରବଳ ବର୍ଷା ପାଇଁ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି। କୋଲକାତାକୁ ଆସୁଥିବା ଓ ଯାଉଥିବା ଅନେକ ବିମାନକୁ ବାତିଲ କରାଯାଇଛି..

ତେବେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଯେଉଁଥିପାଇଁ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ତେବେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମଧ୍ୟ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଏପଟେ ଯୋଡ଼ା ଲଘୁଚାପ ମଧ୍ୟ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି। ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପୂର୍ବରୁ ୨୫ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହାର ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ସେପଟେ ନବମୀ ଅର୍ଥାତ ୧ ଅକ୍ଟୋବରରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଯାହା କି ସ୍ଥିତି କୁ ଆହୁରି ବିଗାଡ଼ିଦେଇପାରେ। ତେବେ ପଶ୍ଚିମବଙ୍ଗ ଦୁର୍ଗାପୂଜା ଏହାର ଭିନ୍ନ ପରମ୍ପରା ସଂସ୍କୃତି ପାଇଁ ବିଶ୍ବପ୍ରସିଦ୍ଧି ଲାଭ କରିଛି। ଆଉ ପୂଜା ସମୟରେ ଏହି ଲଗାଣ ବର୍ଷା ପୂଜାକୁ ଫିକା କରିବ ବୋଲି କୁହାଯାଉଛି।

Related Topics

Explore more stories

Sponsored
Kolkata Rain | Heavy Rains Paralyze Kolkata: 7 Dead, Transport Disrupted Ahead of Durga Puja | Argus News