କୋଲକାତା ଘଟଣା:ସିବିଆଇ ଦାଖଲ କଲା ଷ୍ଟାଟସ ରିପୋର୍ଟ,ପୋଲିସ ତଦନ୍ତରେ ଅବହେଳା ଅଭିଯୋଗ

ଅର୍ଗସ ବ୍ୟୁରୋ:ସମୟ ଗଡୁଛି ଗୁମର ଖୋଲୁଛି, ଆର୍ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଟିଏସି ସରକାରର ଭୂମିକାକୁ ନେଇ ସନ୍ଦେହ ବଢୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦିଦିଙ୍କୁ ଘାରିଛି ଗାଦି ଚିନ୍ତା। ଚାରିଆଡୁ ପ୍ରବଳ ବିରୋଧ,ଆନ୍ଦୋଳନ,ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଦିଦିଙ୍କୁ ଘାରିଛି ଅଜଣା ଡ଼ର। ଅଛି କି ମୁଖ୍ୟ ଅଭିଯୋଗ ସଞ୍ଜୟଙ୍କ ସହ ଟିଏମସିର ଭିତିରି ଲିଙ୍କ୍। ଆଉ ଏହାରି ଭିତରେ କୋଲକାତା ଘଟଣାରେ ସୁପ୍ରିମକୋର୍ଟ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ। ସତ ଲୁଚାଇବାକୁ ପୋଲିସର କୁଆଡେ ମିଛ ମହାନାଟକ କରିବା ସହ ତଦନ୍ତରେ ଅବହେଳା ଅଭିଯୋଗ ଆଣିଛି ସିବିଆଇ।
ଘଟଣାସ୍ଥଳ ସୁରକ୍ଷିତ ନ ଥିବା ସିବିଆଇ ତା ରିପୋର୍ଟରେ କହିଛି। ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ ଏକାଧିକ ପ୍ରମାଣ ନଷ୍ଟ ଆଶଙ୍କା ସହ କ୍ରାଇମ୍ ସିନ୍ରେ ରହିଛି ଏକାଧିକ ଫୁଟ୍ ପ୍ରିଣ୍ଟ ବୋଲି ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏଭଳି କିଛି ସାଙ୍ଘାତିକ ଖୁଲାସା କରିଛି। ୬ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ,ଏବଂ ପୂର୍ବତନ ପ୍ରିନ୍ସିପାଲଙ୍କୁ ମଧ୍ୟ ପଚରାଉଚରା କରି ନାକେଦମ କରିଛି। ଏଥିସହ ସଞ୍ଜୟ କେବଳ ଏହି ଅପରାଧରେ ଜଡିତ ଅଛନ୍ତି ନା ଏକାଧିକ ଅଭିଯୁକ୍ତ ତାକୁ ନେଇ ଖୋଳତାଡ ଚାଲିଛି। ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା ।
ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ଆଉ ଏହାରି ଭିତରେ ରିପୋର୍ଟ ଆସିଥିବାରୁ ପୋଲିସ ପ୍ରଥମେ ମିଛ କହିଥିବାର ପ୍ରମାଣ ମିଳିଥିଲା । କୁଆଡେ ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଥିଲେ ସୁପ୍ରିମ୍କୋର୍ଟ। ଧିରେ ଧିରେ ପୋଲିସର ଅବହେଳା ସାମ୍ନାକୁ ଆସୁଛି। ଅନ୍ୟପଟେ ଏହି ଘଟଣାରେ ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ ପ୍ରଥମେ କାର୍ଯ୍ୟକୁ ଫେରନ୍ତୁ
ବୋଲି ଆହ୍ୱାନ ଦେଇଛନ୍ତି,ପରେ କିଛି ବି ହେଲେ ଆମକୁ ଜଣାନ୍ତୁ ବୋଲି କହିଛନ୍ତି କୋର୍ଟ। ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି କହିଛନ୍ତି। ତେବେ ଖୁବଶୀଘ୍ର ଅସଲ ସତ ଆସିବ ସାମ୍ନାକୁ,ଯଦି ଟିଏମସିର ଏହି ଘଟଣା ସହ ସପୃକ୍ତି ଥାଏ ତାହେଲେ ଦିଦି ଗାଦିରୁ ଗଡିବା ପକ୍କା