Videos
|
National

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Ritu Das
Browse all articles by Ritu Das
·1 year ago·1 min read
କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଅର୍ଗସ ବ୍ୟୁରୋ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟ ଅନୁଯାୟୀ ତାଙ୍କ ଶରୀରରେ ରହିଛି 14ଟି ଗଭୀର କ୍ଷତ। ମୁହଁ, ଓଠ, ଗାଲ, କାନ୍ଧ, ଆଣ୍ଠୁ ସମେତ ଶରୀରରେ ମୋଟ୍ 14ଟି ଗଭୀର କ୍ଷତ ରହିଛି। ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ରହିଛି ଗଭୀର କ୍ଷତ ଚିହ୍ନ। ଫୁସଫୁସରେ ରକ୍ତସ୍ରାବ ହୋଇଛି। ଏଥି ସହ ପୀଡିତାଙ୍କୁ ତଣ୍ଟିଚିପି ହତ୍ୟା କରିଛି ଅଭିଯୁକ୍ତ। ପୋଷ୍ଟ ମର୍ଟମ ରିପୋର୍ଟରୁ ଅନେକ କଥା ସ୍ପଷ୍ଟ ହୋଇଥିବା ବେଳେ ଆହୁରି ଅଧିକ ତଥ୍ୟ ପାଇଁ ଭିସେରା ଓ ରକ୍ତନମୁନା ରିପୋର୍ଟକୁ ଅପେକ୍ଷା ରହିଛି। 

ସେପଟେ ପୀଡିତାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଜାରି ରଖିଛନ୍ତି ଡାକ୍ତର। ଏମ୍ସର ଡାକ୍ତରଙ୍କ ସମେତ ଦେଶର କୋଣ ଅନୁକୋଣରେ ଅନ୍ୟଡାକ୍ତରୀ ଛାତ୍ରଛାତ୍ରୀ ଏହି ପ୍ରତିବାଦ ଜାରି ରଖିଛନ୍ତି। ଏମିତିକି ପ୍ରତିବାଦ ଜାରି ରଖିବା ସହ ରାସ୍ତାରେ ରୋଗୀଙ୍କୁ ଓପିଡି ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଡାକ୍ତରୀ ସଂଗଠନ।  ତେବେ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ସେପଟେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଲୋଜିକାଲ ଟେଷ୍ଟ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ସିବିଆଇ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kolkata medical | Argus News