Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ହତ୍ୟା ମାମଲା, ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବୀ ମାନିଲେ ମମତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଲକତା ହତ୍ୟା ମାମଲା,  ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବୀ ମାନିଲେ ମମତା

ଅର୍ଗସ ବ୍ୟୁରୋ:  କୋଲକତା ଆର୍‌ଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ମାମଲା। ଶେଷରେ ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବୀ ମାନିଲେ ମମତା । ଦୀର୍ଘ ସମୟ ଧରି ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରଙ୍କ ଦାବି ସମାଧାନର ବାଟ ବାହାରିଛି । ମଧ୍ୟରାତ୍ରୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି । କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବି ବଦଳି କରାଯାଇଥିଲା । ସେପଟେ ପୋଲିସ୍ କମିସନରଙ୍କ ବଦଳି ଦାବିରେ ଡାକ୍ତରମାନେ ଅଟଳ ରହିଥିଲେ । ଡାକ୍ତର ମାନେ କରିଥିବା 5ଟି ଦାବି ମଧ୍ୟରୁ ତିନୋଟି ଦାବି ମମତା ତତ୍କାଳ ପୂରଣ କରିଛନ୍ତି । ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହା ସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ  କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଏହା ପରେ ଆନ୍ଦୋଳନରେ ପୂର୍ଣ୍ଣଛେଦ୍ ପଡିବା ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata murder case, Mamata obeys the demands of protesting doctors | Argus News