କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲା, କୋଲକତାରେ ଇଡିର ଖୋଳତାଡ

ଅର୍ଗସ ବ୍ୟୁରୋ: କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲା। କୋଲକତାରେ ଇଡିର ଖୋଳତାଡ। ଅଭିଯୁକ୍ତ ସନ୍ଦୀପ ଘୋଷଙ୍କ ପୈତୃକ ଘରେ ଇଡିର ରେଡ। ପଶ୍ଚିମବଙ୍ଗର ପାଖାପାଖି ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ଇଡି। ସେପଟେ ନ୍ୟାୟ ଦାବିରେ ଡାକ୍ତର ମାନଙ୍କ ଆନ୍ଦୋଳନ ଜାରି ରହିଛି। ୧ ମାସରୁ ଅଧିକ ଦିନ ହେବ ନ୍ୟାୟ ଅପେକ୍ଷାରେ ମୃତକଙ୍କ ପରିବାର ଲୋକେ। ହେଲେ ଦିନ ପରେ ଦିନ ଗଡୁଥିଲେ ବି ନ୍ୟାୟ ମିଳିପାରୁନାହିଁ। କିନ୍ତୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।
ବନ୍ଦ ହେଲାନି ଆନ୍ଦୋଳନ । ଥମିଲାନି ପ୍ରତିବାଦ । ସୁପ୍ରିମକୋର୍ଟର ଡେଡଲାଇନ ଟାଇମ୍ ୫ ଟାରେ ଶେଷ ହେବା ପରେ ବି କୋଲକାତାରେ ଜାରୀ ରହିଥିଲା ଆନ୍ଦୋଳନ । ଆନ୍ଦୋଳନକାରୀ ଡାକ୍ତର ମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୁପ୍ରିମ କୋର୍ଟରେ ଶୁଣାଣି ପରେ ଡାକ୍ତର ମାନଙ୍କୁ କାମକୁ ଫେରିବାକୁ ନିର୍ଦେଶ ଦେଇଥିଲେ ଚିଫ୍ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ । କିନ୍ତୁ ସୁପ୍ରିମ କୋର୍ଟ ବିଚାରପତିଙ୍କ ନିର୍ଦେଶକୁ ମାନି ନଥିଲେ ଆନ୍ଦୋଳନକାରୀ ଛାତ୍ର ଛାତ୍ରୀ ।
ଅଧିକ ପଢ଼ନ୍ତୁ : କୋଲକାତା ଦୁଷ୍କର୍ମ ; ଡେଡଲାଇନ୍ ଶେଷ ପରେ ବି କାର୍ଯ୍ୟରେ ଯୋଗ ଦେଲେନି ଡାକ୍ତର
📱 Get Argus News App
✨