Videos
|
National

ପଶ୍ଚିମବଙ୍ଗ ଛାତ୍ର ସମାଜର ହଲ୍ଲାବୋଲ, ଛାତ୍ରଙ୍କ ଉପରେ ପୋଲିସର ଲାଠି ଚାର୍ଜ

Smruti Parija
Browse all articles by Smruti Parija
·2 years ago·2 min read
ପଶ୍ଚିମବଙ୍ଗ ଛାତ୍ର ସମାଜର ହଲ୍ଲାବୋଲ, ଛାତ୍ରଙ୍କ ଉପରେ ପୋଲିସର ଲାଠି ଚାର୍ଜ

ଅର୍ଗସ ବ୍ୟୁରୋ: ଆଜି ସକାଳୁ ସକାଳୁ ପୂର୍ବଯୋଜନା ମୁତାବକ 7ଟି ସ୍ଥାନରୁ ବାହାରିଥିଲେ ଛାତ୍ର ସମାଜ । କଲେଜ ଷ୍ଟ୍ରିଟ, ସତରାଗାଛି, ଭିକ୍ଟୋରିଆ ମେମୋରିଆଲ, ଧର୍ମତାଲା ଏହିପରି 7ଟି ସ୍ଥାନରୁ ବାହାରି ନବାର୍ଣ୍ଣାୋ ଅର୍ଥାତ ମମତା ଦିଦିଙ୍କ କାର୍ଯ୍ୟାଳୟ ମୁହାଁ ହୋଇଥିଲେ । ହେଲେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା । ଯେତେବେଳେ ହାଓଡା ନିକଟରେ ଆନ୍ଦୋଳନକାରୀମାନେ ଏକାଠି ହେଲେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମେ ଲୁହା ବାରିକେଟରେ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ । ଲୁହା ବାରିକେଟ ଦେହରେ ମୋଡା ମୋବିଲ ଲଗାଯାଇଥିଲା । କେହି ଚଢିବାକୁ ଚେଷ୍ଟା କଲେ ପଡିଯିବ । ତା ପରେ ବାଉଁଶ ବାରିକେଟ ଆଉ କଣ୍ଟେନର । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । କିଛି ବି ପରିସ୍ଥିତିରେ ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ତୁହା କୁ ତୁହା ପାଣି ମାଡ଼ କରାଯାଇଥିଲା । 

ଇଏ ହେଉଛି ସେହି ସମୟର ଦୃଶ୍ୟ। ସ୍ଥିତି ଏପରି ହେଲା କି ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଏତେତେଣେ ଦୋଡିଥିଲେ ବିକ୍ଷୋଭକାରୀ ।

ସମସ୍ତଙ୍କର ସେହି ଗୋଟିଏ ଦାବି, ମମତା ଦିଦି ତୁରନ୍ତ ଇସ୍ତଫା ଦିଅନ୍ତୁ, ପିଡିତାଙ୍କ ପରିବାରକୁ ନ୍ୟାୟ ମିଳୁ ଏବଂ ଦୋଷୀଙ୍କୁ ଦଣ୍ଡ ମିଳୁ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ଦେଇଛନ୍ତି । ସୋସିଆଲ ମିଡିଆରେ ଆନ୍ଦୋଳନ କରିବା ପାଇଁ ପୂର୍ବରୁ ଆହ୍ବାନ ଦେଇଥିଲା ପଶ୍ଚିମବଙ୍ଗ ଛାତ୍ର ସମାଜ । ଆଉ ଏହି ଡାକରାରେ ସାମିଲ ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ସଞ୍ଜଯ ରାୟର ପଲିଗ୍ରାଫ ଟେଷ୍ଟ ସରିଛି । ସେପଟେ ସନ୍ଦିପ  ଘୋଷର ଘରେ ସିବିଆଇ ରେଡ କରିସାରିଛି । ଏପରି ସ୍ଥିତିରେ ନ୍ୟାୟ ଦାବିରେ ଏବେ କୋଲକାତା ଜଳୁଛି । ସାଧାରଣ ଲୋକଙ୍କୁ ବି ଏଥିରୁ ନିସ୍ତାର ମିଳୁନି । ମମତା ସରକାର କାହିଁକି ଚୁପ ବସିଛନ୍ତି , ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଆହୁରି ପଢନ୍ତୁ ଭାରତ ଖବର...
 

Kolkata Nabanna protest: Police lathi-charge, use tear gas, water cannons to-students | Argus News