Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଦି ଡାକିଲେ, ଡାକ୍ତର ଆସିଲେନି

National

ଦିଦି ଡାକିଲେ, ଡାକ୍ତର ଆସିଲେନି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦିଦି ଡାକିଲେ, ଡାକ୍ତର ଆସିଲେନି

Key Points

  • ଦିଦି ଡାକିଲେ, ଡାକ୍ତର ଆସିଲେନି
  • ଥମୁନି କୋଲକତା ଦୁଷ୍କର୍ମ ତାତି
  • ସ୍ଵାସ୍ଥ୍ୟ ଭାବରେ ଚାଲିଲା ଆନ୍ଦୋଳନ

ଅର୍ଗସ ବ୍ୟୁରୋ : ଥମିବାରେ ନା ନେଉନି କୋଲକତା ଦୁଷ୍କର୍ମ ତାତି । ଦିନ ଗଡୁଛି, ଆନ୍ଦୋଳନ ବି ବଢୁଛି । ଏହାରି ଭିତରେ ଡାକ୍ତର ସଂଘ ସହ ଆଲୋଚନା କରିବାକୁ ଦିଦି ପ୍ରସ୍ତାବ ଦେଇଥିଲେ । ହେଲେ ଦିଦିଙ୍କ କଥାକୁ ଭୃକ୍ଷେପ କରିନଥିଲେ ଡାକ୍ତର । ବରଂ ସ୍ଵାସ୍ଥ୍ୟଭବନ ସାମ୍ନାରେ ଜୋରଦାର ଆନ୍ଦୋଳନ କରିଥିଲେ । ଯାହା ପଶ୍ଚିମବଙ୍ଗ ସରକାରଙ୍କ ଟେନସନକୁ ଡବଲ କରିଦେଇଛି । କାରଣ ଆର ଜି କର ମେଡିକାଲ ଓ କଲେଜରେ ଯେଉଁପରି ଘଟଣା ଘଟିଲା ତାହାକୁ ନେଇ ପୁରା ଦେଶରେ ଅସନ୍ତୋଷ ଦେଖାଦେବା ସହିତ ସୁପ୍ରିମକୋର୍ଟ, ହାଇକୋର୍ଟ, ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି । ମାମଲା ହେବାର ମାସେ ପରେ ଦିଦି ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକି ଥିବାରୁ ବିରୋଧୀ ବି ଷଣ୍ଢୁଆସି ଆକ୍ରମଣ କଲେଣି ।

ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ରୋଗୀ ସେବା ପ୍ରଭାବିତ ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ । ସେଇଥି ଲାଗି ତ କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବି ଡାକ୍ତର ଆନ୍ଦୋଳନକୁ ଓହରି ନାହାନ୍ତି । ସେପଟେ, ଦିଦିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ଜଣେ ଜୁନିଅର ଡାକ୍ତର କହିଛନ୍ତି, “ଆମେ ସ୍ୱାସ୍ଥ୍ୟ ଭବନ ବାହାରେ ବିରୋଧ କରୁଛୁ। ତେବେ ଇ-ମେଲ ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିବାର ଆବଶ୍ୟକତା କଣ ଥିଲା ? '' ଆଲୋଚନା କରିବା ବହୁତ ପୂର୍ବରୁ ଥିଲା । ଏବେ ଚାପରେ ପଡି ଦିଦି ଏମିତି କରୁଥିବା କହି ବର୍ଷିଛନ୍ତି ଡାକ୍ତର । 

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହାରି ଭିତରେ ସିବିଆଇ ପକ୍ଷରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟରେ ସେପ୍ଟମ୍ବର ୯ ତାରିଖରେ ଶୁଣାଣିରେ ଏଫଆଇଆରରେ ବିଳମ୍ବ ଓ ପୋଷ୍ଟମର୍ଟମକୁ ନେଇ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ବିନା ଆନୁଷ୍ଠାନିକ ଅନୁରୋଧରେ ଶବ ବ୍ୟବଚ୍ଛେଦ କେମିତି କରାଗଲା ? ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପଚାରିଥିଲେ, ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ତାନ୍ତର କରିବା ସମୟର ଚାଲାଣ ଗଲା କୁଆଡ଼େ ? ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଚାଲାଣ ସେମାନଙ୍କର ରେକର୍ଡର ଅଂଶ ନୁହେଁ । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ମୃତଦେହ ସହିତ ଆଉ କିଛି ସାମଗ୍ରୀ ପଠାଯାଇଥିଲା କି ନାହିଁ ରେକର୍ଡଭୁକ୍ତ ହୋଇଥାଏ । ବିନା ଚାଲାଣରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ମୃତଦେହକୁ ଗ୍ରହଣ କରିପାରିବେ ନାହିଁ ।  ଏହାସହ ଅନେକ ପ୍ରଶ୍ନ କରିବା ସହିତ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Mamata Banerjee | Argus News