Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୋମା ବିସ୍ଫୋରଣରେ ଜଣ ଶିଶୁ ମୃତ

National

ବୋମା ବିସ୍ଫୋରଣରେ ଜଣ ଶିଶୁ ମୃତ

Rashmita Mishra
Browse all articles by Rashmita Mishra
·2 years ago·1 min read
ବୋମା ବିସ୍ଫୋରଣରେ ଜଣ ଶିଶୁ ମୃତ

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗ ହୁଗୁଳିର ପାଣ୍ଡୁଆରେ  ବୋମା ବିସ୍ଫୋରଣରେ ଜଣ ଶିଶୁର ମୃତ୍ୟ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତ ହୋଇଛନ୍ତି ।ସୂଚନାନୁସାରେ କିଛି ପିଲାମାନେ ଖେଳୁଥିବା ବେଳ ବୋମାକୁ ବଲ ଭାବି ଉଠାଉଆଣିଥିଲେ କିନ୍ତୁ ତାହା ବଲ ନଥିଲା ଥିଲା ବୋମା। ସେହି ସମୟରେ ତାହା ବିସ୍ଫୋରଣ ହୋଇଥିଲା । 

ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ପିଲାମାନେ ଖେଳୁଥିବା ସମୟରେ ଏକ ବୋମା ଉଠାଇ ବଲ ଭାବି ଏହାକୁ ଖେଳୁଥିଲେ ସେତେବେଳେ ଏହା ଫାଟିଯାଇଥିଲା । ସେଠାରେ ଖେଳୁଥିବା ଅନେକ ପିଲା ବିସ୍ଫୋରଣରେ ଆହତ ହୋଇଥିଲେ। ସ୍ଥାନୀୟ ଲକେ ତୁରନ୍ତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଜଣେ ୧୧ ବର୍ଷୀୟ ବଳକକୁ ଡାକ୍ତର ମୃତ ଘୋଷଣା କରିଥିଲା । ଆଉ ଜଣେ ଶିଶୁ ମଧ୍ୟ  ହାତ ହରାଇଛନ୍ତି ।ବର୍ତ୍ତମାନର ବଡ ପ୍ରଶ୍ନ କି ବୋମା କେଉଁଠୁ ଆସିଲା ଏବଂ କେମତି ଆସିଲା ତାହାକୁ ତଦନ୍ତ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଲୋକ ମାନେ ଧାରଣାରେ ବସିଛନ୍ତି, ଯେପର୍ଯ୍ୟନ୍ତ ଯାଞ୍ଚ ଆଦେଶ ଦିଆ ନ ଯାଇଛି ସେବେ ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kolkata/one-killed-two-injured-after-bomb-blast-in-west-bengals-hooghly | Argus News