Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ଡାକ୍ତର ଦୁଷ୍କର୍ମ ମାମଲା : ମୋଦିଙ୍କୁ ଚିଠି ଲେଖିଲେ ଡାକ୍ତର, ଦିଦିଙ୍କ ଉଡିଲା ହୋସ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୋଲକତା ଡାକ୍ତର ଦୁଷ୍କର୍ମ ମାମଲା : ମୋଦିଙ୍କୁ ଚିଠି ଲେଖିଲେ ଡାକ୍ତର, ଦିଦିଙ୍କ ଉଡିଲା ହୋସ

Key Points

  • କୋଲକତା ଦୁଷ୍କର୍ମମ ମାମଲା : ମୋଦିଙ୍କୁ ଚିଠି ଲେଖିଲେ ଡାକ୍ତର
  • ଦିଦିଙ୍କ ସହ ଆଲୋଚନା ହେଉନି, କେନ୍ଦ୍ର ହସ୍ତକ୍ଷେପ କରୁ
  • ସୁରକ୍ଷାକୁ ନେଇ ଜୋରଧରିଲା ଦାବି

ଅର୍ଗସ ବ୍ୟୁରୋ: ଥମିବାରେ ନା ନେଉନି କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ । ଏହାରି ଭିତରେ ଦୁଇଦୁଇ ଥର ଡାକ୍ତର ସଂଘ ସହ ଆଲୋଚନା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚାହିଁଥିଲେ ବି ଆଲୋଚନା ହୋଇପାରିନାହିଁ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛି ଡାକ୍ତର ସଂଘ । ଖାଲି ଚିଠି ଲେଖିଛି ତାହା ନୁହେଁ ବରଂ ଏହି ମାମଲାରେ ହସ୍ତକ୍ଷେପ କରିବା ସହିତ ପଦକ୍ଷେପ ନେବା ପାଇଁ ଅନୁରୋଧ ବି କରିଛନ୍ତି ।  

କୋଲକତା ଆର ଜି କର ମେଡିକାଲ କଲେଜ୍‌ରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ହୋଇଥିଲା । ମାମଲା ଜଣାପଡିବା ପରେ ପ୍ରଥମେ ମାମଲା ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା । ଏମିତିକି ହତ୍ୟାକୁ ଆତ୍ମହତ୍ୟାର ରୂପ ବି ଦିଆଯାଇଥିଲା । ହେଲେ ପରିବାର ଲୋକେ ଏହାକୁ ମାନିନଥିଲେ ବରଂ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ହୋଇଥିବା କହିଥିଲେ । ପରବର୍ତ୍ତୀ ସମୟରେ ପୁରା ଘଟଣାରେ ସଂଜୟ ହିଁ ଦାୟୀ ବୋଲି ଜଣାଯାଇଥିଲା । ପୋଲିସ ତାକୁ ବାନ୍ଧିଥିଲା । ଏବେ ସେ ଜେଲରେ । ଏହାରି ଭିତରେ ମାସେ ପୂରିଲାଣି । କିନ୍ତୁ ଡାକ୍ତରମାନେ ଆନ୍ଦୋଳନରୁ ଉଠୁନାହାନ୍ତି । ସେପଟେ ଦିଦିଙ୍କ ସହ ବୈଠକ ବିଫଳ ହେବା ପରେ ଆନ୍ଦୋଳନରତ ଡାକ୍ତର ଦର୍ଶାଇଛନ୍ତି ଯେ ଆନ୍ଦୋଳନ ଆରମ୍ଭ ହେବାପରଠାରୁ ଆନୁଷ୍ଠାନିକ ବିପଦ, ହିଂସା ଏବଂ ଭଙ୍ଗାରୁଜା ବଢ଼ିଛି । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମକୁ ଅନ୍ଧକାର କବଳରୁ ବାହାରିଯିବାର ବାଟ ଦେଖାଇବ ବୋଲି ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ।

ସୂଚନା ଅନୁସାରେ, ବୈଠକର ଲାଇଭ୍‌ ଟେଲିକାଷ୍ଟ୍‌ ପାଇଁ  ଡାକ୍ତରମାନେ ଦାବି କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ଏଥିରେ ରାଜି ହେଉନାହାନ୍ତି । ତେଣୁ ମମତା ବାନାର୍ଜୀ ୨ ଘଣ୍ଟାରୁ ଅଧିକ ସମୟ ବୈଠକ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଆନ୍ଦୋଳନରତ ଡାକ୍ତର ଆସିନଥିଲେ । ଏହାପରେ ମମତା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସେ ତାଙ୍କ ପଦବି ପାଇଁ ଚିନ୍ତିତ ନୁହଁନ୍ତି ଏବଂ ଇସ୍ତଫା ଦେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏପଟେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି।  ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ନାଁ ଧରୁନି। ସ୍ୱାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।  ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି । ଏଥିସହ ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ଆରମ୍ଭ କରିଛନ୍ତି ଅଭୟା କ୍ଲିନିକ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Rape And Murder Case | Argus News