Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡାକ୍ତର ଦୁଷ୍କର୍ମ ମାମଲା : ଭାଇରାଲ ହେଲା ଅଡିଓ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଡାକ୍ତର ଦୁଷ୍କର୍ମ ମାମଲା : ଭାଇରାଲ ହେଲା ଅଡିଓ

Key Points

  • ଡାକ୍ତର ଦୁଷ୍କର୍ମ ମାମଲା : ଭାଇରାଲ ହେଲା ଅଡିଓ
  • ଚାଂଚଲ୍ୟକର ଅଡିଓକୁ ନେଇ ବଢିଲା ଚର୍ଚ୍ଚା
  • ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ମୁଖ୍ୟ ଷଡଯନ୍ତ୍ରକାରୀ !

ଅର୍ଗସ ବ୍ୟୁରୋ : କୋଲକାତା ଘଟଣାରେ ଭାଇରାଲ ହେଉଥିବା ଅଡିଓ ହିଁ ବୟାନ କରୁଛି ଦୁଷ୍କର୍ମ ମାମଲାରେ କେଉଁମାନେ ଦାୟୀ ? କେଉଁମାନଙ୍କ ପାଇଁ ଘଟିଲା ଏମିତି ବର୍ବରକାଣ୍ଡ ? କାରଣ କୁହାଯାଉଛି କି, ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଏହି ମାମଲାରେ ମୁଖ୍ୟ ଯଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଛି । ଏଥିସହିତ ମାମଲାରେ ଜଣେ ଯୁବତୀ ମଧ୍ୟ ସାମିଲ ଥିବା କୁହାଯାଉଛି । ଅବଶ୍ୟ ସେମାନେ ଦୋଷୀ କି ନାହିଁ ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ହେଲେ ଭାଇରାଲ ହେଉଥିବା ଅଡିଓ କିନ୍ତୁ ସେମାନଙ୍କୁ ଦୋଷୀ ବୋଲି ପ୍ରମାଣ କରୁଛି ।

କୋଲକାତାର ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପିଜି ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ଜଣେ ମହିଳା ଡାକ୍ତର ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ମହିଳା ଡାକ୍ତରଙ୍କ ହତ୍ୟା ପଛର ଏକ ଚାଞ୍ଚଲ୍ୟକର ଅଡିଓ ସାମ୍ନାକୁ ଆସିଛି ।  ମହିଳା ଜଣଙ୍କ ଦାବି କରିଛନ୍ତି ଯେ ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ପ୍ରଥମେ ମାରପିଟ୍ କରାଯାଇଥିଲା । ତା’ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ହତ୍ୟାକାଣ୍ଡରେ ଜଣେ ଯୁବତୀ ମଧ୍ୟ ସାମିଲ ଥିଲେ । ଏହି ହତ୍ୟା ଷଡ଼ଯନ୍ତ୍ରରେ କଲେଜର ପ୍ରିନ୍ସିପାଲ, ଜଣେ ବରିଷ୍ଠ ଡାକ୍ତର ଓ ସମ୍ବନ୍ଧିତ ବିଭାଗର ପ୍ରମୁଖ ମଧ୍ୟ ସାମିଲ ଥିଲେ । ତେବେ ଏହି ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସୂଚନା ଓ ପ୍ରାଧ୍ୟୋଗିକୀ ବିଭାଗର ପ୍ରଭାରୀ ଅମିତ ମାଲବୀୟ ସୋସିଆଲ ମିଡ଼ିଆରେ ଏକ ଅଡିଓ କ୍ଲିପ୍ ଶେୟାର ବି କରିଛନ୍ତି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।

ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । କାରଣ ସରକାରୀ ମେଡିକାଲ କଲେଜମାନଙ୍କରେ ପ୍ରିନ୍ସପାଲ ଓ ବିଭାଗୀୟ ଅଧ୍ୟକ୍ଷ ବିଭିନ୍ନ ବାହାନା କରି ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଅର୍ଥ ନଦେଲେ ପିଲାଙ୍କର ଥେସିସରେ ଗଡବଡି ହେବ ବୋଲି ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଉଥିଲା। ଏଥିସହିତ ଇଣ୍ଟର୍ଣ୍ଣ ପୂରା ହେବାର ପ୍ରମାଣପତ୍ର ଦିଆଯିବନି ଓ ମେଡିକାଲ ପଞ୍ଜିକରଣ କରାଇବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲକାତାର ଦୁଷ୍କର୍ମକୁ ନେଇ ପୁରା ଦେଶରେ ନିଆଁ । କେମିତି ପୀଡ଼ିତା ନ୍ୟାୟ ପାଇବେ ସେନଇ ସମସ୍ତେ ଏକାଠି ହୋଇଛନ୍ତି । ହେଲେ ଡାକ୍ତରଙ୍କୁ ଯେଉଁ ମେଡିକାଲରେ ଦୁଷ୍କର୍ମ କରାଯାଇଛି ସେହି ମେଡ଼ିକାଲରେ ପ୍ରକୃତରେ କଣ ଚାଲିଥିଲା ? ଏବେ ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଭିଯୋଗ ହୋଇଛି କି, ମେଡିକାଲରେ ସେକ୍ସ କ୍ୟାଣ୍ଡେଲଠୁ ଆରମ୍ଭ କରି ଡ୍ରଗ୍ସ ବେପାର ବି ହେଉଥିଲା ଏବଂ ଅନେକ ଅପରାଧର ଷଡଯନ୍ତ୍ର ବି ହେଉଥିଲା । ଅବଶ୍ୟ ଏବେ ମାମଲା ଯାଇ ସିବିଆଇ ପାଖରେ ପହଞ୍ଚିଛି । ତଦନ୍ତ ବି ଚାଲିଛି । ଏବେ ଅପେକ୍ଷା, ଆଗାମୀ ଦିନରେ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

 

Sponsored
Kolkata Rape And Murder Case | Argus News