Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୋଷ ଲୁଚାଇବାକୁ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଦି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦୋଷ ଲୁଚାଇବାକୁ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଦି ?

Key Points

  • ଦୋଷ ଛଡାଇବାକୁ ଚିଠି ଲେଖୁଛନ୍ତି ଦିଦି
  • ମୋଦିଙ୍କୁ ଚିଠି ଲେଖି ଦୁଷ୍କର୍ମ କଥା କହିଲେ
  • ଏତେ ଦିନ ଯାଏଁ ଅପେକ୍ଷା କରିବାକୁ କିଏ କହିଥିଲା ?

ଅର୍ଗସ ବ୍ୟୁରୋ : ପ୍ରବଳ ବିରୋଧ, ଡାକ୍ତରଙ୍କ ଆନ୍ଦୋଳନ...ହଲ୍ଲାବୋଲ, ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ । ଏ ସବୁ ସ୍ଥିତି ଦେଖିବା ପରେ ଡରି ଛାନିଆ ହେଲେଣି ଦିଦି ।  କେମିତି ଏହି ମାମଲାରେ ନିଜକୁ ଘଂଟ ଘଉଡାଇବେ ସେନେଇ ନୂଆ ରାସ୍ତା ଆପଣାଇଛନ୍ତି ମମତା । ଦୁଷ୍କର୍ମ ମାମଲାରେ ମୋଦିଙ୍କୁ ଚିଠି ଲେଖିବା ସହିତ ଦେଶର ଦୁଷ୍କର୍ମ ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ଦିଦି ଚିଠି ଲେଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସ କିନ୍ତୁ ପ୍ରବଳ ଟ୍ରୋଲ କରିଛନ୍ତି । ସିଧାସିଧା କହିଛନ୍ତି, ଦାଗ ଲିଭାଇବାକୁ ଚିଠି ଲେଖିଛନ୍ତି ଚିଠି । 

ମାମଲାକୁ କେମିକି ଚପାଇବାକୁ ହୁଏ ସେକଥା ଦିଦିଙ୍କଠୁ କିଏ ଶିଖିବ । ଆଉ ନୁହେଁ ତ କଣ ? ଡାକ୍ତର ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବାର ୧୦ ଦିନ ହେଲାଣି ଏଯାଏଁ କିଛି କହୁନଥିଲେ । ହେଲେ ମାମଲାକୁ ନେଇ ସୁପ୍ରିମକୋର୍ଟ ସୁପ୍ରିମ ଶୁଣାଣି କରି ସରକାର ଓ ପୋଲିସକୁ ଭତ୍ସନା କରିବା ପରେ ଦିଦି ଏବେ ମୋଦିଙ୍କୁ ଲେଖିଛନ୍ତି ଚିଠି । ହେଲେ ଚିଠି ଲେଖିବା ପରେ ଦିଦି ସମାଲୋଚନାକୁ ବର୍ତ୍ତିପାରିନାହାନ୍ତି ବରଂ ଅଧିକ ସମାଲୋଚନାର ଶିକାର ହୋଇଛନ୍ତି ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି କହିଛନ୍ତି, ସାରା ଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି । ଏମିତି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ଦମନ ପାଇଁ କଡ଼ା ଆଇନ ଜରୁରୀ । ଖାଲି ଏତିକି ନୁହେଁ ବରଂ ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ଆଣୁ ବୋଲି ମମତା ଦାବି କରିଛନ୍ତି । ସେହିଭଳି ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଦିଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପୂର୍ବଥର ପରି ଗତକାଲି ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍ D Y ଚନ୍ଦ୍ରଚୁଡଙ୍କ ନେତୃତ୍ବାଧୀନ ୩ ଜନିଆ ଖଣ୍ଡପୀଠ ଏହି ରିପୋର୍ଟ ଆଧାରରେ ମମତା ସରକାରଙ୍କ ପୋଲିସକୁ ନେଇ ପୁଣି  ଭର୍ସନା କରିଥିଲେ । ସିଧାସିଧା ଟିପ୍ପଣୀ କରି କୋର୍ଟ କହିଥିଲେ, ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ। ଏପରିକି ଜଷ୍ଟିସ ପାରଦିୱାଲା କହିଛନ୍ତି ୩୦ ବର୍ଷ ଭିତରେ ଦେଖିନୁ ଏପରି ଲଜ୍ଜାଜନକ ଘଟଣା। ଯେଉଭଳି ଭବେ ପ୍ରଥମେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ସ୍ବାଭାବିକ ମୃତ୍ୟୁ କୁହାଗଲା ଓ ପରେ ପୁଣି ମୃତଦେହ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦାଲତ। ବିଳମ୍ବରେ ଏଫଆଇଆର କରାଯିବାକୁ ନେଇ କୋର୍ଟ କରିଛନ୍ତି ପ୍ରଶ୍ନ। FIR ଦର୍ଜ୍ କରିବାକୁ ୧୪ ଘଣ୍ଟା କାହିଁକି ଲାଗିଲା ବୋଲି ପଚାରିଛନ୍ତି ଅଦାଲତ । ଏହାପରେ ଦିଦି ଚିଠି ଲେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଦିଦି କରୁଛନ୍ତି ନାଟକ ।
 

Sponsored
Kolkata Rape And Murder Case | Argus News