Videos
|
National

ଦୁଷ୍କର୍ମ ପରେ ମଧ୍ୟ ଜୀବିତ ଥିଲେ ମହିଳା ଡାକ୍ତର.. 

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁଷ୍କର୍ମ ପରେ ମଧ୍ୟ ଜୀବିତ ଥିଲେ ମହିଳା ଡାକ୍ତର.. 

ନୂଆଦିଲ୍ଲୀ:  କୋଲକାତା ରେପ୍‌ ଆଣ୍ଡ ମର୍ଡର  କେସ୍‌ ରେ  ଆସିଲା ଆଉ  ଏକ ସାଙ୍ଘାତିକ  ସତ୍ୟ।   ଯେଉଁଦିନ ପୀଡିତା ଡାକ୍ତରଙ୍କ ସହ ଏଭଳି ପାଶବିକ  ଅତ୍ୟାଚାର ପରେ ମର୍ଡର କରାଗଲା ସେହି ରାତି ରେ ପୀଡିତା ରାତି ୨ ଟା ୪୫ ପର୍ଯ୍ୟନ୍ତ ଜୀବିତ ଥିଲେ।  କାରଣ ସେହି ସମୟରେ  ପୀଡିତାଙ୍କ ଜଣେ କଜିନ୍‌ ତାଙ୍କୁ ମ୍ୟାସେଜ୍‌ କରିଥିଲେ ଆଉ ଏହାର ରିପ୍ଲାଇ ଦେଇଥିଲେ ପୀଡିତା ଡାକ୍ତର।  ପୀଡିତା ଡାକ୍ତରଙ୍କ  ରିପ୍ଲାଏ କରିବାର  ସମୟ ଥିଲା  ରାତି ପାଖାପାଖି  ୨ ଟା ୪୫।  ଏଜେନ୍ସି ମାନଙ୍କ  ପାଖରେ  ଉପଲବ୍ଧ ଥିବା ବୈଷୟିକ ପ୍ରମାଣ ଦ୍ୱାରା ଏହା ନିଶ୍ଚିତ ହୋଇଛି । ଏହି ପ୍ରମାଣ ଆଧାରରେ ଏହା ସ୍ପଷ୍ଟ ହେଉଛି ଯେ,  ସେହି ସମୟରେ  ପୀଡିତାଙ୍କ ମୋବାଇଲ୍‌ ରୁ ଏକ ମ୍ୟାସେଜ୍‌ ପଠାଯାଇଥିଲା.. ଯାହା ସେ ୨ଟା ୪୫ ସୁଦ୍ଧା ଜୀବିତ ଥିବା କହୁଯାଉଛି।  ତଦନ୍ତ କରୁଥିବା ଏଜେନ୍ସି ଏହି ମ୍ୟାସେଜ୍‌ କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୋଲି କହିଛି।  ପୀଡିତା ବଞ୍ଚିଥିବା ଶେଷ ସମୟ ବିଷୟରେ ଅନେକ ସୂଚନା ଦେଇପାରିବ ବୋଲି ଆଶା  କରୁଛି  ତଦନ୍ତ  ଏଜେନ୍ସି । 

ମ୍ୟାସେଜ କରିଥିବା ଲୋକ ପୀଡିତା ନା ଆଉ କିଏ ..? 


ଏଜେନ୍ସି ଏହା ମଧ୍ୟ  ଯାଞ୍ଚ କରୁଛି ରାତି ୨ଟା ୪୫ ରେ ପୀଡିତା ନିଜ  ମୋବାଇଲ୍‌ ରୁ ମ୍ୟାସେଜ କରିଥିଲେ ନା ତାଙ୍କ ମୋବାଇଲରୁ ଅନ୍ୟ କିଏ.. ?  ତେବେ ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ,  ମ୍ୟାସେଜ୍‌ ପୀଡିତା ମୋବାଇଲରୁ ହିଁ  ଯାଇଛି।  ତେବେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି ଏଜେନ୍ସି।  ତେବେ ମହିଳା ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ବିଭତ୍ସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଏବେ ନ୍ୟାୟିକ ହେପାଜତରେ। ପଚରାଉଚରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା କରିଛି ସଞ୍ଜୟ। କିନ୍ତୁ ଆହୁରି ଅନେକ ପ୍ରଶ୍ନର ଉତ୍ତର ଅପେକ୍ଷାରେ ପୋଲିସ୍‌।  ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ  ଦୁଷ୍କର୍ମ ପରେ ଅଭିଯୁକ୍ତ ଦଞ୍ଜୟ  ସିଧା ୪ର୍ଥ ବାଟାଲିଅନ  ଯାଇଥିଲା।

ଆଉ ସେଠାକୁ ଯାଇ ଶୋଇପଡିଥିଲା।  ୧୦ ଅଗଷ୍ଟ ସକାଳେ  ଯେତେବେଳେ ଉଠିଲା ପୁଣି ମଦ ପିଇ ଶୋଇ ପଡିଥିଲା ସଞ୍ଜୟ।  ପୋଲିସ୍‌ ସେମିନାର ହଲ୍‌ର  ସିସିଟିଭି  ସର୍ଚ କରିବା  ବେଳେ  ସଞ୍ଜୟ ହିଁ ସିସଟିଭିରେ ଆସିଥିଲା। ଏହା ପରେ  ପୋଲିସ୍‌ ର ସନ୍ଦେହ  ବଢିଲା ସଞ୍ଜୟ ଠି।  ତେବେ ସିସିଟିଭି ରେ ସଞ୍ଜୟ ସହ ଅନ୍ୟ ୧୫ ଜଣ ମଧ୍ୟ ହସ୍ପିଟାଲରେ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା। ସେତେବେଳର ସମୟ ଥିଲା ପ୍ରାୟ ୩ରୁ ୪ ମଧ୍ୟରେ।  ତେବେ କୋଲକାତା  ପୋଲିସ୍‌ ଯେତେବେଳେ ସଞ୍ଜୟକୁ  ଧରିବାକୁ ପହଞ୍ଚିଥିଲା ସେତେବେଳେ ସଞ୍ଜୟ  ମଦ ପିଇ ନିଶାରେ ଥିଲା। ଗିରଫର ପରେ ସଞ୍ଜୟ କହିଥିଲା ମୋତେ ଫାସୀ ଦେଇଦିଅ।  ଏହାର ପର ଦିନ ସଞ୍ଜୟର କିଛି ଅନୁତାପ ନଥିଲା।  ତେବେ ଏ ଘଟଣାରେ ସଞ୍ଜୟ ଏକା ନା ଅନ୍ୟ କେଉଁମାନେ ସାମିଲ ଅଛନ୍ତି ତାହା ଯାଞ୍ଚ କରୁଛି ପୋଲିସ୍‌। 
 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: