Videos
|
National

କୋଲକତା ଦୁଷ୍କର୍ମ : ଜନ୍ତରମନ୍ତରରେ ପହଞ୍ଚିଲା ଆନ୍ଦୋଳନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
କୋଲକତା ଦୁଷ୍କର୍ମ : ଜନ୍ତରମନ୍ତରରେ ପହଞ୍ଚିଲା ଆନ୍ଦୋଳନ

ଅର୍ଗସ ବ୍ୟୁରୋ : କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଆଜି ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ।ଫେଡେରେସନ ଅଫ୍ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ସେପଟେ ମମତାଙ୍କ ଚିଠି ଚାଲ୍ ର ପର୍ଦାଫାସ୍ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ । ଦୁଷ୍କର୍ମ ଓ ହତ୍ୟା ଭଳି ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ଦାବି କରି ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁଇଟି ଚିଠି ଲେଖିଥିଲେ। ତେବେ ତାଙ୍କ ଚିଠିର ଉତ୍ତରରେକେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହି ଚିଠିକୁ ଭୁଲ ବୋଲି କହିଛନ୍ତି।

ମହିଳାଙ୍କ ଉପରେ ହେଉଥିବା ହିଂସା ତଥା ଅପରାଧର ମୁକାବିଲା ପାଇଁ ଥିବା ଆଇନଗୁଡ଼ିକ କଠୋର । ମମତା ନିଜ ରାଜ୍ୟରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ବା FTSC ଏବଂ POCSOର କାର୍ଯ୍ୟକାରିତାରେ ‘ବିଳମ୍ବକୁ ଲୁଚାଇବା ’ ହିଁ ଏହି ଚିଠିର ଉଦ୍ଦେଶ୍ୟ। ସେହିପରି ଦୁଷ୍କର୍ମ ଏବଂ ପୋକ୍ସୋ ମାମଲାର ମୁକାବିଲା ପାଇଁ ବେଙ୍ଗଲ ସରକାର ଅତିରିକ୍ତ ୧୧ ଟି ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ କାର୍ଯ୍ୟକାରୀ କରିନାହାନ୍ତି। ତେଣୁ କେନ୍ଦ୍ର ଚିଠି ଏବେ ମମତାଙ୍କ ଚିଠି ରାଜନୀତିର ମୁଖା ଖୋଲିଛି । ନିଜ ଦାୟିତ୍ବ ସମ୍ପାଦିତ ନ କରି କେମିତି କେନ୍ଦ୍ର କୋର୍ଟକୁ ସେ ବଲ୍ ଫୋଫାଡ଼ିବାର ପ୍ରୟାସ କରୁଥିଲେ ତାର ପୋଲ୍ ଖୋଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kolkata rape-murder case | Argus News