Videos
|
National

ଡାକ୍ତରଙ୍କୁ ଦୁଷ୍କର୍ମ : ତଦନ୍ତ ପାଇଁ ପହଞ୍ଚିଲା CBI

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଡାକ୍ତରଙ୍କୁ ଦୁଷ୍କର୍ମ : ତଦନ୍ତ ପାଇଁ ପହଞ୍ଚିଲା CBI

ଅର୍ଗସ ବ୍ୟୁରୋ : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ତଦନ୍ତ ପାଇଁ କୋଲକାତାରେ ପହଞ୍ଚିଛି ସିବିଆଇର ସ୍ପେଶାଲ୍ ଟିମ୍ । ଗତକାଲି ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । ଆଜି ସକାଳ ୧୦ ଟା ସୁଦ୍ଧା ମାମଲା ସହ ଜଡ଼ିତ ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ୩ ସପ୍ତାହ ଭିତରେ ତଦନ୍ତ କରି ରିପୋର୍ଟ ଦେବ ।

ଅନ୍ୟପଟେ ଅଭୟାଙ୍କୁ ନ୍ୟାୟ ଦାବିରେ ତେଜୁଛି ଡାକ୍ତର ସଂଘର ଆନ୍ଦୋଳନ । ଦେଶବ୍ୟାପୀ ଜୁନିୟର ଡାକ୍ତର ମାନେ ଧାରଣା ଦେଉଛନ୍ତି । ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନର ଆହ୍ବାନରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ କୋଲକାତା ସମେତ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇରେ ବିଭିନ୍ନ ସରକାରୀ ହସପିଟାଲରେ ଓପିଡି ସେବା ଠପ୍ ହୋଇଯାଇଛି । ଓଡ଼ିଶାରେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେପଟେ, କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ସାରା ଦେଶରେ ବିରୋଧ କରାଯାଉଛି । ସାରା ଦେଶରେ ବନ୍ଦ ଡାକରା ଦେଇଛି ଜୁନିୟର ଡାକ୍ତର ସଂଘ। ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧାରଣାରେ ବସିଥିବା ଡାକ୍ତରମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। 

ଏହି ଘଟଣାରେ ସିବିଆଇ ତଦନ୍ତ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । ସେପଟେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତ । ଅଭିଯୁକ୍ତଙ୍କ କଠୋର ଦଣ୍ଡ ମିଳିବା ଦରକାର। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ । ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ତୁରନ୍ତ ସମସ୍ତ ଡକ୍ୟୁମେଣ୍ଟ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ ଦାବି କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kolkata rape-murder | Argus News