କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ

ଅର୍ଗସ ବ୍ୟୁରୋ: ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ । ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋଲକାତାର ସିଆଲ୍ଦା କୋର୍ଟ । ୩୧ ବର୍ଷୀୟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛି ସଞ୍ଜୟ ରାୟ ।
ଭାରତୀୟ ନ୍ୟାୟ ସଂହିତା ଧାରା-୬୪ (ଦୁଷ୍କର୍ମ ପାଇଁ ଦଣ୍ଡ), ୬୬ (ମୃତ୍ୟୁ ଲାଗି ଦଣ୍ଡ) ଓ ୧୦୩ (ହତ୍ୟା) ଲାଗି ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସିଆଲ୍ଦା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସ୍ଵତନ୍ତ୍ର ବିଚାରପତି ଅନିର୍ବାନ ଦାସ ମକଦ୍ଦମାର ୫୭ ଦିନରେ ନିଷ୍ପତ୍ତି ଶୁଣାଇଛନ୍ତି ।
📱 Get Argus News App
✨ଆଜି ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ସୋମବାର ଜାନୁଆରୀ ୨୦ରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ । ସେ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବ ସଞ୍ଜୟ ରାୟ । ୨୦୨୪ ଅଘଷ୍ଟ ୯ ତାରିଖରେ ଆରଜି କର ହସ୍ପିଟାଲର ସେମିନାର ହଲ୍ରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ମିଳିଥିଲା ।
ସିସିଟିଭି ଫୁଟେଜ୍ ଓ କ୍ରାଇମ୍ ସିନ ସାକ୍ଷ୍ୟ ଆଧାରରେ କୋଲକାତା ପୋଲିସ ସିଭିକ୍ ଭଲ୍ୟୁଣ୍ଟିଅର ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଭାର ନେଇଥିଲା ସିବିଆଇ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତାର ଯାଞ୍ଚ ରିପୋର୍ଟରେ ସଞ୍ଜୟ ରାୟକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇବା ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲା ।