Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଲଜ୍ଜା:ମମତାଙ୍କ ଦୂର୍ଗାପୂଜା ମନ୍ତବ୍ୟ ବର୍ଷିଲେ ପୀଡ଼ିତାଙ୍କ ମାଆ

Sangram Tripathy
Browse all articles by Sangram Tripathy
·1 year ago·2 min read
କୋଲକାତା ଲଜ୍ଜା:ମମତାଙ୍କ ଦୂର୍ଗାପୂଜା ମନ୍ତବ୍ୟ ବର୍ଷିଲେ ପୀଡ଼ିତାଙ୍କ ମାଆ


ଅର୍ଗସ ବ୍ୟୁରୋ:ସରୁନି ଲୁଚକାଳି ଖେଳ,ନ୍ୟାୟ ଲଢେଇ ଆଉ କେତେ ଦିନ?। ଅଗଷ୍ଟ ୯ରୁ ସେପ୍ଟେମ୍ବର ୧୦,କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିତିଛି ଗୋଟିଏ ମାସ,ହେଲେ ଏଯାଏ ମିଳିପାରିନି ପୀଡ଼ିତାଙ୍କୁ ନ୍ୟାୟ । ନ୍ୟାୟ ଦେବାରେ ଫେଲ୍ ମାରିଛନ୍ତି ଟିଏମସି ସରକାର,ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତରଙ୍କୁ ଠୁ ଆରମ୍ଭ କରି ଛାତ୍ରଛାତ୍ରୀ,ହଜାର ହଜାର ଜନସାଧାରଣ। ଆଉ ଏଭଳି ଘଡିସନ୍ଦି ମୁହୁର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସବୁକୁ  ଭୁଲି ଆସୁଥିବା ଦୂର୍ଗାପୂଜା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଗୋଟିଏ ମାସରୁ ଉର୍ଦ୍ଦ ବିତିଗଲାଣି,ଆପଣମାନେ ସେ ଗୁଡିକୁ ଭୁଲିଯାଆନ୍ତୁ। ତାଙ୍କର ଏଭଳି ମନ୍ତବ୍ୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଆଉ ଏବେ ନିଆଁରେ ଘିଅ ଢାଳିବା ପରି ହୋଇଛି। ଦିଦିଙ୍କ ଉପରେ ବର୍ଷିଛନ୍ତି ପୀଡ଼ିତାଙ୍କ ମାଆ,କହିଛନ୍ତି ଆମେ ଯେତେବେଳେ ଆମ ଝିଅକୁ ହରାଇଛୁ ଆମର ପର୍ବପର୍ବାଣୀ କ’ଣ ହେବ? ଆମେ ପର୍ବପର୍ବାଣୀ ଆମ ଝିଅ ସହ ପାଳନ କରୁ। ଆଗାମୀ କୌଣସି ବର୍ଷରେ ଆମ ପାଇଁ କିଛି ପର୍ବ ନାହିଁ ବୋଲି କହିଛନ୍ତି ପୀଡିତାଙ୍କ ବାପା ମା। ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ସହ ଜଣେ ନାରୀ ହୋଇ ମଧ୍ୟ ଏମିତି କେମିତି କହିପାରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ,ସୋସିଆଲ ମିଡିଆରେ ମମତାଙ୍କୁ ମଧ୍ୟ ପ୍ରବଳ ବିରୋଧ କରାଯାଉଛି,ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି ମମତାଙ୍କ ମମତା ଗଲା କୁଆଡେ। 

ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ବେପରୁଆ ପଦକ୍ଷେପକୁ ବିରୋଧ କରି ଟିଏମ୍‌ସିର ରାଜ୍ୟସଭା ସାଂସଦ ଜୱାହର ସରକାର,ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଦିଦିଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଲେଖିଛମନ୍ତି । ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ ଓ ସରକାରଙ୍କ ଆଭିମୁଖ୍ୟ ଦଳକୁ ବଦନାମ କରିଛି ବୋଲି ଦର୍ଶାଇ ସରକାର ଏଥିପାଇଁ ମମତାଙ୍କୁ ସିଧାସଳଖ ଟାର୍ଗେଟ କରି ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି। ସେପଟେ ଏହି ଘଟଣାରେ ସିବିଆଇ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ,ଦିନକୁ ଦିନ ଏହି ଘଟଣାରେ ତାର ମନ୍ତବ୍ୟ ବଦଳାଉଛି।  ଏହି ଘଟଣାର ଅନ୍ୟତମ ମୁଖ୍ୟ କର୍ପୋଟଦାର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ମଧ୍ୟ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ସହ କୁଆଡେ ରହିଛି ଟିଏମସି ଲିଙ୍କ୍ ବୋଲି ଚର୍ଚ୍ଚା ଜୋର ଧରିଛି। କେବେ ମିଳିବ ନ୍ୟାୟ ଅପେକ୍ଷା ସମୟକୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Shame: Mamata's Durga Puja comment years victim's mother | Argus News