Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଲଜ୍ଜା:ପୀଡ଼ିତାଙ୍କ ପରିବାରକୁ ନ୍ୟାୟ କେବେ?

Sangram Tripathy
Browse all articles by Sangram Tripathy
·1 year ago·2 min read
କୋଲକାତା ଲଜ୍ଜା:ପୀଡ଼ିତାଙ୍କ ପରିବାରକୁ ନ୍ୟାୟ କେବେ?

ଅର୍ଗସ ବ୍ୟୁରୋ:ସମୟ ପରେ ସମୟ ଗଡୁଛି,ଆଖି ଲୁହ ଶୁଖିଗଲାଣି ହେଲେ ନ୍ୟାୟ ପାଇଁ ଅପେକ୍ଷା କରିକରି ଥକିଗଲେଣି ପୀଡ଼ିତାଙ୍କ ପରିବାର,ଝିଅ ସହ ବିତାଇଥିବା ଅନେକ ଅଭୁଲା ମହୁର୍ତ୍ତ ଆଖି ଆଗରେ ନାଚି ଯାଉଛି, ଗଣାମାଧ୍ୟମରେ ଗୋଟିଏ କଥା ଚର୍ଚ୍ଚା ହେଉଛି ଖୁବଶୀଘ୍ର ନ୍ୟାୟ ମିଳିବ,ମାତ୍ର କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ବିତୁଥିବାବେଳେ ନ୍ୟାୟ ପାଇଁ ଅପେକ୍ଷା କରିକରି ଥକିଗଲେଣି ପରିବାର ଲୋକ। ଆଉ ସେପଟେ ଦିଦିଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲାଣି,ଟିଏମସି ସରକାର ପ୍ରତି ଥିବା ଜନତାଙ୍କ ଆସ୍ଥା ଭରଷା ଧିରେ ଧରେ କମିବାରେ ଲାଗିଛି,କୁଆଡେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ,ଏବଂ ପୂର୍ବତନ ପ୍ରିନସିପାଲ ସନ୍ଦିପ ଘୋଷଙ୍କ ସହ କୁଆଡେ ଟିଏମସିର ରହିଛି ଭିତିରି ଲିଙ୍କ ବୋଲି ଜୋର ଧରୁଛି ଚର୍ଚ୍ଚା। ସେଥିପାଇଁ କୁଆଡେ ମାମଲାକୁ ରଫାଦଫା କରିବାକୁ ପଶ୍ଚିମବଙ୍ଗ ସରକାର ଚାହିୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କୋଲକାତାରେ ଡାକ୍ତକଙ୍କୁ ନ୍ୟାୟ ଦେବା ଲାଗି  ରାଜରାସ୍ତାକୁ ଆସିଛନ୍ତି ଶହଶହ ଡାକ୍ତର,ହଜାର ହଜାର ଛାତ୍ରଛାତ୍ରୀ, ବିଭିନ୍ନ ସଙ୍ଗଠନ ସମେତ ଜନସାଧାରଣ। ସବୁଠି ଉଠିଛି ମମତା ସରକାରଙ୍କ ବିରୋଧି ସ୍ବର। ମମତାଙ୍କ ଇସ୍ତାଫା ଦାବି ମଧ୍ୟ ଜୋର ଧରିଛି। କାଳେ ଦିଦିଙ୍କର ଗାଦି ଚାଲିଯିବ ନି ତ,ଦିଦିଙ୍କୁ ଘାରିଛି ଚିନ୍ତା

କେବଳ ସେତିକି ନୁହେଁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଦେଇଥିବା ମନ୍ତବ୍ୟ ତାଙ୍କୁ ଆହୁରି ବିବାଦ ଘେରକୁ ଟାଣିଛି। ଦିଦି କହିଥିଲେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଗୋଟିଏ ମାସରୁ ଉର୍ଦ୍ଦ ବିତିଗଲାଣି,ଆପଣମାନେ ସେ ଗୁଡିକୁ ଭୁଲିଯାଆନ୍ତୁ ଦୂର୍ଗାପୂଜା ଉପରେ ଧ୍ୟାନ ଦିଅନ୍ତି ବୋଲି କହିଥିଲେ,ତାଙ୍କର ଏଭଳି ମନ୍ତବ୍ୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ,ପଶ୍ଚିମବଙ୍ଗ ସରକାରଙ୍କ ବେପରୁଆ ପଦକ୍ଷେପକୁ ବିରୋଧ କରି ଟିଏମ୍‌ସିର ରାଜ୍ୟସଭା ସାଂସଦ ଜୱାହର ସରକାର,ସାଂସଦ ପଦରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି। ଦିଦିଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଲେଖିଛମନ୍ତି ।

ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ ଓ ସରକାରଙ୍କ ଆଭିମୁଖ୍ୟ ଦଳକୁ ବଦନାମ କରିଛି ବୋଲି ଦର୍ଶାଇ ସରକାର ଏଥିପାଇଁ ମମତାଙ୍କୁ ସିଧାସଳଖ ଟାର୍ଗେଟ କରି ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି। ନିଜ ଦଳର ଲୋକ ମଧ୍ୟ ଦିଦିଙ୍କ ଦୋଷ ତ୍ରୁଟି ଧରିବାକୁ ପଛାଉ ନାହାନ୍ତି। ସେଥିପାଇଁ ତ ମମତା ସରକାରଙ୍କୁ ଆଉ ଭରଷା କରିପାରୁ ନାହାନ୍ତି ଜନସାଧାରଣ। ମମତା ଏବେ କରିବେ କଣ,କେବେ ମିଳିବ ପୀଡିତାଙ୍କ ପରିବାରକୁ ନ୍ୟାୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Shame: When is justice for the victim's family? | Argus News