Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟାଘଟଣା : ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି ସିବିଆଇ ଟିମ୍

National

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟାଘଟଣା : ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି ସିବିଆଇ ଟିମ୍

Ritu Das
Browse all articles by Ritu Das
·1 year ago·2 min read
କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟାଘଟଣା : ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି ସିବିଆଇ ଟିମ୍

ଅର୍ଗସ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ପାଇଁ ଜାରି ରହିଛି ବିକ୍ଷୋଭ। କାରଣ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ପ୍ରମାଣ ଲୁଚାଉଛନ୍ତି ମମତା ସରକାର। ତେବେ ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମ୍‌କୋର୍ଟ। ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହେବ ଶୁଣାଣି। ମୁଖ୍ୟ ଅଭିଯୁକ୍ତର ସାଇକୋଲୋଜିକାଲ ଟେଷ୍ଟ କରିଛି ସିବିଆଇ ଟିମ୍। ସେପଟେ RG କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୩ ଘଣ୍ଟା ଧରି ଜେରା କରିଛି ସିବିଆଇ । ମେଡିକାଲ ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା  ସହ ଲାଗୁ ହୋଇଛି ୧୬୩ ଧାରା । ଅଗଷ୍ଟ ୨୪ ପର୍ଯ୍ୟନ୍ତ ସେ ଅଞ୍ଚଳକୁ ଯିବା ଉପରେ ରହିଛି କଟକଣା।

 

ମୁଖ୍ୟ ଅଭିଯୁକ୍ତ  ସଞ୍ଜୟ ରାୟର ସାଇକୋଲୋଜିକାଲ ଟେଷ୍ଟ କରାଯାଇଛି । ତାକୁ ଗୁଡାଇତୁଡାଇ ଜେରା କରିଛନ୍ତି ସିବିଆଇ ଟିମ୍ ।  ସିବିଆଇର ସେଣ୍ଟ୍ରାଲ ଫୋରନସିକ୍ ସାଇନସ ଲାବରେଟୋରିର ଟିମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି। ସେପଟେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ସାରା ଦେଶରେ ଜାରି ରହିଛି ପ୍ରତିବାଦ । ଡାକ୍ତରମାନେ ରାଜରାସ୍ତାରେ ବିକ୍ଷୋଭ କରିବା ସହ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି । ଆରଜି କର ମେଡିକାଲ କଲେଜ  ପରିସରରେ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀ ଓ ଜୁନିୟର ଡାକ୍ତରମାନେ ଧାରଣାରେ ବସିଛନ୍ତି । ସେପଟେ ଏହାକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ସବୁ ରାଜ୍ୟ ପ୍ରତି ଦୁଇ ଘଣ୍ଟାରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ପାଇଁ ଜୋର ଧରିଛି ଦାବି । ସେ ପଶ୍ଚିମବଂଗର ସ୍ବାସ୍ଥ୍ୟମନ୍ତ୍ରୀ ରହିଛନ୍ତି । ଆଇନଶୃଙ୍ଖଳା ରକ୍ଷା କରିବା ତାଙ୍କର ଦାୟିତ୍ବ । କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଛି । କିନ୍ତୁ ପରିସ୍ଥିତିକୁ ନେଇ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଯଦି ତାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରା ନଯାଏ ପଶ୍ଚିମବଙ୍ଗ ଦ୍ବିତୀୟ ବାଂଲାଦେଶ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ ମଧ୍ୟ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି । ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ବଦଳରେ ଲକେଟ ଚାଟାର୍ଜୀଙ୍କ ସହ ଆଉ ଦୁଇ ଜଣ ଡାକ୍ତରଙ୍କୁ ହାଜର ହେବାକୁ ଜାରି ହୋଇଛି ସମନ୍। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

 କୋଲକତା ଆରଜି କର ହସ୍ପିଟାଲ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ଗୁରୁତ୍ବର ସହ ନେଇ ନିଜ ଆଡୁ ତଦନ୍ତ କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ସର୍ବୋଚ୍ଚ ବିଚାରପତି ଜଷ୍ଟିଜ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ବେଞ୍ଚ ଦ୍ବାରା ଆସନ୍ତା ୨୦ରେ ମାମଲାର ଶୁଣାଣି ହେବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Kolkata traine | Argus News