Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗାଁରୁ ଗାଏବ ହୋଇଗଲେ ହଜାର ହଜାର ଲୋକ 

Manini Pattanayak
Browse all articles by Manini Pattanayak
·1 year ago·3 min read
ଗାଁରୁ ଗାଏବ ହୋଇଗଲେ ହଜାର ହଜାର ଲୋକ 

ନୂଆଦିଲ୍ଲୀ: ଏପରି  ଏକ  ରହସ୍ୟମୟୀ ଗାଁ ବିଷୟରେ କହିବୁ  ଯେଉଁଠି ଗୋଟିଏ ରାତିରେ  ଗାୟବ ହୋଇଯାଇଥିଲେ ୫ ହଜାର ଲୋକ।   ଆଜ୍ଞା ରାଜସ୍ଥାନର କୁଲଧରା ଗାଁ ଯେଉଁଠି ଗୋଟିଏ ରାତିରେ ଲୋକ ସୂନ୍ୟ ହୋଇଯାଇଥିଲେ। ସେବେଠୁ ଏହି ଗାଁରେ  ଅଜିବ୍‌ ଗରିବ୍‌ ଶଦ୍ଦ ଶୁଣିବାକୁ ମିଳୁଛି। ଗାଁକୁ ଭୂତ କୋଠି  ଆକ୍ଷା ଦିଆଯାଇଛି। ଏହା ଖାଲି ଭାରତ ନୁହେଁ  ସାରା ବିଶ୍ୱରେ ଭୂତ କୋଠି ଗାଁ ନାଁରେ  ପ୍ରଶିଦ୍ଧ।  ତେବେ କଣ ଘଟିଥିଲା କୁଲଧରା ଗ୍ରାମବାସୀଙ୍କ ସହ।  କଣ ପାଇଁ ଗୋଟିଏ ରାତିରେ  ଗାଁରୁ ମଣିଷ ଉଭେଇଗଲେ। ଆଉ କୁଆଡେ ଗଲେ ଯେ।  ଆଜି ଯାଏ କେହିଫେରିଲେନି।  ଏ ସବୁ ଜାଣିବା ପାଇଁ ଆମକୁ ୨୦୦ ବର୍ଷ ପଛକୁ ଯିବାକୁ ପଡିବ।  ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟି ଗାଁ ବିଷୟରେ।

ରାଜସ୍ଥାନର ଜୈସଲମେର ରୁ  ୧୪ କିଲୋମିଟର  ଦୂରରେ ଅବସ୍ଥିତ କୁଲଧରା ଗାଁ।   ଯାହା ଗତ ୨୦୦ ବର୍ଷ ହେବ ଲୋକସୂନ୍ୟ ହୋଇପଡିଛି।  କୁହାଯାଇଥାଏ  ବର୍ଷ ୧୩୦୦ ରେ ପାଲିବାଲ ବ୍ରାହ୍ମଣ ସମାଜ ଦ୍ୱାରା ସରସ୍ୱତୀ ନଦୀ କୂଳରେ  ଗାଁ ଗଢିଉଠିଥିଲା।  ସେହି ସମୟରେ ଗାଁରେ ବହୁତ ଗହଳି ଚହଳି ଲାଗି ରହିଥିଲା।   କୁହାଯାଇଥାଏ ଯେ,  ଏହି ଗାଁ ରେ ସର୍ବପ୍ରଥମେ  ପାଲି ର ଜଣେ ବ୍ରାହ୍ମଣ କଧାନ  ଗୃହ ନିର୍ମାଣ କରିଥିଲେ। ଏଥିସହିତ ଏକ ପୋଖରୀ ମଧ୍ୟ ଖୋଳିଥିଲେ। ତାପରେ  ଧିରେ ଧିରେ ବ୍ରାହ୍ମଣ ମାନେ ନିଜ ପରିବାର ସହ  ବସତି ସ୍ଥାପନ କଲେ।   ଚାହୁଁ ଚାହୁଁ  ଗ୍ରାମବସୀଙ୍କ ସଂଖ୍ୟା ୫ହଜାରରେ ପହଞ୍ଚିଗଲା।  ସେହି ସମୟରେ ଗାଁର ମନ୍ତ୍ରୀ ସଲିମ୍‌ ସିଂହ ଥିଲେ।  ତାଙ୍କ ଅଧିନ ଏହି  କୁଲଧରା ଗାଁ ଥିଲା। ସେ  ଗାଁ ଲୋକଙ୍କ ଠାରୁ ମୋଟା ଆକାରର  କର ଆଦାୟ କରୁଥିଲେ। ଯାହାକୁ ନେଇ  ଚିନ୍ତିତ ଥିଲେ ଗ୍ରାମବାସୀ। ବ୍ରାହ୍ମଣ  ସମାଜ ସହ ଏକ ପ୍ରକାର ବିଶ୍ୱାସଘାତ କରୁଥିଲେ ମନ୍ତ୍ରୀ  ସଲିମ୍‌ ସିଂହ।  ମନ୍ତ୍ରୀ ଗାଁ ଲୋକଙ୍କଠୁ କର ଆଦାୟ କରୁଥିଲେ କଥା ସେତିକିରେ ସରିନଥିଲା।  ସଲିମ୍‌ ସିଂହ ଗାଁର ମୁଖିଆଙ୍କ ଝିଅ ଉପରେ  ଖରାପ ଦୃଷ୍ଟି ରଖିଥିଲା। ଆଉ  ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲା।  ଗାଁ ଲୋକଙ୍କୁ ଧମକ ଦେଇଥିଲା  ଯଦି କେହି ଏହି ପ୍ରସ୍ତାବରେ ବିରୋଧ କରନ୍ତି ଆଉ ମୋ ରାସ୍ତାରେ ଆସିବାକୁ ଚେଷ୍ଟା କରନ୍ତି ତେବେ ଆହୁରି ଅଧିକା କର ଆଦାୟ ହେବ। ଏହାକୁ ନେଇ  ଖୁବ୍‌ ଡରିଯାଇଥିଲେ ଗାଁ ଲୋକେ।  ଆସନ୍ତୁ ଜାଣିବା ଏହା ପରର ଘଟଣା।

ମନ୍ତ୍ରୀ ସଲିମ୍‌ ସିଂହ ବହୁତ କ୍ରୁର ସ୍ୱଭାବର ଥିଲା। ଆଉ ଅତ୍ୟାଚାରୀ ବ୍ୟକ୍ତି ଥିଲା। ତାହାର କବଳରୁ କିପରି ନିଜ ଝିଅ ଏବଂ ଗାଁ ଲୋକଙ୍କୁ ରକ୍ଷା କରିବ ସେ ଚିନ୍ତାରେ ଥିଲେ ମୁଖିଆ।  ସେହି ରାତିରେ  ମୁଖିଆ ଏକ ବୈଠକ ଡାକିଲେ, ସବୁ  ବ୍ରାହ୍ମଣ ଏହି ସଭାରେ ଏକାଠି ହେଲେ।  ସମସ୍ତେ ମିଳିମିସି ନିଷ୍ପତ୍ତି ନେଲେ  ରାତି ରାତି ଗାଁ ଦେବା ପାଇଁ ଆଉ ସେଇଆ ମଧ୍ୟ କଲେ।  ନିଜର ଖାଦ୍ୟ ବସ୍ତ୍ର ଧରି ୫ ହଜାର ବ୍ରାହ୍ମଣ ଏକା ସାଙ୍ଗେ ଫେରାର୍‌ ହୋଇଗଲେ।  ତେବେ ଯିବା ସମୟରେ ଗାଁକୁ ଅଭିଶାପ ଦେଇ କହିଥିଲେ  ଆସୁଥିବା ଦିନରେ ଏଠାରେ କେହି ବସତି ସ୍ଥାପନ କରିପାରେବନାହିଁ।  ଏମିତି ମୁକୁଳା ହୋଇ ରହିବ ଏହି ଗାଁ। 

 ସତରେ ଗାଁ ଲୋକଙ୍କ ଅଭିଶାପ ପଡିଗଲା ଏହି କୁଲଧରା ଗାଁ ଉପରେ।  କାରଣ ଯିଏ ବି ଯାଉଛନ୍ତି ଏହି ଗାଁକୁ ତାଙ୍କୁ ଭୟଙ୍କର ଶଦ୍ଦ ଶୁଭୁଛି। ନିଛାଟିଆ ଲାଗୁଛି ଗାଁ। ଯିବାକୁ ଡରୁଛନ୍ତି ଲୋକେ। ଏପରିକି ସେଠାକାର ସରକାରଙ୍କ ତରଫରୁ  ଘୋଷଣା କରାଯାଇଛି ଯେ ଯିଏ  ବି ଏହି ଗାଁକୁ ବୁଲି ଆସୁଛ ଦିନ ଥାଇ ଚାଲି ଯାଅ।   ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରାତି ହେଲେ ଗାଁରୁ ଲୋକଙ୍କର ଚାଲିବାର ଶଦ୍ଦ ଆସେ। ଝାଡୁ କରିବା, ବାସନକୁସନର ଶଦ୍ଦ ଆସିଥାଏ ।  କୁହାଯାଏ ଯେ, ଆଜି ବି ଏଠାରେ ଗ୍ରାମବାସୀଙ୍କ ଆତ୍ମା ବୁଲୁଛି।  ସେଦିନର ଚୂଲି, ବସିବା ପାଇଁ ଚୌକି, ମନ୍ଦିରର ଉପସ୍ଥିତି ମଧ୍ୟ ଆଜିବି ଦେଖିବାକୁ ମିଳେ।  ରାଜସ୍ଥାନ ସରକାର ଏହି ଗାଁକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ   କିଛି ଘରକୁ  ପୂର୍ବ ପରି ନିର୍ମାଣ କରିଛନ୍ତି।  ପ୍ରତିବର୍ଷ  ହଜାର ହଜାର ପର୍ଯ୍ୟଟକ କୁଲଧରା ର୍ଗାକୁ ବୁଲିଆସନ୍ତି ଆଉ ଦିନ ଥାଇ ଏଠାରୁ   ଫେରିଯାଅନ୍ତି।   ସ୍ଥାନୀୟ ଲୋକେ ଏହି ଗାଁ ବହୁତ ସମ୍ମାନ କରିଥାନ୍ତି।   ଆଜି ବି କୁଲଧରା ଗାଁ ତାର  ଗ୍ରାମବାସୀଙ୍କ ଅପେକ୍ଷାରେ।  ହେଲେ ଏ ଅପେକ୍ଷା ଆଉ କେବେ ପୁରଣ ହେବନି କି ଆଉ ତରେ ଗାଁ ବସିବନି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

 

Sponsored
Hunted Village In Rajastan | Argus News