Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସିନ୍ଦେଙ୍କୁ କମେଡି ମାଧ୍ୟମରେ କଟାକ୍ଷ, କୁନାଲଙ୍କ ପାଇଁ ବଢ଼ିଲା ସମସ୍ୟା

National

ସିନ୍ଦେଙ୍କୁ କମେଡି ମାଧ୍ୟମରେ କଟାକ୍ଷ, କୁନାଲଙ୍କ ପାଇଁ ବଢ଼ିଲା ସମସ୍ୟା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସିନ୍ଦେଙ୍କୁ କମେଡି ମାଧ୍ୟମରେ କଟାକ୍ଷ, କୁନାଲଙ୍କ ପାଇଁ ବଢ଼ିଲା ସମସ୍ୟା

ଭାରତରେ ବାକ୍ ସ୍ବାଧୀନତାର ସୀମା ଅଛି କି ନା ...ପୁଣିଥରେ ଉଠିଲା ପ୍ରଶ୍ନ । ମୁମ୍ବାଇରେ କମେଡି ଶୋରେ କମେଡିଆନ କୁନାଲ କାମରାଙ୍କ ଟିପ୍ପଣୀକୁ ନେଇ ତେଜିଲା ବିବାଦ । ବିବଦୀୟ କମେଡି ସୁଟ ହୋଇଥିବା ମୁ୍ମ୍ବାଇର ହାବିଟାଟ ଷ୍ଟୁଡିଓରେ ଭଙ୍ଗାରୁଜା କରିଥିବା ୧୨ ଶିବସେନା କର୍ମୀଙ୍କୁ କୋର୍ଟରୁ ମିଳିଛି ଜାମିନ । ୧୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଦଳୀୟ କର୍ମୀକୁ ଜମିନ ଦେଇଛନ୍ତି।

ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଷ୍ଟାଣ୍ଡଅପ କମେଡି ମାଧ୍ୟମରେ କଟାକ୍ଷ କରିଥିବା ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରାଙ୍କ ବଢ଼ିଲା ସମସ୍ୟା । ଖୁବଶୀଘ୍ର କୁନାଲଙ୍କ କଲ୍ ଡାଟା ରେକର୍ଡ ଓ ବ୍ୟାଙ୍କ ଷ୍ଟେଟମେଣ୍ଟର ଯାଞ୍ଚ ହେବ ବୋଲି ମହାରାଷ୍ଟ ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ କହିଛନ୍ତି । ଏହାସହିତ ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ହାସ୍ୟରସ ନାଁରେ ଅପମାନଜନକ ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ଗର୍ଦାର କିଏ, ଏକଥା ମହାରାଷ୍ଟ୍ରର ଲୋକମାନେ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି କହିବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଫଆଇଆର ପରେ କୁନାଲଙ୍କୁ ଡାକି ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ । ନିଜର ମନ୍ତବ୍ୟ ପାଇଁ ସେ ଅନୁତପ୍ତ ନୁହନ୍ତି ବୋଲି ପୋଲିସ୍‌କୁ କୁନାଲ ଜବାବ ଦେଇଥିବା ଜଣାପଡ଼ିଛି । ବିବାଦକୁ ନେଇ ସିନ୍ଦେ ସେନା ଓ ଉଦ୍ଧବ ସେନା ମଧ୍ୟରେ ଜୋରଦାର ହୋଇଛି ରାଜନୈତିକ ବାକଯୁଦ୍ଧ । ସିନ୍ଦେ ସେନା କୁନାଲଙ୍କ କମେଡିକୁ ଅପମାନ ଓ ଆପତ୍ତିଜନକ କହିଥିବା ବେଳେ ଉଦ୍ଧବ ଠାକେରଙ୍କ ଶିବସେନା ଗୋଷ୍ଠୀ କୁନାଲଙ୍କ ସମର୍ଥନରେ ଛିଡ଼ା ହୋଇ ଏହାକୁ ବାକ ସ୍ୱାଧୀନତା ଦାବି କରିଛି ।

ମୁମ୍ବାଇର ହାବିଟାଟ ସେଣ୍ଟରରେ କମେଡି ସୋ'ରେ କୁନାଲ 'ଦିଲ୍ ତୋ ପାଗଲ ହୈ'ର ଗୀତକୁ ନିଜ ହିସାବରେ ଗାଇଥିଲେ। କମେଡି ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗର୍ଦାର ବୋଲି କହିଥିଲେ। ସୋସିଆଲ ମିଡିଆରେ ଭିଡିଓ କ୍ଲିପ ଭାଇରାଲ ହେବା ପରେ ସିନ୍ଧେ ସେନାର କର୍ମୀମାନେ ପ୍ରବଳ ବିରୋଧ କରିବା ସହ ହାବିଟାଟ ସେଣ୍ଟରରେ ଭଙ୍ଗାରୁଜା କରିଥିଲେ। କିଛିଦିନ ପୂର୍ବରୁ ହାବିଟାଟ ସେଣ୍ଟର ନିକଟରେ ଅନ୍ୟ ଏକ ଷ୍ଟୁଡିଓରେ ସୁଟ ହୋଇଥିଲା ଆପତ୍ତିଜନକ କମେଡି ଏପିସୋଡ । ଯାହାକୁ ନେଇ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିଲା । ଏବେ ପୁଣି ବାକ୍ ସ୍ବାଧୀନତା ଆଳରେ ବିବାଦୀୟ ଟିପ୍ପଣୀକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kunal Kamra-Eknath Shinde row: 12 held for ransacking Mumbai show venue get bail | Argus News