Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି

National

ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି

Manini Pattanayak
Browse all articles by Manini Pattanayak
·1 year ago·2 min read
ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି

ନୂଆଦିଲ୍ଲୀ:  ବ୍ରିଟେନରେ ଶେଷହେଲା ସୁନକ ରାଜ୍ । ବାଜି ମାରିଲା ଲେବର ପାର୍ଟି । ନିର୍ବାଚନରେ ପରାଜୟର ସ୍ଵାଦ ଚାଖିଲେ ଋଷି ସୁନକ । ୧୪ ବର୍ଷ ପରେ ୟୁକେ କନଜରଭେଟିଭ୍ ପାର୍ଟି କ୍ଷମତାଚ୍ୟୁତ ହୋଇଛି । ନିର୍ବାଚନରେ ହାରିବା ପରେ କେର୍‌ ଷ୍ଟାରମର୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସୁନକ । ଲେବର ପାର୍ଟି 400 ପାର୍‌ କରିଛି।  କନଜରଭେଟିଭ୍ କେବଳ ୧୧୧ ସିଟ୍‌ ଜିତିପାରିଛି।  ହାରିବା ପରେ ଋଷି ସୁନକ ଆସନ୍ତାକାଲି ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।  ୬୫୦  ସାଂସଦଙ୍କ ସଦନ  ଅର୍ଥାତ ହାଉସ୍‌ ଅଫ୍‌ କମନ୍ସରେ ବହୁମତର ସରକାର ଗଢିବାକୁ ହେଲେ କୌଣସି ମଧ୍ୟ ଦଳକୁ  ୩୨୬ ସିଟ୍‌ର ଆବଶ୍ୟକତା ରହିଥିଲା । ଯାହା ହାସିଲ କରିପାରିନଥିଲେ ସୁନକ ।

14 ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି 

ୟ୧୪ ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି  । ଏହି ସମୟରେ ୟୁନାଇଟେଡ୍‌  କିଙ୍ଗମ୍‌ରେ ୫ମ ପ୍ରଧାନମନ୍ତ୍ରୀ  ଦେଖିବାକୁ ମିଳିଥିଲେ କନଜରଭେଟିଭ୍ ପାର୍ଟିର ।  ୨୦୧୦ରେ  ହୋଇଥିବା  ସାଧାରଣ ନିର୍ବାଚନରେ କନଜରଭେଟିଭ୍ ପାର୍ଟିକୁ ମିଳିଥିଲା ବିଜୟ। ଏହା ପରେ  ପିଏମ ହୋଇଥିଲେ ଡେଭିଡ୍‌ କୈମରନ । ଏହାର ପରେ  ୨୦୧୫ରେ  ୟୁକେ  ନିର୍ବାଚନରେ  କନଜରଭେଟିଭ୍ ପାର୍ଟିର ଦ୍ୱିତୀୟ ଥର  ବିଜୟ ହୋଇଥିଲା। କୈମରିନ୍‌ ପୁନର୍ବାର  ପିଏମ ହେଲେ।  କିନ୍ତୁ ୨୦୧୬ରେ ତାଙ୍କୁ  ପଦ ଛାଡିବାକୁ ପଡିଥିଲା।  ତାଙ୍କ ସ୍ଥାନରେ  କନଜରଭେଟିଭ୍ ପାର୍ଟି  ଟେରେସା ମେ ଙ୍କୁ  ପ୍ରଧାନମନ୍ତ୍ରୀ  କରିଥିଲା।  ସେ ପିଏମ ପଦରେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ। ୨୦୧୯ରେ  ବୋରିସ ଜନସନ ୟୁକେ ର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କୁ ମଝିରେ ପଦ ଛାଡିବାକୁ  ପଡିଥିଲା। ତେଣୁ ଲିଜ୍‌  ଟ୍ରସ ପିଏମ ହୋଇଥିଲେ।   ସେ ମଧ୍ୟ ୫୦ ଦିନ ପଦରେ ରହିପାରିଥିଲେ। ତାଙ୍କ ସ୍ଥାନରେ  ଋଷି ସୁନକଙ୍କୁ ୟୁକେର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Education Next Season 5
Sponsored
he party's Keir Starmer is poised to succeed Rishi Sunak as the Prime Minister as the party crossed the majority mark. | Argus News