Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା'

National

ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା'

Ritu Das
Browse all articles by Ritu Das
·2 years ago·2 min read
ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା'

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି ବିଜେପି । କିନ୍ତୁ ଏହି ବିଜେପିର ଶ୍ରେୟ ଦିଆଯାଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କର ଏକ ସ୍ବତନ୍ତ୍ର ଯୋଜନା ଲାଡଲି ବେହନା ଯୋଜନା ( ଗେହ୍ଲା ଭଉଣୀ ଯୋଜନା) । ଏହି ଯୋଜନା ମାଧ୍ୟମରେ ମଧ୍ୟପ୍ରଦେଶରେ ଶିବରାଜ ପାସ ହୋଇଥିବା ଚର୍ଚ୍ଚା ଜୋର ଧରିଛି। 

ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବିଶେଷ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଥିଲା । ଭୋପାଳର ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଶିବରାଜ ନା ହୋର୍ଡିଂରେ ଥିଲେ ନା ହାଇକମାଣ୍ଡଙ୍କ ଭାଷଣରେ। କିନ୍ତୁ ଶିବରାଜଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଲାଡଲି ବେହନା ଯୋଜନା ଦ​ଳକୁ ସଂଖ୍ୟାଗରିଷ୍ଠତା ଆଣିଦେବ । ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଯେ ସଂଖ୍ୟାଗରିଷ୍ଠତା ଆଡକୁ ବିଜେପିର ନେତୃତ୍ୱରେ ଲାଡଲି ବେହନା ଯୋଜନାର ବଡ଼ ହାତ ରହିଛି । ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି।
ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨ କୋଟି ୭୨ ଲକ୍ଷ, ଅର୍ଥାତ୍ ପ୍ରାୟ ୨୯ଟି ଏଭଳି ଆସନ ରହିଛି ଯେଉଁଥିରେ ମହିଳା ଭୋଟରଙ୍କ ମଧ୍ୟରେ ମୋଡ଼ ବଦଳାଇବାର ସାମର୍ଥ୍ୟ ରହିଛି। ଏହାକୁ ଭଲଭାବରେ ବୁଝି ବିଜେପି ଯୋଜନା କରିଥିଲା ଓ ସଫଳ ହୋଇଥିଲା । ଏପରିକି କଂଗ୍ରେସର କେତେକ ନେତା ସ୍ବୀକାର କରିଛନ୍ତି ଯେ ଲାଡଲି ଯୋଜନା ଯୋଗୁଁ ବିଜେପି ସୁବିଧାଜନକ ସ୍ଥିତିକୁ ଆସିଥିଲା। 

ତେବେ ୩ ରାଜ୍ୟ ବିଧାନସଭା ନିର୍ବାଚନରେ ‘ବିଜେପି’ ଅଗ୍ରଣୀ ହୋଇଥିବାରୁ ଆଜି ସନ୍ଧ୍ୟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀଙ୍କୁ ଉଦ୍‌ବ‌ୋଧନ ଦେବେ ବୋଲି ଦଳସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ  ‘ବିଜେପି’ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବେ ବୋଲି ସେମାନେ କହିଛନ୍ତି। ସଦ୍ୟତମ ଗଣମାଧ୍ୟମ ଟ୍ରେଣ୍ଡ୍‌ ଅନୁସାରେ, ସମ୍ପ୍ରତି ‘ବିଜେପି’ ମଧ୍ୟପ୍ରଦେଶରେ ୧୬୪ଟି, ରାଜସ୍ଥାନରେ ୧୧୬ଟି ଓ ଛତିଶଗଡ଼ରେ ୫୫ଟି ଆସନରେ ଅଗ୍ରଣୀ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
'Ladli Behna Yojana | Argus News