Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଖରୀ ଖୋଳିଲେ ମିଳୁଛି ୫୦୦ ଟଙ୍କିଆ... 

National

ପୋଖରୀ ଖୋଳିଲେ ମିଳୁଛି ୫୦୦ ଟଙ୍କିଆ... 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୋଖରୀ ଖୋଳିଲେ ମିଳୁଛି ୫୦୦ ଟଙ୍କିଆ... 

ନୂଆଦିଲ୍ଲୀ:  ଅଗର ମାଲଓ୍ୱାରେ ପ୍ରଶିଦ୍ଧ ମୋତି ସାଗର ପୋଖରୀରୁ ମିଳିଲା ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ।  ନଗଳ ପାଳିକା ଭିଜି ଯାଇଥିବା ଟଙ୍କା ବ୍ୟାଗ କୁ ପୋଲିସ୍‌ କୁ ଧରାଇଦେଇଛି।  ବର୍ତ୍ତମାନ ପୋଲିସ୍‌ ପ୍ରଶାସନ  ପୁରା ଘଟଣାର  ସନ୍ଧାନରେ ଲାଗିଛି । ସୂଚନାମୁତାବକ, ମଧ୍ୟ ପ୍ରଦେଶର ସବୁଠାରୁ  ଦ୍ୱିତୀୟ ବଡ ମୋତି ସାଗର ପୋଖରୀର ଖୋଳା ଚାଲିଥିଲା।  ଗରମକୁ ଦୃଷ୍ଟିରେ ରଖି  ଖନନକାର୍ଯ୍ୟ ଚାଲିଥିଲା।  ଜେସିବି  ଖୋଳୁଥିବା ବେଳେ  ଏକ  ବ୍ୟାଗ୍‌ ଦେଖାଯାଇଥିଲା। ସେଥିରେ କିଛି  ନୋଟ୍‌ ( ଟଙ୍କା) ଦେଖିବାକୁ ମିଳିଥିଲା।

ଏହା ଦେଖିବା ପରେ ଜେସିବି ଚାଳକ ନଗର ପାଳିକାଙ୍କୁ ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ନଗରପାଳିକାର କିଛି ଅଧିକାରୀ  ଏବଂ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଯେ, ବ୍ୟାଗରେ ୫୦୦ ଟଙ୍କିଆ ଭର୍ତ୍ତି ହୋଇଛି।  ପାଖାପାଖି  ୫ ରୁ ୭ ଲକ୍ଷ  ଟଙ୍କା  ଅନୁମାନ କରାଯାଉଥିଲା।  ନଗର ପାଳିକା ଅଧ୍ୟକ୍ଷ  ନିଲେଶ ପଟେଲଙ୍କ କହିବା ଅନୁଯାୟୀ  ମିଳିଥିବା  ନୋଟରୁ ଅଧିକାଂଶ ନୋଟ  ମାଟି ଏବଂ  ପାଣି ଯୋଗୁଁ  ନଷ୍ଟ  ହୋଇଯାଇଥିଲା ।  ତେବେ ବର୍ତ୍ତମାନ ନଗରପାଳିକା  ଏ ସମସ୍ତ ଟଙ୍କାକୁ ପୋଲିସ୍‌ କୁ ହସ୍ତାନ୍ତର କରିଛି।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In a surprising turn of events, soiled currency notes worth lakhs of rupees were unearthed during the beautification and deepening work at Moti Sagar pond in Agar-Malwa. | Argus News