Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଅଟଳ-ଆଡଭାନୀ ଯୁଗରେ ବିଜେପି  ଛୁଇଁଥିଲା ଶିଖର   

Manini Pattanayak
Browse all articles by Manini Pattanayak
·2 years ago·3 min read
 ଅଟଳ-ଆଡଭାନୀ ଯୁଗରେ ବିଜେପି  ଛୁଇଁଥିଲା ଶିଖର   

 ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀ ଏହି ନାଁ ଟି ଶୁଣିଲେ ରାଜନିତୀରେ  ହଇଚଇ ସୃଷ୍ଟି ହୁଏ।  ତାଙ୍କୁ  ରାଜନିତୀର ଜ୍ଞାନଦାତା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।  ଭାରତୀୟ ଜନତା ପାର୍ଟି ପରି ଏକ ସୁସଙ୍ଗଠିତ ରାଜନୈତିକ ଦଳ ଠିଆ କରିଥିବା ସେହି ମହାନ ରାଜନିତୀଜ୍ଞଙ୍କୁ ମିଳିବାକୁ ଯାଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ'।  ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।  'ଆଡଭାନୀଜୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା' ପ୍ରଧାନମନ୍ତ୍ରୀ କହିଛନ୍ତି।  ଜଣେ ଆଦର୍ଶ ରାଜନିତୀଜ୍ଞ, ଜଣେ ସଚ୍ଚୋଟ ରାଷ୍ଟ୍ରନେତା ହେଉଛନ୍ତି ଲାଲକୃଷ୍ଣ ଆଡଭାନୀ। ସେ ଭାରତ ରତ୍ନ ପାଇବାକୁ ଯାଉଥିବା ଘୋଷଣା କରିବା ମୋ ପାଇଁ ଅତ୍ୟନ୍ତ ସୈାଭାଗ୍ୟ ର ବିଷୟ।  ତାଙ୍କ ସହ କାମ କରି  ଅନେକ କିଛି ସିଖିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 
ଆସନ୍ତୁ ଜାଣିବା ସେହି ମହାନ ରାଷ୍ଟ୍ରନେତାଙ୍କ ଜୀବନୀ ବିଷୟରେ..
1927 ନଭେମ୍ବର ୮ ରେ  କରାଚୀ ଠାରେ  ଏକ ହିନ୍ଦୁ  ଶିନ୍ଧି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲାଲକୃଷ୍ଣ ଆଡଭାନୀ।   ବର୍ତ୍ତମାନ ୯୬ ବର୍ଷରେ ବୟସରେ ପଦାର୍ପଣ କରିସାରିଛନ୍ତି ବିଜେପିର ଏହି ବରିଷ୍ଠ ନେତା।  ତାଙ୍କ ବାପାଙ୍କ ନାଁ କିଶନଚନ୍ଦ  ଆଡଭାନୀ  ଏବଂ ମାଙ୍କ ନାଁ ଜ୍ଞାନୀ ଦେବୀ।  ତାଙ୍କ ବାପା ଜଣେ ବୃତିରେ ଉଦ୍ୟୋଗୀ ଥିଲେ।   ଲାଲକୃଷ୍ଣଙ୍କ  ପ୍ରାରମ୍ଭିକ ଶିକ୍ଷା କରାଚୀର  ସେଣ୍ଟ ପୈଟ୍ରିକ ହାଇ ସ୍କୁଲରୁ ହୋଇଥିଲା।   ଏହାପରେ ସେ ହାଇଦ୍ରାବାଦ  ସିନ୍ଧ ର ଡିଜି ନ୍ୟାସନାଲ ସ୍କୁଲରେ  ନାମ ଲେଖାଇଥିଲେ। 
 ବିଭାଜନ ପରେ ଚାଲିଆସିଥିଲେ ମୁମ୍ବାଇ
୧୯୪୭ ରେ ଆଡଭାନୀ ଦେଶର ସ୍ୱାଧୀନତାକୁ ମଧ୍ୟ  ସେଲିବ୍ରେଶନ  କରିପାରି ନଥିଲେ କାରଣ ସ୍ୱାଧୀନତାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ନିଜ ଘର ଛାଡ଼ି ଭାରତ ଆସିବାକୁ ପଡ଼ିଥିଲା । ଦେଶ ବିଭାଜନ ପରେ ଆଡଭାନୀଙ୍କ ପରିବାର ମୁମ୍ବାଇରେ ଆସି ରହିଗଲେ। ଏଠାରେ ସେ ଲ' କଲେଜ  ଅଫ  ଦି ବମ୍ବେ  ୟୁନିଭରସିଟିରେ ଆଇନ୍‌ ପାଠ ପଢିଥିଲେ।  ଏହାପୂର୍ବରୁ  ୧୯୪୪ରେ କରାଚିର ମଡେଲ ହାଇ ସ୍କୁଲ ରେ ଶିକ୍ଷକତା କରିଥିଲେ ସେ ।   ସମ୍ବାଦିକତା ମଧ୍ୟ କରିଥିଲେ  ଆଡଭାନୀ।    ଆଡଭାଣୀ ୧୯୬୫ ଫେବୃଆରୀ ୨୫ରେ କମଲା ଆଡଭାନୀଙ୍କୁ ବିବାହ କରିଥିଲେ। 
 ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିଲେ ଭାଜପା ଅଧ୍ୟକ୍ଷ
 ରାଷ୍ଟ୍ରୀୟ ସ୍ୱୟଂସେବକ  ସଙ୍ଘ ମାଧ୍ୟମରେ  ରାଜନିତୀ କ୍ୟାରିୟର ଆରମ୍ଭ କରିଥିଲେ ଆଡଭାନୀ।  ୧୯୪୧ରେ ମାତ୍ର ୧୪ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ରେ ଯୋଗ ଦେଇଥିଲେ । ସେବେଠାରୁ ରାଷ୍ଟ୍ର ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଆସିଛନ୍ତି। ତେବେ କିଛି ବର୍ଷ ପର୍ଯ୍ୟନ୍ତ  ରାଜସ୍ଥାନ ଆରଏସଏସ ପ୍ରଚାରକ କାମରେ ଲାଗି ରହିଥିଲେ। ସେଠାରେ  ସେହି ବ୍ୟକ୍ତତ୍ୱଙ୍କ ସହ ସାମିଲ ହୋଇଥିଲେ ଯେଉଁମାନେ କି  ଭାରତୀୟ ଜନତା ପାର୍ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୮୦ ରୁ ୧୯୯୦ ମଧ୍ୟରେ  ଆଡଭାନୀ ବିଜେପିକୁ ଏକ  ରାଷ୍ଟ୍ରୀୟ ସ୍ତରର ପାର୍ଟି ଭାବେ ଗଢିବା ପାଇଁ  କାମ କରିଥିଲେ।  ସ୍ୱାଧିନତା ପରେ ପ୍ରଥମ ଥର  କଂଗ୍ରେସ ସତାରୁ ଓହରିଥିଲା  ଆଉ ବାଜି ମାରିଥିଲା ବିଜେପି। ସବୁଠାରୁ ଅଧିକ  ସଂଖ୍ୟକ ଦଳ ଭାବେ ଉଭା ହୋଇଥିଲା ଭାରତୀୟ ଜନତା ପାର୍ଟି। 

ବାଜପେୟୀ ସରକାରରେ ଉପ-ପ୍ରଧାନମନ୍ତ୍ରୀ 
 ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଦୀର୍ଘ ସମୟ କାର୍ଯ୍ୟ କରିଥିବା ଗୃହମନ୍ତ୍ରୀ ହେଉଛନ୍ତି  ଆଡଭାନୀ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପୋୟୀ ସରକାରରେ  ସପ୍ତମ ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।  ଲାଲକୃଷ୍ଣ ଆଡଭାନୀ ତିନି ଥର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ  ରହି ସାରିଛନ୍ତି।   ୨୦୧୫ରେ  ଆଡଭାନୀଙ୍କୁ ଭାରତର ଦ୍ୱିତୀୟ  ବଡ ନାଗରିକ ସମ୍ମାନ ପଦ୍ମ ବିଭୁଷଣ ରେ ସମ୍ମାନୀତ କରାଯାଇଥିଲା।  

ରାମ ରଥ ଯାତ୍ରାର ମୁଖ୍ୟ ପୁରୋଧା
 ୧୯୮୦ ରେ  ବିଶ୍ୱ ହିନ୍ଦୁ ପରିଷଦ  ଦ୍ୱାରା ଅଯୋଧ୍ୟାରେ ରାମ ଜନ୍ମଭୁମି ରେ  ରାମମନ୍ଦିର  ନିର୍ମାଣ ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ।   ଏପଟେ  ଆଡଭାନୀଙ୍କ ନେତୃତ୍ୱରେ ଭାଜପା  ରାମ ମନ୍ଦିର  ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଲା।  ୨୫ ସେପ୍ଟେମ୍ବର ୧୯୯୦ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ଅବସରରେ ସୋମନାଥରୁ ରାମ ରଥ ଯାତ୍ରା ଆରମ୍ଭ କରିଥିଲେ ଲାଲକୃଷ୍ଣ ଆଡଭାନୀ।     ଆଜି ସେହି ରାଷ୍ଟ୍ରନେତାଙ୍କୁ ମିଳିବାକୁ ଯାଉଛି ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ.. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
lal krishna advani bharat ratna know his profile political journey biography | Argus News