Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତେଜସ୍ବୀ ଯାଦବଙ୍କ ପୁଅ ନାଁ ଇରାଜ ଲାଲୁ କାହିଁକି ରଖିଲେ ଲାଲୁ ପ୍ରସାଦ: ଜାଣିଛନ୍ତି କି?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ତେଜସ୍ବୀ ଯାଦବଙ୍କ ପୁଅ ନାଁ ଇରାଜ ଲାଲୁ କାହିଁକି ରଖିଲେ ଲାଲୁ ପ୍ରସାଦ: ଜାଣିଛନ୍ତି କି?

Key Points

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସବୁବେଳେ ଚର୍ଚ୍ଚାରେ ଥାନ୍ତି

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଲାଲୁ ପ୍ରସାଦଙ୍କ ନାତି ଏବଂ ପରିବାର ସଦସ୍ୟଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମର ନାତୁଣୀ କାତ୍ୟାୟନୀଙ୍କ ସାନ ଭାଇର ନାମ ମୁଁ ଏବଂ ରାବ୍ରି ଦେବୀ ‘ଇରାଜ’ ରଖିଛୁ ତେଜସ୍ବୀ ଏବଂ ରାଜଶ୍ରୀ ଇରାଜ ଲାଲୁ ଯାଦବ ବୋଲି ପୂରା ନାମ ଦେଇଛନ୍ତି। କାତ୍ୟାୟନୀଙ୍କ ଜନ୍ମ ଶୁଭ ନବରାତ୍ରିର ଷଷ୍ଠୀ ଦିନ କାତ୍ୟାୟନ ଅଷ୍ଟମୀରେ ହୋଇଥିଲା ତେଣୁ ତାଙ୍କ ନାମ କାତ୍ୟାୟନୀ ରଖାଯାଇଛି। ସେହିପରି ମଙ୍ଗଳବାର ବଜରଙ୍ଗ ବଳି ହନୁମାନ ଜୀଙ୍କ ମଙ୍ଗଳ ଦିବସରେ ନାତି ଜନ୍ମ ହୋଇବାରୁ ତା’ର ନାମ ଇରାଜ ରଖାଯାଇଛି। ସେ କହିଛନ୍ତି, ଆପଣମାନଙ୍କ ଶୁଭକାମନା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ! ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।


ଇରାଜର ଅର୍ଥ ହିନ୍ଦୁ ଦେବତା ଭଗବାନ ହନୁମାନଙ୍କ ସହିତ ଜଡ଼ିତ। ଜୟ ହନୁମାନ କହି ପୁଅ ଜନ୍ମ ହେବାର ଆନନ୍ଦ ପ୍ରକାଶ କରିଥିଲେ ଲାଲୁ। ୨୭ ମେ’ରେ ପିତା ଭାବରେ ଖୁସି ପ୍ରକାଶ କରି ତେଜସ୍ବୀ ଯାଦବ ସୋସିଆଲ ମିଡିଆରେ ଲେଖିଥିଲେ, ଶୁଭ ସକାଳ! ଶେଷରେ ଅପେକ୍ଷାର ଅନ୍ତ ହେଲା! ମୁଁ ଆମର ଛୋଟ ପୁଅର ଆଗମନ ଘୋଷଣା କରି ବହୁତ କୃତଜ୍ଞ, ଧନ୍ୟ ଏବଂ ଖୁସି। ଜୟ ହନୁମାନ! ତେଜ ପ୍ରତାପ ମଧ୍ୟ ସନ୍ତାନ ଜନ୍ମରେ ଖୁସି ପ୍ରକାଶ କରିଥିଲେ। ସେ କହିଛନ୍ତି, ବାଙ୍କ ବିହାରୀ ଜୀଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ସହିତ, ମୁଁ ନବଜାତ ଶିଶୁର ଆଗମନ (ପୁତ୍ରର ଜନ୍ମ)ରେ ବଡ଼ ବାପା ହେବାର ସୌଭାଗ୍ୟ ପାଇଛି। ସାନ ଭାଇ ତେଜସ୍ବୀ ପ୍ରସାଦ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ପୁତୁରାକୁ ମୋର ସ୍ନେହପୂର୍ଣ୍ଣ ଆଶୀର୍ବାଦ ଏବଂ ଭଲପାଇବା ବୋଲି ଲେଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lalu-prasad-do-you-know-why-tejashwi-yadavs-son-was-named-iraj-lalu | Argus News