ଜାଣନ୍ତୁ କାହିଁକି ପୁଅକୁ ଦଳରୁ କାଢିଲେ ଲାଲୁ ?

Key Points
ପ୍ରେମ ପାଇଁ ବାପା ଦଳରୁ ବିଦା କଲେ ପୁଅକୁ ?
କାଲି ପ୍ରେମ ନେଇ ଫେସବୁକରେ କହିଥିଲେ
ଆଜି ବାପା ଦଳରୁ ବହିଷ୍କାର କଲେ
ଆରଜେଡିରୁ ପୁଅକୁ ବହିଷ୍କାର କଲେ ଲାଲୁ ପ୍ରସାଦ ଯାଦବ। ଏନେଇ ଶୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ଲାଲୁ ପ୍ରସାଦ ଯାଦବ। ଲାଲୁଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବଙ୍କୁ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଏହି ଅବସରରେ ଲାଲୁ ଲେଖିଛନ୍ତି କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ପାଇଁ ତାଙ୍କ ଉପରେ ପଦକ୍ଷେପ ନିଆଯାଇଛି। ଏବେଠୁ ଦଳରେ ଆଉ ତେଜ ପ୍ରତାପଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ସେ ନିଜେ ତାଙ୍କ ବ୍ୟକ୍ତିଗତ ଜୀବନର ଭଲ ଏବଂ ମନ୍ଦ ପରଖିବାର କ୍ଷମତା ରଖିଛନ୍ତି।
କାହିଁକି ପୁଅକୁ ଆରଜେଡିରୁ ବାହାର କଲେ ଲାଲୁ ?
📱 Get Argus News App
✨ଗତକାଲି ସଂନ୍ଧ୍ୟାରେ ତେଜ ପ୍ରତାପ ଯାଦବଙ୍କ ସୋସିଆଲ ମିଡିଆ (ଫେସବୁକ୍) ଆକାଉଣ୍ଟରୁ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଏଥିରେ ତେଜ ପ୍ରତାପଙ୍କୁ ଜଣେ ଝିଅ ସହିତ ଦେଖିବାକୁ ମିଳିଥିଲା। ଏଥିରେ ଲେଖାଯାଇଥିଲା ଯେ "ମୁଁ ତେଜ ପ୍ରତାପ ଯାଦବ । ଆମେ ଦୁହେଁ ଗତ ୧୨ ବର୍ଷ ହେଲା ପରସ୍ପରକୁ ଜାଣୁ ଏବଂ ଭଲପାଉ। ଏନେଇ ମୁଁ ଦୀର୍ଘ ଦିନ ହେବ ସୂଚନା ଦେବି ବୋଲି ଭାବୁଥିଲି। ହେଲେ କେମିତି ଦେବି ଜାଣି ପାରୁନଥିଲି। ସେଥିପାଇଁ ଆଜି ପୋଷ୍ଟ ମାଧ୍ୟମରେ ଜଣାଉଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ପୋଷ୍ଟ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଡିଲିଟ୍ କରାଯାଇଥିଲା। ଯାହାକୁ ନେଇ ଲାଲୁଙ୍କ ପରିବାରକୁ ନିନ୍ଦିତ ହେବାକୁ ପଡ଼ିଥିଲା।
କିଛି ସମୟ ପରେ ଲାଲୁଙ୍କ ପୁଅ ତେଜ ପ୍ରତାପ ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେଇଥିବା ନେଇ କହିଥିଲେ। ତାଙ୍କୁ ବଦନାମ କରିବା ପାଇଁ ଏହା ଏକ ପ୍ରୟସ ବୋଲି ସେ ଅଭିଯୋଗ କରିଥିଲେ। ଏହି ଗୁଜବକୁ ବିଶ୍ବାସ ନକରିବା ପାଇଁ ସେ ସାଧାରଣରେ ଅଫିଲ କରିଥିଲେ। ତଥାପି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଆରଜେଡି ପ୍ରତିଷ୍ଠାତା ଲାଲୁପ୍ରସାଦ ଯାଦବ।
