Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ଲାଲୁଙ୍କ ଗଡ଼ରେ ବଡ଼ ଫାଇଟ, ହାଇଭୋଲଟେଜ ଲଢେଇରେ କିଏ ମାରିବ ବାଜି ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଲାଲୁଙ୍କ ଗଡ଼ରେ ବଡ଼ ଫାଇଟ, ହାଇଭୋଲଟେଜ ଲଢେଇରେ କିଏ ମାରିବ ବାଜି ?

Key Points

ବିକାଶଠୁ ବହୁ ଦୂରରେ ରାଘୋପୁର ।
ରାସ୍ତା ପାଣି ସମସ୍ୟା ନେଇ ଅସନ୍ତୋଷ ଝାଡିଲେ ଲୋକେ ।

ବିହାରର ରାଘୋପୁର । ଲାଲୁଙ୍କ ଗଡ଼ । ୧୯୯୫ ଓ ୨୦୦୦ ରେ ଲାଲୁ ଯାଦବ ୨ ଥର। ଏହାପରେ ତାଙ୍କ ସ୍ତ୍ରୀ ରାବିଡ଼ି ଦେବୀ ତିନି ଥର। ଆଉ ୨୦୧୫ ପରେ ପୁଅ ତେଜସ୍ୱୀ ୨ ଥର ବିହାରର ରାଘୋପୁର ଆସନରୁ ହୋଇଛନ୍ତି ବିଧାୟକ। ଏଥିପାଇଁ ଏହି ଆସନକୁ କୁହାଯାଏ ଲାଲୁଙ୍କ ପରିବାରର ଗଡ଼। କିନ୍ତୁ ଏଥର ଲାଲୁଙ୍କ ପରିବାର ହାତରୁ ଏ ଗଡ଼ ଖସିଯିବାର ଚର୍ଚ୍ଚା ହେଉଛି। କାରଣ ଏଥର ଏଠି ତେଜସ୍ବୀ ଯାଦବଙ୍କୁ କଡ଼ା ଟକ୍କର ଦେଉଛନ୍ତି NDA ପ୍ରାର୍ଥୀ। ସତୀଶ କୁମାର ହିଁ ୨୦୧୦ ରେ ତେଜସ୍ବୀଙ୍କ ମା ରାବିଡ଼ିଙ୍କୁ ହରାଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ବହୁ ସଂଖ୍ୟାରେ ଯାଦବ ଭୋଟର ଥିଲେ ହେଁ ଏଥର NDAର ରଣନୀତି ଯୋଗୁଁ RJDର ଗଣିତ ଏପଟ ସେପଟ ହୋଇଯିବା ଅନୁମାନ କରାଯାଉଛି ।

ବିହାରର ଏହି ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର । କାରଣ ଏହି ଆସନରୁ ତୃତୀୟ ଥର ପ୍ରାର୍ଥୀ ହୋଇଛନ୍ତି ଲାଲୁଙ୍କ ପୁଅ ତଥା ମହା ଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ । ତେଜସ୍ୱୀଙ୍କ ବିପକ୍ଷରେ NDA ପ୍ରାର୍ଥୀ କରିଛି ବିଜେପି ନେତା ସତୀଶ କୁମାରଙ୍କୁ । ସେ ଏବେ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ଆଉ ବିଜୟ ପାଇଁ ବେଶ ଆଶାବାଦୀ ।

ଲାଲୁଙ୍କ ଗଡ ଭାବେ ପରିଚିତ ଏହି ଅଂଚଳରେ ସ୍ଥିତି କଣ ରହିଛି, ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଅର୍ଗସ । ବଡ଼ କଥା ହେଲା ପାଟନା ଠାରୁ ମାତ୍ର ୫୦ କିମି ଦୂରରେ ରହିଛି ଏହି ନିର୍ବାଚନ ମଣ୍ଡଳୀ । କିନ୍ତୁ ଏଠାକାର ଲୋକେ ମୌଳିକ ସୁବିଧା ପାଇବାରୁ ବଂଚିତ । ନିର୍ବାଚନ ମଣ୍ଡଳୀ ବୁଲି ସେଠାରେ ଲୋକଙ୍କ ସମସ୍ୟା ପରଖି ଥିଲା ଅର୍ଗସ ଟିମ । ଅଧିକାଂଶ ଗାଁକୁ ସଂଯୋଗ ହୋଇ ପାରିନି ପକ୍କା ରାସ୍ତା । ମାଟି କାଦୁଅ ଭରା ରାସ୍ତାରେ ଯାତାୟତ କରୁଛି ଗାଡ଼ି । ମରାମତି ଅପେକ୍ଷାରେ ରାସ୍ତା । ପାନୀୟ ଜଳ ଓ ସାମାନ୍ୟ ସ୍ୱାସ୍ଥ୍ୟ ସେବା ବି ପାଉନାହାନ୍ତି ଲୋକେ ।

ବିହାରର ଏହି ନିର୍ବଚନ ମଣ୍ଡଳୀରେ ବି ଦେଖିବାକୁ ମିଳେ ଜାତିଗତ ରାଜନୀତିର ଚିତ୍ର । କାରଣ ଏଠି ଯାଦବ ଭୋଟର ପ୍ରାୟ ଦେଢ଼ ଲକ୍ଷ । କାମ ହେଉ ବା ନହେଉ ପ୍ରାୟ ଏକ ତରଫା ଏହି ଭୋଟ ବ୍ୟାଙ୍କ ଯାଏ ଲାଲୁଙ୍କ ପରିବାରକୁ। କିନ୍ତୁ ଏଥର ଭାଙ୍ଗିଯିବାର ଢ଼େର ସମ୍ଭାବନା ରହିଛି ଯାଦବ ଭୋଟ । ପୁଣି ୪୦ ହଜାର ରାଜପୁତ ଭୋଟ, ୨୨ ହଜାର ମୁସଲିମ ଓ ୧୮ ହଜାର ପାଶୱାନ ଭୋଟ ବି ପ୍ରଭାବ ପକାଇପାରେ ।

୧୯୯୫ ଓ ୨୦୦୦ ରେ ରାଘୋପୁରରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ଲାଲୁ ପ୍ରସାଦ ଯାଦବ । ପରେ ଲାଲୁଙ୍କ ପତ୍ନୀ ରାବିଡି ଦେବୀ ବି ଏହି ଆସନରୁ ୨୦୦୦ ଉପନିର୍ବାଚନ ସହ ତିନି ଥର ବାଜିମାତ କରିଛନ୍ତି । ୨୦୧୫ରୁ ତାଙ୍କ ପୁଅ ତେଜସ୍ବୀ ଯାଦବ ଦୁଇ ଥର ଏହି ଆସନରୁ ନିର୍ବାଚନ ଜିତି ସାରିଛନ୍ତି । ଏଥର ରାଘୋପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଲୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Lalu's son faces tough time winning Raghopur seat in Aduwa | Argus News