Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିନ୍ଧୁ ନଦୀ ପାଣି ବନ୍ଦ ହେବା ପରେ ଆତଙ୍କୀସ୍ତାନରେ ହାହାକାର !

Rashmita Mishra
Browse all articles by Rashmita Mishra
·1 year ago·2 min read
ସିନ୍ଧୁ ନଦୀ ପାଣି ବନ୍ଦ ହେବା ପରେ ଆତଙ୍କୀସ୍ତାନରେ ହାହାକାର !

Key Points

ଶୁଖିଗଲାଣି ପାକିସ୍ତାନର ଗଳା !
ସିନ୍ଧୁ ନଦୀ ପାଣି ବନ୍ଦ ହେବା ପରେ ଆତଙ୍କୀସ୍ତାନରେ ହାହାକାର !
ପାଣି ଛାଡ଼ିବାକୁ ଭାରତକୁ ବାରମ୍ବାର କରୁଛି ଅନୁରୋଧ
ଭାରତ ସରକାରଙ୍କୁ 4ଟି ଚିଠି ଲେଖି ସାରିଲେଣି ପାକିସ୍ତାନ ସରକାର
ଏପଟେ ସିନ୍ଧୁ ନଦୀ ଜଳ ଭାଗ କରିବାକୁ ଭାରତ ସରକାର କରୁଛନ୍ତି ବଡ଼ ଯୋଜନା
କାଶ୍ମୀରରୁ ମୋଡ଼ି ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଯାଏଁ ଅଣାଯିବ ସିନ୍ଧୁ ନଦୀର ପାଣି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହଠାତ୍ ଅଧିକ ବିଗିଡ଼ିଗଲା ଭାରତ ଓ ପାକିସ୍ତାନର ସମ୍ପର୍କ। ପାକିସ୍ତାନ ସହ ବହୁ ଦଶକ ପୂର୍ବରୁ କରାଯାଇଥିବା ସିନ୍ଧୁ ଜଳ ସନ୍ଧିକୁ ତୁରନ୍ତ ରଦ୍ଦ କରିଦେଲା ଭାରତ । ଆଉ ଜାମ୍ମୁ-କାଶ୍ମୀର ଦେଇ ପ୍ରବାହିତ ସିନ୍ଧୁ ଓ ଏହାର ଶାଖା ନଦୀ ଗୁଡ଼ିକର ଜଳ ପ୍ରବାହ ବି ରୋକାଗଲା। ଯାହାକୁ ନେଇ ପାକିସ୍ତାନରେ ଏବେ ହାହାକାର ସ୍ଥିତି ।

ଏପ୍ରିଲ 22ରେ ହୋଇଥିବା ଆକ୍ରମଣ ପରେ ଏପ୍ରିଲ 24ରେ ଭାରତର ଜଳଶକ୍ତି ମନ୍ତ୍ରାଳୟର ସଚିବ ଦେବେଶ୍ରୀ ମୁଖାର୍ଜୀ ପାକିସ୍ତାନର ଜଳ ମନ୍ତ୍ରାଳୟ ସଚିବ ସୟଦ ଅଲ୍ଲୀ ମୁର୍ତ୍ତଜାଙ୍କୁ ଚିଠି ଲେଖି ସ୍ପଷ୍ଟ କରିଥିଲେ, ଭାରତରେ ସୀମାପାର ଆତଙ୍କବାଦ ମାଧ୍ୟମରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରେ। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନିଷ୍ପତ୍ତି ମଧ୍ୟ ସେ ଏହି ଚିଠିରେ ଜଣାଇ ଦେଇଥିଲେ।

ତା ପରେ ଭାରତ ନଦୀର ପାଣି ରୋକିଲା ତ ପାକିସ୍ତାନରେ ଦେଖାଗଲା ଏହାର ପ୍ରଭାବ । ପାକିସ୍ତାନ ପଟେ ସିନ୍ଧୁ ଓ ଏହାର ଶାଖା ନଦୀର ଶଯ୍ୟା ଶୁଖିଲା ପଡ଼ିଥିବା ଦେଖାଗଲା। ତା ପରଠାରୁ ଏବେ ଯାଏଁ ପାକିସ୍ତାନ ଭାରତକୁ 4ଟି ଚିଠି ଲେଖିସାରିଛି। ପାକିସ୍ତାନ ଏହି ଚିଠି ଗୁଡ଼ିକରେ ଭାରତକୁ ଅନୁରୋଧ କରିଛି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଜର ନିଷ୍ପତ୍ତି ଉପରେ ପୁନଃବିଚାର କରୁ। ଅପରେସନ ସିନ୍ଦୂର ପୂର୍ବରୁ ମେ ପ୍ରଥମ ସପ୍ତାହରେ ପାକିସ୍ତାନର ଜଳ ମନ୍ତ୍ରାଳୟର ସଚିବ ସୟଦ ଅଲ୍ଲୀ ମୁର୍ତ୍ତାଜା ଲେଖିଥିଲେ ପ୍ରଥମ ଚିଠି। ତା ପରେ ପାକିସ୍ତାନର ଜଳ ମନ୍ତ୍ରାଳୟର ସଚିବ ଆଉ 3ଟି ଚିଠି ଲେଖି ସିନ୍ଧୁ ଜଳ ଚୁକ୍ତି କାଏମ ରଖିବାକୁ ଭାରତକୁ କରିଛନ୍ତି ଅନୁରୋଧ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ପିଏମ୍ ମୋଦି ପାକିସ୍ତାନକୁ ସ୍ପଷ୍ଟ କରିଥିଲେ ଯେ ଟ୍ରେଡ୍ ଓ ଟେରର, ପାଣି ଓ ରକ୍ତ, ଗୁଳି ଓ ଆଲୋଚନା ଏକା ସାଙ୍ଗରେ ଚାଲିପାରିବ ନାହିଁ।

ଭାରତ ଏବେ ସିନ୍ଧୁର ପାଣିକୁ ନେଇ ବଡ଼ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ଗଙ୍ଗ ନହର ସହ ବ୍ୟାସ ନଦୀକୁ ସଂଯୋଗ କରିବାକୁ କରାଯାଉଛି ଯୋଜନା। 130 କିଲୋମିଟର ଦୀର୍ଘ ନହର ଏହି ଦୁଇ ନଦୀକୁ ଯୋଡ଼ିବ। ଏହା ସହ ଯମୁନା ନଦୀକୁ ଯୋଡ଼ିବାକୁ ବି ଆଉ ଏକ ନହରର ପ୍ରସ୍ତାବ ରହିଛି। ଏହି ପ୍ରୋଜେକ୍ଟ 200 କିଲୋମିଟର ଦୀର୍ଘ ହୋଇପାରେ। 200 କିଲୋମିଟରର ପ୍ରୋଜେକ୍ଟରେ 12 କିଲୋମିଟରର ସୁଡ଼ଙ୍ଗ ବି ନିର୍ମାଣ ହେବ। ଯମୁନାର ପାଣି ଗଙ୍ଗା ସାଗର ଯାଏଁ ଯାଇପାରେ। ଏହି ସଂଯୋଗୀକରଣ ଯୋଜନା ଫଳରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଭଳି ରାଜ୍ୟକୁ ଲାଭ ମିଳିପାରେ।

ଭାରତ ସରକାର ଏହି ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାମ କରୁଛନ୍ତି। 2ରୁ3 ବର୍ଷ ଭିତରେ ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବ। ସିନ୍ଧୁ ନଦୀ ଜଳକୁ ନେଇ ପୂରା ପ୍ରୋଜେକ୍ଟର DPR ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ସିନ୍ଧୁ ଜଳ ସନ୍ଧି ରଦ୍ଦ ହେବା ଫଳରେ ପାକିସ୍ତାନରେ ଏଥର ରବି ଫସଲ ବରବାଦ ହୋଇପାରେ। ଏହାର ପ୍ରଭାବ କେବଳ ପାକିସ୍ତାନକ କୃଷିକାର୍ଯ୍ୟ ନୁହେଁ ଜନଜୀବନ ଉପରେ ବି ଗୁରୁତର ଭାବେ ପଡ଼ିବ। ପାକିସ୍ତାନରେ ପିଇବା ପାଣିର ସଂକଟ ବି ଭୟଙ୍କର ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lamentation-in-the-land-of-terror-after-the-water-of-the-indus-river-was-stopped | Argus News