Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଦଲଫଟା ବର୍ଷା, ବନ୍ୟା ଆଉ ଏବେ ଭୂସ୍ଖଳନ

Smruti Parija
Browse all articles by Smruti Parija
·11 months ago·2 min read
ବାଦଲଫଟା ବର୍ଷା, ବନ୍ୟା ଆଉ ଏବେ ଭୂସ୍ଖଳନ

Key Points

ବାଦଲଫଟା ବର୍ଷା, ବନ୍ୟା ଆଉ ଏବେ ଭୂସ୍ଖଳନ

ସିମଲାରେ ଜନଜୀବନ ଅସ୍ତବ୍ୟସ୍ତ

ଲଗାତାର ବର୍ଷା ହେବା ପରେ ଏବେ ବିଭିନ୍ନ ଜାଗାରେ ଭୂସ୍ଖଳନ

ବାଦଲଫଟା ବର୍ଷା, ବନ୍ୟା ଆଉ ଏବେ ଭୂସ୍ଖଳନ । ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ଲଗାତାର ବର୍ଷା ହେବା ଫଳରେ ଏବେ ସିମଲାରେ ବିଭିନ୍ନ ଜାଗାରେ ଭୂସ୍ଖଳନ ହେଉଛି । ଫଳରେ ଅନେକ ଜାଗା ମାଟିରେ ପୋତି ହୋଇଯାଇଛି । ସିମଲାର IGMC ହସ୍ପିଟାଲ ନିକଟରେ ଭୂସ୍ଖଳନ ହୋଇ ଦୁଇଟି କାର ମାଟିରେ ପୋତି ହୋଇଯାଇଛି । ଭୂସ୍ଖଳନ ଯୋଗୁଁ ପାଖାପାଖି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।


ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ଦୁଇଟି ଜାତୀୟ ରାଜପଥ ସମେତ ମୋଟ 325ଟି ରାସ୍ତା ବନ୍ଦ ରହିଛି । ଫଳରେ ଯାନବାହନ ଚଳାଚଳ ହୋଇପାରୁନାହିଁ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟର ତିନୋଟି ଜିଲ୍ଲା - ଚମ୍ବା, କାଙ୍ଗଡ଼ା ଏବଂ ମଣ୍ଡିର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପାଣିପାଗ ବିଭାଗ ଅରେଞ୍ଜ୍ ଆଲର୍ଟ ଜାରି କରିଛି ।


ସେପଟେ ଜମ୍ମୁ ଓ କାଶ୍ମୀରର କିସ୍ତଓ୍ବାରରେ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଧନ ଜୀବନ ହାନି ହୋଇଥିବା ଆଶଙ୍କା କରାଯାଉଛି । ସେନା ସହ ଏନଡିଆରଏଫ୍‍, ଏସଡିଆରଏଫ୍ ଓ ରାଜ୍ୟ ପୋଲିସର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ଉପରାଜ୍ୟପାଳ ମନୋଜ ସିହ୍ନା ନିର୍ଦ୍ଦେଶ ଦେଇଛନ୍ତି ।


Sponsored
land-slide-in-himachal-pradesh-several-houses-damaged-as-sludge-covers-the-area-argus-news | Argus News