Videos
|
National

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ

Ritu Das
Browse all articles by Ritu Das
·1 year ago·1 min read
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ

Key Points

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ

ଜଣେ ଜେସିଓ ଏବଂ ଜଣେ ସୈନିକ ଆହତ ହୋଇଛନ୍ତି

ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଉଧମପୁରର ସେନା ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ। ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଭାରତୀୟ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି। ଜାଟ୍ ରେଜିମେଣ୍ଟର ଜଣେ ସୈନିକ (ଅଗ୍ନିବୀର)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଜେସିଓ ଏବଂ ଜଣେ ସୈନିକ ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଉଧମପୁରର ସେନା ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ସୂଚନା ମୁତାବକ, ହବେଲି ତହସିଲର ସଲୋତ୍ରି ଗାଁରେ ଥିବା ଭିକ୍ଟର ପୋଷ୍ଟ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଲ୍ୟାଣ୍ଡମାଇନ୍ ସେହି ଅଞ୍ଚଳରେ ବେଆଇନ୍ ଅନୁପ୍ରବେଶକୁ ରୋକିବା ପାଇଁ ଖଞ୍ଜାଯାଇଥିଲା। ଆଜି ଦିନ ୧୨ଟାରେ ଭାରତୀୟ ସେନାର ୦୭ ଜାଟ୍ ରେଜିମେଣ୍ଟର ସୈନିକମାନଙ୍କ ଦ୍ୱାରା ପାଟ୍ରୋଲିଂ କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଘଟଣା ଘଟିବା ପରେ ତୁରନ୍ତ ସେନା ଓ ସ୍ଥା‌ନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧ‌ାରକାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ୨ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
landmine-explosion-claims-life-of-soldier | Argus News