Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜାମ୍ମୁ-କାଶ୍ମୀରରେ ବର୍ଷା ସହ ଭୂ-ସ୍ଖଳନ, ମାଟି ତଳେ ଦବି ୪ ମୃତ

National

ଜାମ୍ମୁ-କାଶ୍ମୀରରେ ବର୍ଷା ସହ ଭୂ-ସ୍ଖଳନ, ମାଟି ତଳେ ଦବି ୪ ମୃତ

Ritu Das
Browse all articles by Ritu Das
·2 years ago·1 min read
ଜାମ୍ମୁ-କାଶ୍ମୀରରେ ବର୍ଷା ସହ ଭୂ-ସ୍ଖଳନ, ମାଟି ତଳେ ଦବି ୪ ମୃତ

ଅର୍ଗସ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରକୋପ। ଗତ ୩ଦିନ ହେଲା ତାଣ୍ଡବ ରଚୁଛି ବର୍ଷା। ଏହା ସହିତ ତୁଷାରପାତ ଜାରି ରହିଛି। ଅଧିକାଂଶ ସ୍ଥାନରେ ଭୂସ୍ଖଳନରେ ଧସୁଛି ମାଟି। ଅଦିନିଆ ବର୍ଷା ଜାମ୍ମୁ-କାଶ୍ମୀରବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଲ୍ୟାଣ୍ଡ ସ୍ଲାଇଡିଂ ଯୋଗୁ ଏପର୍ଯ୍ୟନ୍ତ ୪ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବାବେଳେ ଜଣେ ମହିଳା ରହିଛନ୍ତି। ସେହିପରି ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଲଗାଣ ବର୍ଷା ଯୋଗୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଛି। ରାମବନ ଜିଲ୍ଲାରେ ଭୂ-ସ୍ଖଳନ ଫଳରେ  ରାସ୍ତା ଉପରେ ଧ୍ବଂସାବଶେଷ ଜମି ରହିଛି। ସେହିପରି ଶନିବାର ମେଗଲ ରୋଡରେ ଏକ ଆମ୍ବୁଲାନ୍ସ ଫସିଯାଇଥିଲା। ରାସ୍ତାରେ ଫସି ରହିଥିବା ୭ ଟ୍ୟାଙ୍କରଙ୍କୁ ମେକାନିକାଲ ବିଭାଗ ରେସକ୍ୟୁ କରିଛି। 
ସମତଳ ଅଞ୍ଚଳରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ତାଣ୍ଡବ ରଚିଛି। ଉତ୍ତରପ୍ରଦେଶରେ ବିଜୁଳି ମାରିବା ଯୋଗୁ ୩ଜଣଙ୍କ ଜୀବନ ଯାଇଛି। ଝାନସିରେ ଝଡ଼ ତୋଫାନ ସହିତ କୁଆପଥର ମାଡ଼ ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Landslides | Argus News