Videos
|
National

ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଅଲ୍‌ତାଫ ଲାଲି ନିପାତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଅଲ୍‌ତାଫ ଲାଲି ନିପାତ

ପହଲଗାମ୍ ଆତଙ୍କୀ ହମ୍‌ଲାର ପ୍ରତିଶୋଧ ପାଇଁ ଭାରତୀୟ ସୁରକ୍ଷା କର୍ମୀ ଆରମ୍ଭ କଲେ ଅଭିଯାନ। ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଅଲ୍‌ତାଫ ଲାଲିକୁ ନିପାତ କଲେ ସୁରକ୍ଷା କର୍ମୀ। ସମ୍ପୃକ୍ତ ଅଞ୍ଚଳରେ ଲାଲ୍‌ ଲୁଚିଥିବା ନେଇ ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।


ଏଥିରେ ସେନାକୁ ସହଯୋଗ କରିଥିଲା କାଶ୍ମୀର ପୋଲିସ। ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଜାଣିବା ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ କରିଥିଲେ ଆତଙ୍କୀ। ଯାହାର ପାଲଟା ଯବାବ ଦେଇଥିଲା ଭାରତୀୟ ସେନା। ଏଥିରେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଅଲ୍‌ତାଫ ଲାଲ ନିହତ ହୋଇଥିବା ଜଣା ପଡିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଆଜି ପହଲଗାମ୍ ଆତଙ୍କୀ ହମ୍‌ଲା ସହିତ ଜଡିତ ଥିବା ଦୁଇ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି ସୁରକ୍ଷା କର୍ମୀ। ଆତଙ୍କବାଦୀ ଆଦିଲ ହୁସେନ ଥୋକରଙ୍କ ବାସସ୍ଥାନକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିବା ବେଳେ, ତ୍ରାଲରେ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ମାଟିରେ ମିଶେଇ ଦେଇଛି।


ପହଲଗାମ ଘଟଣା ପରେ ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ, ଅଟାରୀ-ୱାଘା ସୀମା ବନ୍ଦ, ଏବଂ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀଠୁ ନେଇ କାଶ୍ମୀର ରହିଛି ହାଇ ଆର୍ଲଟରେ। ଗତକାଲି ଯୁଦ୍ଧଭ୍ୟାସ କରିଛି ରାଫେଲ ଓ ସୁଖୋଇ-୩୦। ସେହିଭଳି ନୌସେନା ଜାହାଜରୁ ସଫଳତାର ସହ କ୍ଷେପଣାସ୍ତ୍ର କରୀକ୍ଷା କରାଯାଇଛି।

Lashkar-e-Toiba Top commander Altaf Lal killed | Argus News