Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Terrorist Attack / କସାବ ଫ୍ୟାକ୍ଟ୍ରି ଖୋଲିଛି ପାକିସ୍ତାନ, ସମୁଦ୍ରରେ ଥାଇ ଡ୍ରୋନ୍ ଆଟାକ୍‌ କରିବ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
କସାବ ଫ୍ୟାକ୍ଟ୍ରି ଖୋଲିଛି ପାକିସ୍ତାନ, ସମୁଦ୍ରରେ ଥାଇ ଡ୍ରୋନ୍ ଆଟାକ୍‌ କରିବ !
Terrorist Attack

Key Points

କରାଚୀର ଏକ ଗୁପ୍ତ ସାମରିକ କେନ୍ଦ୍ରରେ ୨୬/୧୧ ର ଆତଙ୍କବାଦୀ ଅଜମଲ କସାବ ଭଳି ନୂଆ ଯୁବକମାନଙ୍କୁ ପ୍ରସ୍ତୁତ କରାଯାଉଛି।

ଭାରତ ବିରୁଦ୍ଧରେ ସୀମାପାର ଆତଙ୍କବାଦୀ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍ । ସମୁଦ୍ର ପଥରେ ଅନୁପ୍ରବେଶ କରି 26/11 ମୁମ୍ବାଇ ଆକ୍ରମଣ ଘଟଣାର ପୁନରାବୃତ୍ତି କରିବାକୁ ଲସ୍କର ଆତଙ୍କୀ ସଂଗଠନ କରୁଛନ୍ତି ବଡ଼ ଯୋଜନା । ସମୁଦ୍ର ବାହୁଡ଼ା ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ । ୧୩୫ ଜଣ ଯୁବକଙ୍କୁ ପାକିସ୍ତାନରେ ଦିଆଯାଉଛି ଆତଙ୍କୀ ତାଲିମ ।

ଭାରତରେ ପୁଣି ୨୬/୧୧ ଭଳି ବଡ଼ ଧରଣର ଆତଙ୍କୀ ହମ୍‌ଲାର ଷଡ଼ଯନ୍ତ୍ର । ପୁଣିଥରେ ଭାରତ ଉପରେ ଆତଙ୍କୀ ହମଲା କରି ଦେଶକୁ ଦୋହଲାଇବାର ବଡ଼ ପ୍ଲାନ୍ କରୁଛି ପାକିସ୍ତାନ । ଗୁପ୍ତଚର ସଂସ୍ଥାଗୁଡ଼ିକର ଚାଞ୍ଚଲ୍ୟକର ରିପୋର୍ଟ ଅନୁଯାୟୀ, ପାକିସ୍ତାନର କରାଚୀ ଉପକୂଳରେ ଲସ୍କର-ଏ-ତାଇବା ଏକ ଅତି ଗୁପ୍ତ ତାଲିମ ଶିବିର ଚଲାଉଛି, ଯାହାକୁ କସାବ ଫ୍ୟାକ୍ଟ୍ରି କୁହାଯାଉଛି । କରାଚୀର ଏକ ଗୁପ୍ତ ସାମରିକ କେନ୍ଦ୍ରରେ ୨୬/୧୧ ର ଆତଙ୍କବାଦୀ ଅଜମଲ କସାବ ଭଳି ନୂଆ ଯୁବକମାନଙ୍କୁ ପ୍ରସ୍ତୁତ କରାଯାଉଛି।

ଏଠାରେ ନୂଆ ନିଯୁକ୍ତ ଆତଙ୍କବାଦୀଙ୍କୁ ୨୦୦୮ ମୁମ୍ବାଇ ଆକ୍ରମଣ ଶୈଳୀରେ ସମୁଦ୍ର ପଥରେ ଭାରତରେ ପ୍ରବେଶ କରିବା ଏବଂ ଭିଡ଼ ଅଞ୍ଚଳରେ ଅନ୍ଧାଧୁନ୍‌ ଗୁଳିଚାଳନା କରିବା ପାଇଁ କଠୋର ତାଲିମ ଦିଆଯାଉଛି । ଆତଙ୍କବାଦୀଙ୍କୁ କେବଳ ଅସ୍ତ୍ରଶସ୍ତ୍ର ନୁହେଁ, ବରଂ ପାଣି ଭିତରେ ରହି ରୋଡ୍-ମ୍ୟାପ୍ ପ୍ରସ୍ତୁତ କରିବା, ଆଧୁନିକ ଜିପିଏସ ସିଷ୍ଟମ ବ୍ୟବହାର କରିବା ଏବଂ ଅପହୃତ ମାଛ ଧରା ବୋଟକୁ ନିୟନ୍ତ୍ରଣ କରିବାରେ ପାରଙ୍ଗମ କରାଯାଉଛି । କରାଚୀର ଏହି ଗୁପ୍ତ ସାମରିକ କେନ୍ଦ୍ରରେ ଅବିକଳ ଅଜମଲ କସାବ ଭଳି ହ୍ୟୁମ୍ୟାନ୍ ବମ୍ ବା ଆତ୍ମଘାତୀ ସ୍କ୍ୱାଡ୍ ପ୍ରସ୍ତୁତ କରାଯାଉଛି।

ଏହି ଷଡ୍‌ଯନ୍ତ୍ରକୁ ଆହୁରି ମାରାତ୍ମକ କରିବା ପାଇଁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ସକ୍ରିୟ ଭୂମିକା ଗ୍ରହଣ କରିଛି । ରିପୋର୍ଟ ଅନୁଯାୟୀ, ଏଥର ଆତଙ୍କବାଦୀମାନେ ପାରମ୍ପରିକ ଡଙ୍ଗା ବଦଳରେ ହାଇ-ସ୍ପିଡ୍ ୱାଟର ସ୍କୁଟର ଏବଂ ସମୁଦ୍ର ମଝିରୁ ଉଡ଼ିପାରୁଥିବା ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରିଛନ୍ତି, ଯେପରି ଭାରତୀୟ ରାଡାରକୁ ଚକମା ଦେଇହେବ । ISI ପକ୍ଷରୁ ସେମାନଙ୍କୁ ଭାରତର ପଶ୍ଚିମ ଉପକୂଳରେ ଥିବା ପ୍ରମୁଖ ସାମରିକ ପ୍ରତିଷ୍ଠାନ ଏବଂ ତଟବର୍ତ୍ତୀ ସହରଗୁଡ଼ିକର ସାଟେଲାଇଟ୍ ଚିତ୍ର ଓ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି ।

କେବଳ ସେତିକି ନୁହେଁ, ସମୁଦ୍ର ତଳେ ରହି ଗୁପ୍ତଚରୀ କରିବା ପାଇଁ ସେମାନଙ୍କୁ ସ୍ୱେଶାଲ୍ ଡାଇଭିଂ ସୁଟ୍ ମଧ୍ୟ ଦିଆଯାଇଛି । ଏହି ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଏବଂ କୋଷ୍ଟ ଗାର୍ଡ ସମୁଦ୍ରରେ ନିଜର ଶକ୍ତି ବୃଦ୍ଧି କରିଛନ୍ତି । ସମୁଦ୍ର ତଟରେ ଥିବା ସମସ୍ତ ଗାଁର ଲୋକଙ୍କୁ ସତର୍କ କରାଯାଇଛି ।

ଏହି ଭୟଙ୍କର ଖୁଲାସା ପରେ ଭାରତୀୟ ନୌସେନା ଏବଂ କୋଷ୍ଟ ଗାର୍ଡ ପକ୍ଷରୁ ଆରବ ସାଗରରେ ଅପରେସନ୍ ସି-ଭିଜିଲ୍‌କୁ ହାଇ-ଆଲର୍ଟରେ ରଖାଯାଇଛି । ଗୁଜରାଟର କଚ୍ଛଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ସମସ୍ତ ତଟବର୍ତ୍ତୀ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ତିନି ସ୍ତରୀୟ କରାଯାଇଛି । ସମୁଦ୍ର ମଝିରେ ଯାଉଥିବା ପ୍ରତିଟି ବୋଟ୍‌ର ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ P-8I ନିରୀକ୍ଷଣ ବିମାନ ମୁତୟନ କରାଯାଇଛି। ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ସୀମା ପାର୍‌ରୁ କୌଣସି ବି ଦୁଃସାହସ କଲେ ଏହାର ପରିଣାମ ପାକିସ୍ତାନ ପାଇଁ ଅତ୍ୟନ୍ତ ଭୟଙ୍କର ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Terrorist Attack | Lashkar recruiting Pakistanis for 'water force' to execute 26/11 style attacks | Argus News