Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ajit Pawar / ବାପାଙ୍କୁ ଶେଷ କଥା, ଦୁର୍ଘଟଣା ପୂର୍ବରୁ କଲ କରିଥିଲେ ଅଜିତଙ୍କ ପରିଚାରିକା ପିଙ୍କି: କହିଥିଲେ...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ବାପାଙ୍କୁ ଶେଷ କଥା, ଦୁର୍ଘଟଣା ପୂର୍ବରୁ କଲ କରିଥିଲେ ଅଜିତଙ୍କ ପରିଚାରିକା ପିଙ୍କି: କହିଥିଲେ...
Ajit Pawar

Key Points

ଅଜିତ୍‌ ପାଓ୍ୱାରଙ୍କ ଦେହାନ୍ତ
ଶେଷ କଲ୍‌, ଶେଷ ଉଡ଼ାଣ କାହାଣୀ

ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଃଖଭରା କାହାଣୀ। ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ। ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଯେଉଁଥିରେ ଅଜିତଙ୍କ ବିମାନ ପରିଚାରିକା ପିଙ୍କି ମାଲି ମଧ୍ୟ ସାମିଲ ଅଛନ୍ତି। ଆଉ ପିଙ୍କିଙ୍କୁ ନେଇ ସାମ୍ନାକୁ ଆସୁଛି ବଡ଼ ଖବର। ସୂଚନା ଥାଉକି, ଅଜିତଙ୍କ ଦଳ ଏନ୍‌ସିପି ଘୋଷଣା କରିଛି, ଅଜିତଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ ଟାରେ ବିଦ୍ୟା ପ୍ରତିଷ୍ଠାନ ଗ୍ରାଉଣ୍ଡରେ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବାର ଅଛି। ଅନ୍ୟାନ୍ୟ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ସମୟରେ ରାଜ୍ୟ ସରକାର ବୁଧବାର ସାଧାରଣ ଛୁଟି ଘୋଷଣା କରିଛନ୍ତି ଏବଂ ଅଜିତଙ୍କ ଦେହାନ୍ତ ପରେ ତିନି ଦିନ ପାଇଁ ରାଜ୍ୟ ଶୋକ ପାଳନ କରିଛନ୍ତି। ସକାଳ ଠିକ୍ 8ଟା 45 ରେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକରେ ଛାୟା ଖେଳିଯାଇଛି। କିନ୍ତୁ ବଡ଼ କଥା ହେଉଛି ଯେ, ଅଜିତ୍‌ଙ୍କ ମୃତ୍ୟୁ ପରେ ଖୋଲୁଛି ଗୋଟେ ପରେ ଗୋଟେ ଗୁମର।

ପିଙ୍କି ମଙ୍ଗଳବାର ତାଙ୍କ ପିତାଙ୍କୁ ଜଣାଇଥିଲେ ଯେ, ସେ ଅଜିତଙ୍କ ସହିତ ଅଛନ୍ତି। ପାପା, ମୁଁ ଆସନ୍ତାକାଲି (ବୁଧବାର) ଡିସିଏମ୍ ଅଜିତ ପାୱାରଙ୍କ ସହିତ ବାରାମତିକୁ ଉଡ଼ାଣ ଭରୁଛି। ତାଙ୍କୁ ଛାଡିବା ପରେ, ମୁଁ ନାନ୍ଦେଦ ଯିବି ଏବଂ ହୋଟେଲରେ ପହଞ୍ଚିବା ପରେ ତୁମ ସହିତ କଥା ହେବି…” କେନ୍ଦ୍ରୀୟ ମୁମ୍ବାଇର ପ୍ରଭାଦେବୀର ବାସିନ୍ଦା ଶିବକୁମାର ତାଙ୍କ ଝିଅ ସହିତ ତାଙ୍କର ଶେଷ କଥାବାର୍ତ୍ତା ଥିଲା ବୋଲି କହିଛନ୍ତି। ତାଙ୍କ ଝିଅର ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ଅସହାୟ ହୋଇପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ: କାହିଁକି ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ ପାଇଲଟ୍‌, ମୃତ୍ୟୁ ପୂର୍ବରୁ ଶେଷ ଶବ୍ଦ ଥିଲା...

ପିଙ୍କି କାଲିନା ବିମାନବନ୍ଦରରେ ଅନେକ ବିମାନ କମ୍ପାନୀ ସହିତ କାମ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ଏକନାଥ ସିନ୍ଦେଙ୍କ ଭଳି ଭିଆଇପିଙ୍କ ପାଇଁ ଏକ ଘରୋଇ ଜେଟ୍‌ ବିମାନ ପାଇଲଟ୍‌ ଭାବରେ କାର୍ଯ୍ୟ କରିଥିଲେ। ପିଙ୍କି ଦିଲ୍ଲୀସ୍ଥିତ VSR Ventures ଦ୍ୱାରା ପରିଚାଳିତ Learjet 46 ବିମାନରେ ଜଣେ ପରିଚାରିକା ଥିଲେ। ଯାହା ବାରାମତି ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ନିୟାମକ DGCA ଅନୁଯାୟୀ, ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପାଞ୍ଚ ଜଣ ଥିଲେ। ସେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ଅନେକ ରାଜନୈତିକ ନେତାଙ୍କ ସହିତ ଉଡ଼ାଣ କରିଥିଲେ। ପିଙ୍କିଙ୍କ ପିତା ଶିବକୁମାରଙ୍କ ଅନୁଯାୟୀ, ପିଙ୍କି ଚତୁର୍ଥ ଥର ପାଇଁ ଅଜିତଙ୍କ ସହିତ ଉଡ଼ାଣ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ajit Pawar | "Papa, I'm Flying With Ajit Pawar To Baramati": Crew Member's Last Call To Father | Argus News | Argus News