ସଂକ୍ଷେପରେ ଏଇ ମୁହୂର୍ତ୍ତର ଖବର....
·1 year ago·2 min read

- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର... ଚଳଚଞ୍ଚଳ ଦେଶର ବିଭିନ୍ନ ଶୈବପୀଠ...ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ପହଞ୍ଚି ମହାଦେବଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ସହ କରିଛନ୍ତି ଜଳଲାଗି
- ଏଥର ଦୁର୍ଲଭ ସଂଯୋଗ...ଚଳିତବର୍ଷ ଶ୍ରାବଣ ମାସର ଆରମ୍ଭ ଏବଂ ଶେଷ ପଡୁଛି ସୋମବାର...୭୨ ବର୍ଷ ପରେ ହୋଇଛି ଏହି ସଂଯୋଗ...ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ
- ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ...ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ...ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ
- ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ...ଅଗଷ୍ଟ 12 ତାରିଖ ଯାଏ ଚାଲିବ ଅଧିବେଶନ...ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ...ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ
- ରେକର୍ଡ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ... ଲଗାତାର ସପ୍ତମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନା କରି ରେକର୍ଡ କରିବେ ନିର୍ମଳା ...ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଛଅ ଥରର ରେକର୍ଡ ଭାଙ୍ଗିବେ
- ପୁଣି ଆତଙ୍କୀ ହମଲା...ଆର୍ମି ପିକେଟିଂ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଆହତ...ଜମ୍ମୁ-କଶ୍ମୀରର ରାଜୌରିର ଏକ ଗାଁରେ ଆକ୍ରମଣ ହୋଇଥିବା ସୂଚନା
- ମାଲକାନଗିରିରେ ସୁଧାର ହେଲାଣି ସ୍ଥିତି...କମୁଛି ବର୍ଷା ପ୍ରକୋପ , 121 ପରିବାର କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ...ବଣ୍ଡା ଘାଟି ଓ ବାୟାପଡା ଘାଟିରେ ଯୋଗାଯୋଗ ହେଲା ସ୍ୱଚ୍ଛଳ
- ଆଜିଠୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା...ରାଜ୍ୟରେ ୮୩ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି ୯୭୨ ଜଣ ଛାତ୍ରଛାତ୍ରୀ
- ସମ୍ମୁଖ ଯୁଦ୍ଧରୁ ହଟିଲେ ବାଇଡେନ...ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ ...ଉପରାଷ୍ଟ୍ରପତି କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା
- ବଢ଼ିବ ବର୍ଷା... ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ...୨୫- ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ହେବ ଘନୀଭୂତ... ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: