Videos
|
National

ଲଞ୍ଚ ହେଲା SSLV-D3, ଦେଶକୁ ମିଳିଲା ନୂଆ ଅପରେସନାଲ ରକେଟ

Ritu Das
Browse all articles by Ritu Das
·2 years ago·1 min read
ଲଞ୍ଚ ହେଲା SSLV-D3, ଦେଶକୁ ମିଳିଲା ନୂଆ ଅପରେସନାଲ ରକେଟ

ଅର୍ଗସ ବ୍ୟୁରୋ: ମହାକାଶ କ୍ଷେତ୍ରରେ ଭାରତ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଐତିହାସିକ ସଫଳତା ହାସଲ କରିଛି । ଆଜି ସକାଳ ୯.୧୭ ସମରେ ଶ୍ରୀହରିକୋଟାର ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ଏସଏସଏଲଭି-ଡି୩ ରକେଟ ସଫଳତାର ସହ ଲଞ୍ଚିଂ କରାଯାଇଛି । ଏହି ରକେଟ ଭିତରେ ନୂଆ ଆର୍ଥ ଅବଜରଭେସନ ସାଟେଲାଇଟ ଇଓଏସ-୮ ଲଞ୍ଚ କରାଯାଇଛି । ଏଥିସହିତ ଏକ ଛୋଟା ସାଟେଲାଇଟ ଏସଆର-୦ ଡେମୋସାଟ ମଧ୍ୟ ପାସେଞ୍ଜର ସାଟେଲାଇଟ ପରି ପଠାଯାଇଛି ।

ଏହି ଦୁଇ ସାଟେଲାଇଟ ଧରିତ୍ରୀରୁ ୪୭୫ କିମିର ଉଚ୍ଚତାରେ ଏକ ଗୋଲାକାର ଅର୍ବିଟରେ ଚକ୍କର ଲଗାଇବେ` ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ (ଏସଏସଏଲଭି) ଓ ତୃତୀୟ ଡେମନଷ୍ଟ୍ରେସନ ଫ୍ଲାଇଟ (ଡି୩)କୁ ମିନି, ମାଇକ୍ରୋ ଓ ନାନା ସାଟେଲାଇଟ ଲଞ୍ଚିଂ ପାଇଁ ବ୍ୟବହାର କରାଯିବ । ଏହାକୁ ଧରିତ୍ରୀର ତଳ କକ୍ଷରେ ୫୦୦ କେଜି ପର୍ଯ୍ୟନ୍ତ ସାଟେଲାଇଟକୁ ୫୦୦ କି.ମି ତଳୁ କିମ୍ବା ୩୦୦ କେଜିର ସାଟେଲାଇଟକୁ ସନ ସିକ୍ରିଏନସ ଅର୍ବିଟରେ ପଠାଇ ହେବ। ଏହି ଅର୍ବିଟର ଉଚ୍ଚତା ୫୦୦ କି.ମି ଉପରେ ହୋଇଥାଏ। ଏହି ଲଞ୍ଚିଂରେ ଏହା ୪୭୫ କମିର ଉଚ୍ଚତା ପର୍ଯ୍ୟନ୍ତ ଯିବ । ସେଠାକୁ ଯାଇ ଏହା ସାଟେଲାଇଟକୁ ଛାଡ଼ିଦେବ ।

ୟାର୍ଥ ଅବଜରଭେସନ ସାଟେଲାଇଟ ବା ଇଓଏସ-୮ ପରିବେଶର ମନିଟରିଂ, ପ୍ରାକୃତିକ ବିପର୍ଯ୍ୟୟ ଓ ଟେକନିକ ଡେମନଷ୍ଟ୍ରେସନର କାମ କରିବ। ୧୭୫.୫ କେଜି ଓଜନର ଏହି ସାଟେଲାଇଟ ୩ ଷ୍ଟେଟ-ଅଫ-ଦି-ଆର୍ଟ ପେଲୋଡ ଅଟେ। ସେଥିରେ ଇଓଆରଆର ଦିନ-ରାତିରେ ମିଡ ଓ ଲଙ୍ଗ ୱେଭର ଇନଫ୍ରାରେଡ ଫଟୋ ଉତ୍ତୋଳନ କରିବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Launched SSLV-D3, | Argus News