Videos
|
National

ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଗିରଫ କଲା ପୋଲିସ

Sangram Tripathy
Browse all articles by Sangram Tripathy
·1 year ago
ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ: ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ  ଆମେରିକାରେ ଗିରଫ କରିଛି ପୋଲିସ୍। ସଲମାନ ଖାନଙ୍କ ଘର ଆଗରେ ଫାୟରିଂ ଏବଂ ଅନ୍ୟ ମାମଲାକୁ ନେଇ ଅନେକ ଦିନ ଧରି ୱାଣ୍ଟେଡ ଥିଲା । ବାବା ସିଦ୍ଦିକି ମର୍ଡର ମାମଲାରେ ମଧ୍ୟ ତାର ହାତ ଥିବା ଜଣାପଡିଛି । ତେବେ ଅନମୋଲ ଅନେକ ଦିନ ହେଲା ଆମେରିକାରେ ଲୁଚି ରହିଥିଲା । ବର୍ତ୍ତମାନ ତାକୁ ଭାରତକୁ ଫେରାଇ ଆଣିବାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମୁମ୍ବାଇ ପୋଲିସ୍ । ୧ ସପ୍ତାହ ପୂର୍ବରୁ ଅନମୋଲ ବିଷ୍ଣୋଇକୁ ଏନ୍ଆଇଏର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ଲିଷ୍ଟରେ ଯୋଡା ଯାଇଛି । ତା ବିରୋଧରେ ୧୭ରୁ ଅଧିକ ମାମଲା ରହିଥିବା ବେଳେ ସଲମାନଙ୍କୁ ହତ୍ୟା ଧମକ ଏବଂ ତାଙ୍କ ଘର ସାମନାରେ ଫାୟରିଂ କରିବା ଲିଷ୍ଟରେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର ସହିତ ଅନମୋଲ ବିଷ୍ଣୋଇର ନାଁ ରହିଛି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: