Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ୟାଙ୍ଗଷ୍ଟାର ହେବା ପାଇଁ ପ୍ରେମିକା ଦାୟୀ

National

ଗ୍ୟାଙ୍ଗଷ୍ଟାର ହେବା ପାଇଁ ପ୍ରେମିକା ଦାୟୀ

Arpita Mohanty
Browse all articles by Arpita Mohanty
·1 year ago·6 min read
ଗ୍ୟାଙ୍ଗଷ୍ଟାର ହେବା ପାଇଁ ପ୍ରେମିକା ଦାୟୀ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଗତ କିଛି ଦିନ ହେବ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଜଣେ ଗ୍ୟାଙ୍ଗଷ୍ଟାର ହୋଇ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ। ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ନୋଇଙ୍କ ନାମ ଆମ ଦେଶର ସବୁଠାରୁ ହାଇ ପ୍ରୋଫାଇଲ କ୍ରାଇମରେ ଦେଖାଦେଇଛି। ସେଥିମଧ୍ୟରୁ ଏକ ହେଉଛି ୧ ମେ ୨୦୨୨ରେ ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଏବଂ ଅନ୍ୟଟି ନିକଟରେ ଗତ ୧୨ ଅକ୍ଟୋବରରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା। ଆଉ ଏବେ ଟାର୍ଗେଟରେ ବଲିଉଡର ଦବଙ୍ଗ ଖାନ। ତେବେ କିଏ ଏହି ଲରେନ୍ସ ବିଶ୍ନୋଇ? କାହିଁକି ସିଏ ସଲମାନ ଖାନଙ୍କୁ ଟାର୍ଗେଟ କରୁଛନ୍ତି? କଣ କୃଷ୍ଣସାରମୃଗ ସତରେ ଏକ କାରଣ ? 

 

ତେବେ ଲରେନ୍ସଙ୍କ ପାୱାରକୁ ବୁଝିବାକୁ ହେଲେ ତାଙ୍କ ବିଗତ ଦିନ ବିଷୟରେ ଜାଣିବାକୁ ପଡିବ କି ସିଏ କେମିତି ଏତେ ବଡ ଗ୍ୟାଙ୍ଗଷ୍ଟାର ହେଲେ? କଣ କିଛି ମଜବୁରି ଥିଲା ନା ଅପରାଧି ହେବା ହିଁ ତାଙ୍କ ଜୀବନର ଲକ୍ଷ ଥିଲା?

କାହାଣୀର ଆରମ୍ଭ ହୁଏ ବଲକରାନ ବ୍ରାରଙ୍କ ଜନ୍ମଠାରୁ। ୧୨ଫେବୃଆରୀ ୧୯୯୩ରେ ପଞ୍ଜାବର ଫାଜିଲକା ଜିଲ୍ଲାର ଦୁତ୍ତାରାବାଲୀ ଗାଁରେ ସିଏ ଜନ୍ମ ହୋଇଥିଲେ। ଏବେ ପ୍ରଶ୍ନ ହେଉଛି ବଲକରାନ ବ୍ରାର କିଏ? ସିଏ ହିଁ ହେଉଛନ୍ତି ଲରେନ୍ସ ବିଶ୍ନୋଇ। ବ୍ରିଟିଶ ଶିକ୍ଷାବିତ୍ ତଥା ପ୍ରଶାସକ ହେନେରୀ ଲରେନ୍ସ ଯିଏ କି ହିମାଞ୍ଚଳ ପ୍ରଦେଶର ସନାୱାରରେ ଥିବା ଲରେନ୍ସ ସ୍କୁଲର ପ୍ରତିଷ୍ଠାତା ତାଙ୍କଠୁ ଅନୁପ୍ରାଣିତ ହୋଇ ସିଏ ନିଜ ନାମ ଲରେନ୍ସ ରଖିଥିଲେ। ଲରେନ୍ସ କନଭେଣ୍ଟ ସ୍କୁଲ ଯାଉଥିଲେ । ଅଷ୍ଟମ କ୍ଲାସରୁ ମୋପେଡ୍ ଚଳାଉଥିଲେ, ଦାମୀ ଦାମୀ ଜୋତା ପିନ୍ଧୁଥିଲେ।

ନିଜ ଗାଁର ସବୁଠାରୁ ଧନୀ ପରିବାର ତାଙ୍କର ଥିଲା ଯାହା ପାଖରେ ୧୧୦ ଏକର ଜମି ଥିଲା ଏବଂ ବଙ୍ଗଳା ଭଳି ଏକ ବଡ ଘର ଥିଲା। ତାଙ୍କ ପିତା ହରିୟାଣା ପୋଲିସର ଜଣେ କନଷ୍ଟେବଳ ଥିଲେ, ପରେ ଚାଷ କାର୍ଯ୍ୟରେ ଯୋଗ ଦେଇଥିଲେ। କୁହାଯାଏ ଯେ ଆଜି ବି ଲରେନ୍ସଙ୍କ ପରିବାର ତାଙ୍କ ଉପରେ ପ୍ରତିବର୍ଷ 30ରୁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କାରଣ ସିଏ ଜେଲରେ ଅଛନ୍ତି।
ଲରେନ୍ସଙ୍କ ଅପରାଧ ଦୁନିଆରେ ଏଣ୍ଟ୍ରି କରିବା ପଛରେ ଦୁଇଟି କାରଣ ଅଛି, ପ୍ରଥମ ହେଉଛି ପ୍ରେମ ଏବଂ ଦ୍ବତୀୟ ହେଉଛି ରାଜନୀତି। ଲରେନ୍ସଙ୍କର ସ୍କୁଲରେ ନିଜ କ୍ଲାସମେଟ ଉପରେ କ୍ରସ୍ ଥିଲା ,ପରେ ଏହି କ୍ରସ୍ ଭଲପାଇବାରେ ପରିଣତ ହୋଇଗଲା ସେଥିପାଇଁ ସେମାନେ ଏକାଠି ଚଣ୍ଡିଗଡର ଡିଏଭି କଲେଜରେ ଆଡମିଶନ ନେଇଥିଲେ। ଲରେନ୍ସଙ୍କର ପଢାରେ କୌଣସି ଇଣ୍ଟ୍ରେଷ୍ଟ ନଥିଲା ସେଥିପାଇଁ ସିଏ କଲେଜରେ ରାଜନୀତି କରିବା ଆରମ୍ଭ କରିଦେଲେ। ଛାତ୍ର ରାଜନୀତିରେ ସିଏ ବୁଡି ରହିଲେ। ବାସ୍ ସେବେଠାରୁ ତାଙ୍କ କ୍ୟାରିୟର ଏବଂ ଲଭ୍ ଲାଇଫରେ ରାଜନୀତି ଏଣ୍ଟ୍ରି କଲା। 

ଲରେନ୍ସ ଷ୍ଟୁଡେଣ୍ଟ୍ ଅର୍ଗାନାଇଜେସନ୍ ଅଫ୍ ପଞ୍ଜାବ ୟୁନିଭରସିଟି ବା SOPUର ପ୍ରତିଷ୍ଠା କରିଥିଲେ। ଆଉ ତାଙ୍କ ଉଦ୍ଦେଶ୍ୟ ଥିଲା ଛାତ୍ର ସଂଘ ସଭାପତି ନିର୍ବାଚନ ଜିତିବା। କିନ୍ତୁ ତାହା ହୋଇପାରିଲା ନାହିଁ। ସିଏ ଇଲେକ୍ସନ ହାରିଗଲେ ଯେଉଁଥିପାଇଁ ସିଏ ରାଗି କଲେଜରେ ନିଜର ଦବଦବା ବନାଇବା ପାଇଁ ପ୍ରଥମଥର ପାଇଁ ପିସ୍ତଲ ଉଠାଇଲେ। ତାପର ବର୍ଷ ନିର୍ବାଚନରେ ବିଶ୍ନୋଇ ଗ୍ରୁପ ଏବଂ ପ୍ରତିଦ୍ବନ୍ଦୀ ଦଳ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହେଲା। ବିଶ୍ନୋଇଙ୍କ ପ୍ରତିଦ୍ୱନ୍ଦ୍ୱୀ ଲରେନ୍ସଙ୍କ ଗର୍ଲଫ୍ରେଣ୍ଡକୁ ଟାର୍ଗେଟ କରି ତାଙ୍କ ହତ୍ୟା କରିଦେଲେ। ବିଶ୍ନୋଇ ତାର ପ୍ରତିଶୋଧ ନେବାସହ ଅପରାଧ ଦୁନିଆରେ ଏଣ୍ଟ୍ରି କଲେ। ସେହି ସମୟରେ ଲରେନ୍ସ ପ୍ରଥମ ଥର ପାଇଁ ଜେଲ ଯାଇଥିଲେ।

2013ରେ ଗ୍ରାଜୁଏସନ ଶେଷ ହେବାପରେ ମଧ୍ୟ ସିଏ ପଞ୍ଜାବ ୟୁନିଭର୍ସିଟିର ପଲିଟିକ୍ସରେ ଅନ୍ତର୍ଭୁକ୍ତ ଥିଲେ। ନିଜ କ୍ୟାଣ୍ଡିଡେଟକୁ ପ୍ରେସିଡେଣ୍ଟ ପାଇଁ ଠିଆ କରାଇଲେ। କିନ୍ତୁ ସିଏ ଭାବିଲେ ଯଦି ପ୍ରତିଦ୍ବନ୍ଦୀ ହିଁ ରହିବନି ତାହେଲେ ନିର୍ବାଚନ ଜିତିବା କେତେ ସହଜ ହୋଇଯିବ। ସେଥିପାଇଁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ହତ୍ୟା କରିଦେଲେ ଏବଂ ନିଜ ସହଯୋଗୀମାନଙ୍କ ସହ ଖସି ପଳାଇଲେ। କିନ୍ତୁ 2014 ରେ ରାଜସ୍ଥାନ ପୋଲିସ ତାଙ୍କୁ ଧରିଥିଲା। 2014ରେ ଜେଲ ଗଲେ ଏବଂ ଆଜି ପର୍ଯ୍ୟନ୍ତ ଜେଲରେ ହିଁ ଅଛନ୍ତି।

କୁହାଯାଏ କଲେଜରେ ହିଁ ଘନିଷ୍ଠ ବନ୍ଧୁତା ହୁଏ। ଆଉ ଲରେନ୍ସଙ୍କ ସହିତ ବି ସମାନ ହୋଇଥିଲା।  ପଞ୍ଜାବ ୟୁନିଭର୍ସିଟିରେ ପଢୁଥିବା ସମୟରେ ଲରେନ୍ସ ଗୋଲ୍ଡି ବ୍ରାରଙ୍କ ସହିତ ଦେଖାହୋଇଥିଲେ। ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢିଉଠିଥିଲା। ଗୋଲ୍ଡିଙ୍କ ସହିତ ସମ୍ପତ ନେହରା,ବିରେନ୍ଦ୍ର ପ୍ରତାପ ସିଂ ଏବଂ ଅମନଦୀପ ମୁଲତାନୀ। ଏହି ଚାରି ଜଣ ପରେ ବିଶ୍ନୋଇ ଗ୍ୟାଙ୍ଗର ମୁଖ୍ୟ ସଦସ୍ୟ ହୋଇଗଲେ। 

ପଞ୍ଜାବ ୟୁନିଭର୍ସିଟିରୁ LLB ଡିଗ୍ରୀ ହାସଲ କରିବା ପରେ ଲରେନ୍ସଙ୍କର ଅପରାଧିକ ସାମ୍ରାଜ୍ୟ ବହୁତ ଅଗ୍ରଗତି କରିବାରେ ଲାଗିଲା। ମଦ କାରବାର, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଅନ୍ୟ ଅପରାଧୀଙ୍କୁ ସୁରକ୍ଷା ଦେବା ଏବଂ ଲୋକଙ୍କୁ ନିର୍ଯ୍ୟାତନା କରିବା ଆରମ୍ଭ କରିଦେଲେ । ଆଉ ତାଙ୍କ ଟାର୍ଗେଟରେ ଥିଲେ ଅନେକ ପ୍ରଭାବଶାଳୀ ବ୍ୟକ୍ତି, ଲିକ୍ୟୁର ମାଫିଆ ଏବଂ ପଞ୍ଜାବି ଗାୟକ।

୨୦୧୮ରେ ଲରେନ୍ସ ବିଶ୍ନୋଇ ଲାଇମଲାଇଟକୁ ଆସିଗଲେ ଯେତେବେଳେ ସିଏ ଓପନଲି ମିଡିଆ ସାମନାରେ ସଲମାନ ଖାନଙ୍କୁ ମାରିବାର ଶପଥ ନେଲେ ଏବଂ ତାକୁ ନିଜ ଜୀବନର ମିଶନ କରିଦେଲେ। କାହିଁକି? କାରଣ ୧୯୯୮ରେ ରାଜସ୍ଥାନରେ ହମ୍ ସାଥ ସାଥ ହେଁ ର ସୁଟିଙ୍ଗ ସମୟରେ ସଲମାନ ଦୁଇଟି କୃଷ୍ଣସାରମୃଗର ହତ୍ୟା କରିଥିଲେ। ସେତେବେଳେ ଲରେନ୍ସଙ୍କୁ ପାଞ୍ଚ ବର୍ଷ ହୋଇଥିଲା। ସେବେଠାରୁ ବିଶ୍ନୋଇ ସଲମାନଙ୍କ ପଛରେ ପଡିଯାଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆପଣ ଭାବୁଥିବେ କୃଷ୍ଣସାରମୃଗ ଏମିତି କଣ ଯାହାପାଇଁ ବିଶ୍ନୋଇ ସଲମାନଙ୍କୁ ଜୀବନରୁ ମାରିଦେବାକୁ ପ୍ରଣନେଇଛନ୍ତି। ବାସ୍ତବରେ ବିଶ୍ନୋଇ ସମାଜ କୃଷ୍ଣସାରମୃଗଙ୍କୁ ପବିତ୍ର ମାନିଥାନ୍ତି। କୃଷ୍ଣସାରମୃଗଙ୍କ ଠାରେ ସିଏ ନିଜ ଗୁରୁ ଜମ୍ଭେଶ୍ବର ଯିଏ ବିଶ୍ନୋଇ ସମାଜର ପ୍ରତିଷ୍ଠାତା ତାଙ୍କୁ ଦେଖନ୍ତି। ଏମିତି କି କୃଷ୍ଣସାରମୃଗ ଏବଂ ବିଶ୍ନୋଇ କମ୍ୟୁନିଟି ମଧ୍ୟରେ ସମ୍ପର୍କକୁ ମଜଭୁତ ରଖିବା ପାଇଁ ସେହି ସମାଜର ମହିଳା ମାନେ କୃଷ୍ଣସାରମୃଗର ଛୁଆଙ୍କୁ ସ୍ତନ୍ୟପାନ କରାଇଥାନ୍ତି । ସେଥିପାଇଁ ସେମାନଙ୍କର ସୁରକ୍ଷା କରିବା ହେଉଛି ବିଶ୍ନୋଇ ସମାଜର ପ୍ରଥମ ଧର୍ମ। 

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ବିଶ୍ନୋଇ ସମାଜ ବି ଲରେନ୍ସ ଠାରୁ ଦୂରେଇ ରହୁଛନ୍ତି। କାରଣ କଣ? କାରଣ ହେଉଛି ଗତ ୧୦ ବର୍ଷ ଭିତରେ ରାଜସ୍ଥାନରେ ବେଆଇନ ଭାବରେ ୧୦୦ ରୁ ଅଧିକ କୃଷ୍ଣସାରମୃଗଙ୍କ ହତ୍ୟା କରାଯାଇଛି। କିନ୍ତୁ ବିଶ୍ନୋଇ ସମାଜର ରକ୍ଷକ ଲରେନ୍ସ ସେମାନଙ୍କର କିଛି କରୁନାହିଁ, ଖାଲି ସଲମାନ ଖାନଙ୍କ ପଛରେ ପଡିଛି। କାହିଁକି? ଏହାର ଉତ୍ତର ହେଉଛି ଟଙ୍କା ଏବଂ ପାୱାର। ଗ୍ୟାଙ୍ଗଷ୍ଟାର ମାନଙ୍କର ମୂଳ ଅସ୍ତ୍ର ହେଉଛି ଲୋକଙ୍କ ଡର। ଲୋକଙ୍କୁ ଯେତେ ଡରେଇବେ ସେତେ ପାୱାର ବଢିବ ଆଉ ପଇସା ବି। ଲୋକ ଯେତେ ଅଧିକ ଡରିବେ ଏମାନଙ୍କ ଡିମାଣ୍ଡ ସେତେ ପୂରା ହେବ। ଆଉ ଯଦି ସଲମାନ ଖାନ ଭଳି ସୁପରଷ୍ଟାରଙ୍କୁ ଡରେଇ ଧମକେଇ ହେଉଛି ତାହେଲେ ଲୋକ ବି ଭାବିବେ ନା କି ଏତେ ପାୱାରଫୁଲ୍ କି ସଲମାନ ଖାନ ବି ଡରିଯାଉଛି। ଆଉ ସଲମାନ ବି ତାଙ୍କ ଅତୀତରେଏମିତି ଅନେକ କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କର ବହୁତ ହେଟର୍ସ ବି ଅଛନ୍ତି। ଯେଉଁମାନେ ଲରେନ୍ସଙ୍କୁ ସପୋର୍ଟ କରନ୍ତି। ଲରେନ୍ସଙ୍କ ପାୱାର ବଢିବା ସହିତ ଲୋକପ୍ରିୟତା ବି ବଢୁଛି। ସିଏ ନିଜକୁ ବଲିଉଡର ବାଦଶାହ କରିବାକୁ ଚେଷ୍ଟା ଚଲାଇଛି, ତେଣୁ ସଲମାନ ଖାନଙ୍କ କେସରେ କୃଷ୍ଣସାରମୃଗ ହେଉଛି ଏକ ଏକ୍ସକ୍ୟୁଜ।

ଜଣେ ଅପରାଧି ପାୱାରଫୁଲ ହେବାର ଆଉ ଏକ ଫାଇଦା ହେଉଛି ତାଙ୍କ ପଛରେ ସୁଟର୍ସଙ୍କ ଲମ୍ବା ଲାଇନ ଲାଗିଯାଏ ଯେଉଁମାନେ କି ବହୁତ କମ ଟଙ୍କାରେ କାମ କରିବାକୁ ରାଜି ହୋଇଯାଆନ୍ତି। ବାବା ସିଦ୍ଦିକିଙ୍କୁ ମାରିବା ପାଇଁ ସୁଟରକୁ ମାତ୍ର ୫୦,୦୦୦ ଏବଂ ସଲମାନଙ୍କୁ ମାରିବା ପାଇଁ ସୁଟରଙ୍କୁ ମାତ୍ର ୨୫ ଲକ୍ଷରେ ହାୟର କରାଯାଇଥିଲା। ଗୋଟିଏ ପଟେ ସେମାନେ କୋଟି କୋଟି ଟଙ୍କା ଲୋକଙ୍କୁ ଡରାଇ ଧମକାଇ ଇନକମ୍ କରୁଛନ୍ତି ଆଉ ଅନ୍ୟପଟେ ମାତ୍ର କିଛି ଟଙ୍କାରେ ତାଙ୍କ କାମ ସହଜରେ ହୋଇଯାଉଛି । 

ବିଗତ କିଛି ବର୍ଷ ଭିତରେ ଲରେନ୍ସ କେବଳ ଜେଲରେ ବସି ସଲମାନଙ୍କୁ ଧମକ ଦେଉନଥିଲେ ବରଂ ନର୍ଥ ଇଣ୍ଡିଆରେ ନିଜର ପୂରା ସାମ୍ରାଜ୍ୟ ବିସ୍ତାର କରିଦେଲେ। ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ଏବଂ ଝାଡଖଣ୍ଡରେ ଲରେନ୍ସ ନିଜ କାୟା ବିସ୍ତାର କରିସାରିଛନ୍ତି । ଜେଲରେ ଥାଇ ମଧ୍ୟ ନିଜ ଷ୍ଟ୍ରଙ୍ଗ ନେଟୱର୍କିଙ୍ଗ ବଳରେ ଏହି ସବୁ କରିବାକୁ ସିଏ ସକ୍ଷମ ହୋଇଛନ୍ତି। 

ଲରେନ୍ସ ଏବଂ ତାଙ୍କ ଗ୍ୟାଙ୍ଗ ପାଖରେ କିଛି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଅଛି। ପ୍ରଥମ ବଡ ଅସ୍ତ୍ର ହେଉଛି ଆନୋନିମିଟି । ଗ୍ୟାଙ୍ଗର ଜଣେ ମେମ୍ବର ତା ଉପର ବସ୍ କୁ ଛାଡିଦେଲେ ଆଉ କାହାକୁ ବି ଜାଣିନଥାଏ। ଯଦି ଜଣେ ଧରାପଡ଼ିଯାଉଛି ତେବେ ଅନ୍ୟ ସଦସ୍ୟ କିଏ ତାହା ବି କେହି କେବେ ଜାଣିନଥାନ୍ତି। ମାନେ ଯଦି ଏକ ଅପରେସନରେ ତିନୋଟି ସୁଟର ଅଛନ୍ତି, ତାହେଲେ ଦ୍ବିତୀୟ ସୁଟର ବି କିଏ କେହି ଜାଣି ନ ଥାନ୍ତି। 

ଦ୍ବିତୀୟ ବଡ ଅସ୍ତ୍ର ହେଉଛି ସୋସିଆଲ ମିଡିଆ। ବିଶ୍ନୋଇ ଗ୍ୟାଙ୍ଗର ରିକ୍ର୍ୟୁଟମେଣ୍ଟ ସୋସିଆଲ ମିଡିଆରେ ହୋଇଥାଏ। ଗ୍ୟାଙ୍ଗ ନିଜ କ୍ରାଇମ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାଏ ଯାହାକୁ ଦେଖି ଯୁବକ ମାନେ ପ୍ରଭାବିତ ହୁଅନ୍ତି ଏବଂ ରୋଜଗାର ପାଇଁ ଆବେଦନ କରନ୍ତି। ବହୁତ କମ୍ ଟଙ୍କାରେ ବିଶ୍ନୋଇର ପୂରା ସେନା ରେଡି ହୋଇଯାଏ।

ତୃତୀୟ ଅସ୍ତ୍ର ହେଉଛି ନେଟୱାର୍କ। ଅପରାଧି ମାନଙ୍କର ଜେଲ ଯିବା ଏବଂ ଜେଲରେ ରହିବାର ସବୁଠାରୁ ବଡ ଫାଇଦା ହେଉଛି ସେମାନେ ଅନ୍ୟ ଅପରାଧୀଙ୍କ ସହିତ ନିଜର ନେଟୱାର୍କ ବଢାନ୍ତି। ଲରେନ୍ସ ଏହି ଧନ୍ଦା 2008ରୁ ଆରମ୍ଭ କରିଥିଲେ ଏବଂ ଆଜି ସେ ଅଣ୍ଡରୱାର୍ଲ୍ଡରେ ନେଟୱର୍କିଂର ବାଦଶାହ ହୋଇଗଲାଣି। 

ଚତୁର୍ଥ ଅସ୍ତ୍ର ହେଉଛି ଡିଜିଟାଲ୍ ଇଣ୍ଡିଆ । ଲରେନ୍ସ ବିଶ୍ନୋଇକୁ ଇଣ୍ଟରନେଟ୍, ମୋବାଇଲ୍ ଏବଂ ଟେକ୍ନୋଲୋଜିର ବ୍ୟବହାର ବହୁତ ଭଲରେ ଜଣା। ଡବା କଲିଂ ଦ୍ବାରା ସିଏ ତା ଗ୍ୟାଙ୍ଗର ଲୋକ ଏବଂ ସୁଟରଙ୍କ ସହିତ କଣ୍ଟାକ୍ଟରେ ରୁହନ୍ତି। ଡବା କଲିଂ ହେଉଛି ବାସ୍ତବରେ ଏମିତି ଏକ କଲିଂ ଯାହା ଟ୍ରେସ କରିହୁଏନାହିଁ। ଏହି କଲିଂ ମାଧ୍ୟମରେ ଇଣ୍ଟରନେଟ ଜରିଆରେ ବେଆଇନ ବିନିମୟ ମାଧ୍ୟମରେ ମୋବାଇଲ ନେଟୱର୍କ ଏବଂ ଆଇନ ଶୃଙ୍ଖଳା ଟ୍ରାକିଂକୁ ବାଇପାସ୍ କରିଥାଏ ଏବଂ ସିଧା ସିଧା କାହାକୁ ବି ଧମକେଇପାରେ। ଏହା ମାଧ୍ୟମରେ ସେ ନିଜର ୭୦୦ ଅପରେଟିଭ୍ ଙ୍କ ସହିତ ମଧ୍ୟ କଣ୍ଟାକ୍ଟରେ ଥାନ୍ତି। ଏହିଭଳି ଭାବରେ ଲରେନ୍ସ ଜେଲରେ ଥାଇ ମଧ୍ୟ ସବୁ କିଛି କଣ୍ଟ୍ରୋଲ କରିଥାନ୍ତି।

ବିଶ୍ନୋଇର ଆତଙ୍କ ଏବେ ଦିନକୁ ଦିନ ବଢିବାରେ ଲାଗିଛି। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ କି ବିଶ୍ନୋଇଙ୍କର ନେକ୍ସଟ ଟାର୍ଗେଟ କିଏ ? ସଲମାନ ଖାନଙ୍କୁ ଏବେ ପୁଣି ଥରେ ଧମକ ମିଳିବା ଆରମ୍ଭ ହୋଇଗଲାଣି. ଶୁଣିବାକୁ ମିଳୁଛି ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସୋମି ଅଲ୍ଲୀ ଲରେନ୍ସ ସହିତ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ସିଙ୍ଗର ୟୋ ୟୋ ହନି ସିଂଙ୍କୁ ମଧ୍ୟ ବିଶ୍ନୋଇ ଗ୍ୟାଙ୍ଗଠାରୁ ଧମକ ମିଳିଛି ଯାହାପରେ ସିଏ ଦିଲ୍ଲୀ ପୋଲିସ ଠାରୁ ସୁରକ୍ଷା ମାଗିଛନ୍ତି। ତାଙ୍କ ସହିତ ମୁନାୱାର ଫାରୁଖି ଯିଏ କି ବିଗ୍ ବସ୍ ୧୭ ର ୱିନର ସିଏ ଏବେ ବିଶ୍ନୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ଅଛନ୍ତି । ପୋଲିସଙ୍କ କହିବା ଅନୁଯାୟୀ ମୁନାୱାରଙ୍କୁ ଆଟାକ କରିବା ପାଇଁ ଟ୍ରାକ୍ କରାଯାଉଥିଲା ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏବେ ବଢାଇଦିଆଯାଇଛି। ବାବା ସିଦ୍ଧିକିଙ୍କ ପୂଅ ଜିସାନ ସିଦ୍ଦିକିଙ୍କ ଜୀବନକୁ ମଧ୍ୟ ବିପଦ ରହିଛି। ପୋଲିସର କହିବା ଅନୁଯାୟୀ ବାବା ସିଦ୍ଦିକି ଏବଂ ଜିସାନ ସିଦ୍ଦିକି ଉଭୟଙ୍କୁ ମାରିବା ପାଇଁ ଟାର୍ଗେଟ କରାଯାଇଥିଲା । 

ଅଧିକ ପଢନ୍ତୁ ଭାରତ ଖବର

Sponsored
Love made him to be a gangstar | Argus News