Positive Thinking / ନୂଆ ଜିନିଷ କରିବା କି ଶିଖିବା ପାଇଁ ଇଛା ଥିବା ଦରକାର, କୌଣସି ବୟସ ସୀମା ନୁହେଁ
·6 months ago·2 min read

Key Points
ସଂଘାତିକ ଭାଇରାଲ
ବୟସର ଅପରାହ୍ନରେ, ପ୍ରଥମ ବ୍ଲଗ୍
ନୂଆ ।
ଜିନିଷ କରିବା କି ଶିଖିବା ପାଇଁ ଇଛା ଥିବା ଦରକାର, କୌଣସି ବୟସ ସୀମା ନୁହେଁ ।
ଜିନିଷ କରିବା କି ଶିଖିବା ପାଇଁ ଇଛା ଥିବା ଦରକାର, କୌଣସି ବୟସ ସୀମା ନୁହେଁ ।
କୁହାଯାଏ ଯେ କିଛି ନୂଆ ଶିଖିବା ଏବଂ ଆରମ୍ଭ କରିବା ପାଇଁ କୌଣସି ବୟସ ସୀମା ନଥାଏ । ସେମିତି କିଛି ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଯାହା ଚର୍ଚ୍ଚର ବିଷୟ ପାଲଟିଛି । ଉତ୍ତର ପ୍ରଦେଶର ୭୦ ବର୍ଷୀୟ ବିନୋଦ କୁମାର କେବଳ ଏହାକୁ ସତ୍ୟ ପ୍ରମାଣିତ କରିନାହାଁନ୍ତି, ବରଂ ସୋସିଆଲ ମିଡିଆ ଦୁନିଆରେ ରାତାରାତି ବଡ଼ ବଡ଼ କଣ୍ଟେଟ୍ କ୍ରିଏଟରଙ୍କୁ ପଛରେ ପକାଇ ଦେଇଛନ୍ତି ।
ଯେତେବେଳେ ଏହି ବୃଦ୍ଧ ବ୍ୟକ୍ତି ଜଣକ ଇନଷ୍ଟାଗ୍ରାମରେ ତାଙ୍କର ପ୍ରଥମ ବ୍ଲଗ୍ ଅପଲୋଡ୍ କରିଥିଲେ, ସେ ଜାଣି ନଥିଲେ ଯେ ତାଙ୍କର ସଚ୍ଚୋଟତା ଲକ୍ଷ ଲକ୍ଷ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମନରେ ଏତେ ମାତ୍ରାରେ ଭଲ ପାଇବା ସୃଷ୍ଟି କରିବ । ତାଙ୍କ ଭିଡିଓ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି କହିଛନ୍ତି, "ମୁଁ ୭୦ ବର୍ଷ ବୟସରେ ମୋର ପ୍ରଥମ ଭ୍ଲଗ୍ ତିଆରି କରୁଛି। ମୁଁ ବ୍ଲଗ୍ କିପରି କରିବି ତାହା ଜାଣିନାହିଁ, କିନ୍ତୁ ମୁଁ ମୋର ଖାଲି ସମୟରେ ଏପରି କରିବାକୁ ଚେଷ୍ଟା କରୁଛି।"
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାନୁଆରୀ ୧୯ ତାରିଖରେ ସେୟାର ହୋଇଥିବା ଏହି ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । ମାତ୍ର ୭୨ ଘଣ୍ଟା ମଧ୍ୟରେ ଏହାକୁ ୨୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ୨.୭ ମିଲିୟନରୁ ଅଧିକ ଲାଇକ୍ ମିଳିଛି । ଅଭିନେତା ଅନୁପମ ଖେର ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ହଜାର ହଜାର ଲୋକ ମତାମତ ମଧ୍ୟ ଦେଇଛନ୍ତି।
ବୃଦ୍ଧ ବ୍ୟକ୍ତିଙ୍କ ସରଳତା ନେଟିଜେନମାନଙ୍କୁ ସେମାନଙ୍କ ନିଜ ବୟସ୍କଙ୍କ କଥା ମନେ ପକାଇଦେଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପ୍ରତି ଭଲପାଇବାର ବର୍ଷା କରିଛନ୍ତି । ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ଚାଚା, ଶିଖିବା ପାଇଁ କୌଣସି ବୟସ ସୀମା ନାହିଁ।" ଅନ୍ୟ ଜଣେ କହିଲେ, "ତୁମର ସରଳତା ତୁମର ପରିଚୟ।" ଆଉ ଜଣେ ଲେଖିଛନ୍ତି, "ମୁଁ ତୁମକୁ ପୁରା ସମର୍ଥନ କରେ, ଦାଦା।"
ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ, ତାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ ସଂଖ୍ୟା ୬୪,୦୦୦ ରୁ ଅଧିକ ହୋଇଗଲା ଏବଂ ବ୍ୟବହାରକାରୀମାନେ ତାଙ୍କର ଏଭଳି ପ୍ରୟାସକୁ ସମର୍ଥନ କରିଛନ୍ତି । ତାଙ୍କର ଏଭଳି ଇଛାଶକ୍ତି ଅଭିନେତା ଅନୁପମ ଖେର ଏବଂ ଜୟ ଭାନୁଶାଳୀଙ୍କ ସମେତ ସେଲିବ୍ରିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଭାନୁଶାଳୀ କ୍ଲିପ୍ ତଳେ ଏକ ମନ୍ତବ୍ୟ ଦେଇ କହିଥିଲେ, "ଆଗଲେ ଭ୍ଲଗ୍ କା ଇନ୍ତଜାର କର ରହା ହୁଁ, ବହୁତ ଅଚ୍ଛା ଲଗା ଆପକା ପେହଲା ଭ୍ଲଗ୍ ।" ଏଥିରୁ ସ୍ପଷ୍ଠ ବାରି ହୁଏ ଯେ ବୟସ କେବଳ ଏକ ସଂଖ୍ୟା । ଶିଖିବାକୁ ଇଛା ଥିଲେ ସବୁ ବୟଷରେ ସମ୍ଭବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories