ଆଜିଠୁ ସୁରଟ ଲାଲବାଇ କ୍ରିକେଟ୍ ଷ୍ଟାଡିୟମରେ ଲିଜେଣ୍ଡ କ୍ରିକେଟ୍ ଲିଗ୍ ସିଜନ -3 ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ସୁରଟ ଲାଲବାଇ କ୍ରିକେଟ୍ ଷ୍ଟାଡିୟମରେ ଲିଜେଣ୍ଡ କ୍ରିକେଟ୍ ଲିଗ୍ ସିଜନ -3 ଆରମ୍ଭ । ଅକ୍ଟୋବର 2 ଯାଏ ଜାରି ରହିବ ଖେଳ । ଲିଜେଣ୍ଡ ଲିଗ୍ କ୍ରିକେଟ୍ ସିଜନ୍ -3 ରେ ମୋଟ 6ଟି ଟିମ୍ ସାମିଲ ହୋଇଛନ୍ତି । 3ୟ ସଂସ୍କାରଣରେ ଓଡ଼ିଶା 3ଟି ମ୍ୟାଚ ଖେଳିବ ।
କୋଣାର୍କ ସୂର୍ଯ୍ୟାସ ଓଡିଶା 27, 29 ସେପ୍ଟେମ୍ବର ଏବଂ 2 ଅକଟୋବରରେ ମ୍ୟାଚ ଖେଳିବ । ଟୁର୍ଣ୍ଣାମେଣ୍ଟରେ କୋଣାର୍କ ସୂର୍ଯ୍ୟାସ ସହ ଗୁଜରାଟ ଗ୍ରେଟ, ଇଣ୍ଡିଆନ କେପିଟାଲସ, ମଣିପାଲ ଟାଇଗର, ଅଲ୍ଟିମେଟ ହାଇଦ୍ରାବାଦ ଏବଂ ସାବଧାନ ସୁପର ଷ୍ଟାର ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଚଳିତଥର 12 ହଜାର ଦର୍ଶକଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ବ୍ୟବସ୍ଥା ହୋଇଛି । ଗତଥର ମଧ୍ୟ ଟୁର୍ନାମେଣ୍ଟ ସୁରତରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ହରଭଜନ ଏବଂ ରାଇନାଙ୍କ ଦଳ ପହଞ୍ଚିଥିଲେ। ଏଥର ଶ୍ରୀନଗରରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅଧିକ ପଢନ୍ତୁ କ୍ରୀଡା ଖବର