Videos
|
National

ରାଜସ୍ଥାନର ସିମରା ଗାଁରେ ବୁଲୁଛି ଚିତାବାଘ

Ritu Das
Browse all articles by Ritu Das
·2 years ago·1 min read
ରାଜସ୍ଥାନର ସିମରା ଗାଁରେ ବୁଲୁଛି ଚିତାବାଘ

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ଜଣେ ଆଫ୍ରିକୀୟ ଚିତା ପଳାଇ ରାଜସ୍ଥାନକୁ ଆସିଛି। ଏହି ନାମିବ୍ୟା ଚିତାବାଘ କରୋଲି ଜିଲ୍ଲାର କରଣପୁର ଅଞ୍ଚଳର ସିମରା ଗାଁରେ ଡେରା ପକାଇ ବୁଲୁଛି। ଶନିବାର ସକାଳେ ଚିତାବାଘ ଏହି ଅଞ୍ଚଳରେ ପ୍ରବେଶ କରିବା ଶୁଣିବାପରେ  ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। 

ସୂଚନା ମୁତାବକ, ବନ ବିଭାଗ ଏବଂ ପୋଲିସ ଟିମ୍ ସିମରା ଗ୍ରାମରେ ପହଞ୍ଚିଥିଲେ। ଚିତାବାଘ ଧରିବାକୁ ବନ ବିଭାଗ ଏବଂ ପୋଲିସ ଟିମ୍ ଚେଷ୍ଟା କରୁଛନ୍ତି। 
ଚିତାବାଘଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବାକୁ ବନ ବିଭାଗ ଏବଂ ପୋଲିସ ଅଞ୍ଚଳର ଲୋକଙ୍କୁ ନିବେଦନ କରିଛନ୍ତି। ଏହା ନାମିବ୍ୟା ଅଞ୍ଚଳର ଚିତା ବୋଲି କୁହାଯାଉଛି। ମଧ୍ୟପ୍ରଦେଶର କୁନୋ ସଫାରି ପାର୍କରୁ ବୁଲାବୁଲି କରି କରୋଲିକୁ ପଳାଇ ଆସିଥିବା ଜଣାପଡ଼ିଛି। ତାଙ୍କୁ ଧରି କୁନୋକୁ ଫେରାଇ ନିଆଯିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି।

ସିମରା ଗାଁର ବାସିନ୍ଦା କେଦାର ମୀନା କହିଛନ୍ତି ଯେ ଶନିବାର ସକାଳେ କିଛି ଗ୍ରାମବାସୀ କ୍ଷେତକୁ ଯାଉଛନ୍ତି। ସେହି ସମୟରେ ସେ ଏକ ବଣୁଆ ଜନ୍ତୁ ଦେଖିଲେ। କିନ୍ତ ସେମାନେ ଜାଣି ନ ଥିଲେ ଯେ ଏହା ଚିତାବାଘ ବୋଲି। ପରେ ବାଘ ଜାଣିବାପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।  ଏହା ପରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କରୋଲି ଅଭୟାରଣ୍ୟର ବନ ବିଭାଗ ସଂରକ୍ଷକ କହିଛନ୍ତି ଯେଉଁ ବାଘ ସିମରା ଗାଁକୁ ପଶିଆସିଛି ଏହାଏକ ମଣିଷ ମରା ବାଘ ବୋଲି ସେ କହିଛନ୍ତି। ତେବେ ବନବିଭାଗ ତୁରନ୍ତ ସେ ବାଘକୁ ଧରି କୁନୋ ଜାତୀୟ ଉଦ୍ୟାନକୁ ପଠାଯିବ ବୋଲି ପ୍ରୟାସ ଜାରି ରହିଛି। ତେବେ ସେ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Leopard enter | Argus News