Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବୋତ୍‌ସ୍ବାନା, ଦକ୍ଷିଣ ଆଫ୍ରିକା ଓ କେନିଆରୁ ଭାରତ ଆସିବେ ଚିତା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ବୋତ୍‌ସ୍ବାନା, ଦକ୍ଷିଣ ଆଫ୍ରିକା ଓ କେନିଆରୁ ଭାରତ ଆସିବେ ଚିତା

ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଭାରତ ଆସିବ ଆଉ ୮ ଟି ଚିତା। କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ନେଇ ଭୋପାଳରେ ହୋଇଥିବା ଚିତା ପ୍ରକଳ୍ପ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। ମେ’ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଚିତା ଆସିବେ। ବୋତ୍‌ସ୍ବାନା, ଦକ୍ଷିଣ ଆଫ୍ରିକା ଓ କେନିଆରୁ ଚିତା ବାଘ ଆଣିବା ପାଇଁ ଯୋଜନା କରୁଛି ଭାରତ।


୨୦୨୨ ସେପ୍ଟେମ୍ବର ପ୍ରଥମ ଦଫାରେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ୮ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ (୨୦୨୩ ଫେବୃଆରୀ) ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିଲା। ଦେଶରେ ଚିତା ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ସେଥିମଧ୍ୟରୁ ୬୬ ପ୍ରତିଶତ କେବଳ ମଧ୍ୟପ୍ରଦେଶ ପାଇଁ ଖର୍ଚ୍ଚ କରାଯାଇଛି। କୁନୋରେ ଚିତା ସଫାରି ଆରମ୍ଭ କରିବାକୁ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଚିତା ବାଘ ନୁହେଁ ମହାବଳ ବାଘଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି କେନ୍ଦ୍ର ସରକାର। ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୧୬୭ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ ବ୍ଯାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଓ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ୩୫ଟି ପ୍ରକଳ୍ପ ।


ବର୍ତ୍ତମାନ ବିଶ୍ବର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଭାରତରେ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଦେଇଥିଲେ। ବାଘ ସମେତ ସିଂହଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ କାର୍ଯ୍ୟ ଜାରି ରହିଛି।

Sponsored
Leopards will come to India from Botswana, South Africa and Kenya | Argus News