Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗର ନାମ ପୂର୍ବ ସ୍ଥାନକୁ ଅଣାଯାଉ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗର ନାମ ପୂର୍ବ ସ୍ଥାନକୁ ଅଣାଯାଉ

ଅର୍ଗସ ବ୍ୟୁରୋ:  ରୀତିଯୁଗର କବି ତଥା ଓଡିଆ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ପୂର୍ବରୁ ଭୁବନେଶ୍ୱରର ସତ୍ୟନଗର ରାସ୍ତାର ନାମକରଣ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ପୂର୍ବ ସରକାର ଏହାକୁ ପରିବର୍ତ୍ତନ କରି ମଦର ଟେରେସା ମାର୍ଗ ରଖି ଓଡିଆ ଜାତି ଏବଂ ଏହାର ଭାଷା ସାହିତ୍ୟକୁ ଅପମାନିତ କରିଥିଲେ ଏବଂ କୂଠାରଘାତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁହଁ ବନ୍ଦ ରଖିଥିବା ସମୟରେ ନୂଆଦିଲ୍ଲୀର ପୁରାତନ ଏବଂ ଏକମାତ୍ର ସାହିତ୍ୟ ଅନୁଷ୍ଠାନ ପଲ୍ଲୀବାଣି ମିଶନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ।

ଏବେ ରାଜ୍ୟର ନୂଆ ସରକାର ଓଡିଆ ଅସ୍ମିତାକୁ ନେଇ ଯୋତେବେଳେ କ୍ଷମତାକୁ ଆସିଛି, ଏଣୁ ଦିଲ୍ଲୀ ଗସ୍ତରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହାର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସାକ୍ଷାତ କରି ଦାବି ଜଣାଇଛନ୍ତି ଯେ ପୂର୍ବ ସରକାରଙ୍କ ଭୁଲକୁ ସୁଧାର କରାଯାଇ ଓଡିଆ ଜାତିର ଚିର ନମସ୍ୟ ବିଦଗ୍ଧ କବି ଅଭିମନ୍ୟୁଙ୍କ ନାମରେ ପୂର୍ବରୁ  ରହିଥିବା ସତ୍ୟନଗର ରାସ୍ତାକୁ ମଦର ଟେରେସା ମାର୍ଗ ପରିବର୍ତ୍ତେ ପୁନର୍ବାର ଅଭିମନ୍ୟୁଙ୍କ ନାମରେ ନାମିତ କରାଯାଇ ଏ ଜାତିର ଗୌରବକୁ ଅଘୂର୍ଣ୍ଣ ରଖାଯାଉ। ଏହା ବ୍ୟତିତ ରାଜ୍ୟରେ ଯେପରି ମଦର ବନ୍ୟା ଛୁଟିଛି ତାକୁ ନିୟନ୍ତ୍ରଣ କରାଯାଉ ଏବଂ ଗାଁ ଗହଳିରେ ଯେପରି ମଦ ସହଜଲବ୍ଧ ନହେବ ତାହା ସୁନିଶ୍ଚିତ କରି ଶହ ଶହ ପରିବାର ଉଜୁଡିବାରୁ ରକ୍ଷା କରାଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Let the name of poet Abhimanyu Samanta Singhar path be brought to the former place | Argus News