Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଥିରେ ଟଙ୍କା ନିବେଶ କରନ୍ତୁ, ମିଳିବ ୭୬୮ ପ୍ରତିଶତ ରିଟର୍ଣ୍ଣ...

National

ଏଥିରେ ଟଙ୍କା ନିବେଶ କରନ୍ତୁ, ମିଳିବ ୭୬୮ ପ୍ରତିଶତ ରିଟର୍ଣ୍ଣ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏଥିରେ ଟଙ୍କା ନିବେଶ କରନ୍ତୁ, ମିଳିବ ୭୬୮ ପ୍ରତିଶତ ରିଟର୍ଣ୍ଣ...

ଅର୍ଗସ ବ୍ୟୁରୋ:  ସେୟାର ବଜାରରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି କି। ଗୋଟେ ବର୍ଷ ଭିତରେ ୭୬୮ ପ୍ରତିଶତ ରିଟର୍ଣ୍ଣ। ଏଲଆଇସି ପୋର୍ଟକଲର ଏହି ୫ ପ୍ରକାରର ଷ୍ଟକ୍ସ କରିଛି ଦମଦାର ଲାଭ। ଭାରତୀୟ ଜୀବନ ବିମା ନିଗମ ଭାରତୀୟ ସେୟାର ବଜାରରେ ଏକ ବଡ ନିବେଷକ ଅଟେ । ଯେଉଁଥିରେ ୨୫୦ରୁ ଅଧିକ ଲିଷ୍ଟେଟ କମ୍ପାନୀରେ ନିବେଶ କରିଛି । ୨୯ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏହାର ଇନଭେଷ୍ଟମେଣ୍ଟ ଭାଲ୍ୟୁ ୧୩ ଲକ୍ଷ କୋଟି ଟଙ୍କା ରହିଛି । ଏଲଆଇସି ନିକଟରେ କିଛି କମ୍ପାନୀରେ ସେୟାର ବଢ଼ାଇଛି।

ଏଲଆଇସି  ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ୬.୨୯ ପ୍ରତିଶତ, ଆଇଟିସିରେ ୧୫.୨୦ ପ୍ରତିଶତ, ଏସବିଆଇରେ ୮.୯୩ ପ୍ରତିଶତ, ଇନଫୋସିସରେ ୧୦.୪୧ ପ୍ରତିଶତ ଏବଂ ଏଚଡିଏଫସି ବ୍ୟାଙ୍କରେ ୫.୨୬ ପ୍ରତିଶତ ସେୟାର ବଣ୍ଟାଯାଇଛି। ଏହି ବଡ କମ୍ପାନୀ ବ୍ୟତିତ କିଛି ଛୋଟ ଛୋଟ କମ୍ପାନୀରେ ମଧ୍ୟ ଭାରତୀୟ ଜୀବନ ବିମା ନିଗମ ନିବେଶ କରିଛି । ଯାହା କମ୍‌ ସମୟ ମଧ୍ୟରେ ଖୁବ ଭଲ ରିଟର୍ଣ୍ଣ ଦେଇଛି।

Gokak Textiles ରେ ଏଲଆଇସିର ୪.୫୪ ପ୍ରତିଶତ ଭାଗ ରହିଛି ଏବଂ ଏଥିରେ ଗୋଟେ ବର୍ଷରେ ୭୬୮ ପ୍ରତିଶତର ରିଟର୍ଣ୍ଣ ଦେଇଛି। ବର୍ତ୍ତମାନ ଏହି ସେୟାର ୨୩୮.୪୫ ଟଙ୍କାରେ ପହଞ୍ଚିଛି। ହାଉସିଙ୍ଗ ଅର୍ବନ ଡେଭଲପମେଣ୍ଟ ଗୋଟେ ବର୍ଷ ମଧ୍ୟରେ ୩୬୬ ପ୍ରତିଶତର ରିଟର୍ଣ୍ଣ ଦେଇଛି। ବର୍ତ୍ତମାନ ଏହି ଷ୍ଟକ ୨୨୮.୬୫ ଟଙ୍କାରେ ପହଞ୍ଚିଲାଣି। ଏହାସହ ଏହି କମ୍ପାନୀ ଏଲଆଇସିର ୮.୯ ପ୍ରତିଶତର ସେୟାର ରହିଛି। ସେୟାର ବଜାରରେ ଯେକୌଣସି ପ୍ରକାରର ନିବେଶରେ ପ୍ରଥମେ ନିଜର ମାର୍କେଟ ଏକ୍ସପର୍ଟମାନଙ୍କର ଉପଦେଶ ଜରୁରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
lic portfolio stocks give up to 768 percent return | Argus News