ଟାଇଟ୍ ହେବାକୁ ଯାଉଛି ଇ-ଚାଲାଣ ବ୍ୟବସ୍ଥା

ଏବେ ଅମାନିଆ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ। ନେକଦମ୍ ହୋଇପାରନ୍ତି ଲାଇସେନ୍ସ ପାଇଁ। ଆଉ ଚଳିବନି ଚାଲାଣ ଫାଙ୍କିବା ଚାଲାକି। ଫାଇନ୍ ନଦେଇ ଫ୍ରିରେ ବୁଲି ପାରିବେ ନାହିଁ, ଏ କନ୍ଦି ସେ କନ୍ଦି। ତିନି ମାସ ମଧ୍ୟରେ ଇ-ଚାଲାଣ ଟଙ୍କା ନ ଭରିଲେ ଏଣିକି ରଦ୍ଦ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ। ସରକାର ତିନି ମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ ପୈଠ ନକରୁଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେବଳ ଏତିକି ନୁହେଁ ଯେଉଁମାନଙ୍କର ଏକ ଆର୍ଥିକ ବର୍ଷରେ ରେଡ୍ ସିଗନାଲ ଡେଇଁବା କିମ୍ବା ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ତିନି ଥରରୁ ଅଧିକ ଇ-ଚାଲାଣ କଟିଛି। ସେମାନଙ୍କ ଲାଇସେନ୍ସ ଅତି କମରେ ୩ ମାସ ପାଇଁ ଜବତ କରି ପାରନ୍ତି ଟ୍ରାଫିକ ପୋଲିସ।
📱 Get Argus News App
✨ସେହିଭଳି ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବ ଆର୍ଥିକ ବର୍ଷରୁ ଅତି କମରେ ୨ ଟି ଚାଲାଣ ଟଙ୍କା ବାକି ଅଛି ତେବେ ସେମାନଙ୍କ ଉପରେ ଅଧିକ ବୀମା ପ୍ରମିୟମ ଲାଗୁ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ସରକାର। ଇ- ଚାଲାଣ ରାଶି ଟଙ୍କା ଆଦାୟ ହାର କମୁଥିବାରୁ ଏବେ ଏମିତି କିଛି ପନ୍ଥା ଆପଣାଇବାକୁ ଯାଉଛନ୍ତି ସରକାର। ତିନି ଦିନ ମଧ୍ୟରେ ଡ୍ରାଇଭର କିମ୍ବା ଯାନବାହନ ମାଲିକଙ୍କୁ ଏକ ଇ-ଚାଲାଣ ନୋଟିସ୍ ପଠାଯିବ। ଏହାକୁ ଚ୍ୟାଲେଞ୍ଜ କରିବାକୁ ୩୦ ଦିନ ସମୟ ଦିଆଯିବ। ଯଦି ୩୦ ଦିନ ମଧ୍ୟରେ ଚ୍ୟାଲେଞ୍ଜ ନ କରାଗଲା, ତେବେ ଚାଲାଣ ଟଙ୍କା ଭରିବାକୁ ପଡ଼ିବ। ଯଦି କର୍ତ୍ତୃପକ୍ଷ ୩୦ ଦିନ ମଧ୍ୟରେ ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବାରେ ବିଫଳ ହୁଅନ୍ତି, ତେବେ ଚାଲାଣ ବାତିଲ ହୋଇଯିବ। ଯଦି ଚ୍ୟାଲେଞ୍ଜ ନ କରୁଛନ୍ତି ତେବେ ଆପଣ ଇ- ଚାଲାଣକୁ ସ୍ବୀକାର କଲେ ବୋଲି ମାନି ନିଆଯିବ।
ଏହା ବାଦ୍ ୩ ମାସ କିମ୍ବା ମଧ୍ୟରେ ଚାଲାଣ ରାଶି ପୈଠ ନ କଲେ, ଦେୟ ନହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ (DL) କିମ୍ବା ପଞ୍ଜିକରଣ ପ୍ରମାଣପତ୍ର (RC) ରଦ୍ଦ କରାଯିବ। ଏକ ତଥ୍ୟରୁ ଜଣା ପଡ଼ିଛି, ଇ-ଚାଲାଣ ଆଦାୟ ପରିମାଣ ଲଗାତାର ଭାବେ ହ୍ରାସ ପାଉଛି। ଯାହାକୁ ଦୃଷ୍ଟିରେ ରଖି ଏମିତି ଏସଓପି ପ୍ରସ୍ତୁତ କରୁଛନ୍ତି ସରକାର
